Advertisment

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର, ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ପଦକ୍ଷେପ

ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍‌ ଜାରି କରିଛି ଆଇନ ବିଭାଗ ।

ଅଦ୍ୟତନ ହୋଇଛି
Srimandir Management Committee To Dissolve In August

SJTA

Advertisment

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ହେବ ନବକଳେବର। ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ସରୁଛି । ନୂଆ କମିଟି ଗଠନ ପୂର୍ବରୁ ସଦସ୍ୟଙ୍କ ନାଁ ମନୋନୟନ ବେଳେ ସ୍ବଚ୍ଛତା ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍‌ ଜାରି କରିଛି ଆଇନ ବିଭାଗ । କମିଟିରେ ସ୍ବଚ୍ଛତା ଓ ପ୍ରତିନିଧିତ୍ବକୁ ନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ସନ୍ଦେହ ପାଇଁ ଟେକ୍ନୋଲୋଜି ପ୍ରୟୋଗ ପ୍ରସ୍ତାବ

ଆଇନ ବିଭାଗର ଗାଇଡଲାଇନ ଅନୁସାରେ, ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡିତ ନିଯୋଗଗୁଡିକୁ ଦୁଇ ଜଣଙ୍କ ନାମ ପଠାଇବାକୁ ଅନୁରୋଧ କରିବେ। ଏହାପରେ ଏଭଳି ୧୦ ଜଣ ସଦସ୍ୟଙ୍କ ନାମ ତାଲିକା ପ୍ରସ୍ତୁତ କରିବେ ମୁଖ୍ୟ ପ୍ରଶାସକ । ଅତୀତର ବ୍ୟବହାର, ନୀତି ସମ୍ପାଦନ କରିବାରେ ନିୟମିତତା, ନିଯୋଗ ଭିତର ଓ ବାହାରେ ଥିବା ଅନ୍ୟ ସେବାୟତଙ୍କ ସହ ସମ୍ପର୍କ ଏବଂ ଭକ୍ତ ତଥା ତୀର୍ଥ ଯାତ୍ରୀଙ୍କ ପ୍ରତି ବ୍ୟବହାର ତଥା ସେବାପୂଜା ଅଭିଜ୍ଞତାକୁ ନେଇ ତାଲିକା ପ୍ରସ୍ତୁତ କରାଯିବ। ନାଁ ମନୋନୟନରେ ମୁଖ୍ୟ ପ୍ରଶାସକ ଦ୍ବନ୍ଦ୍ବରେ ରହିଲେ ସେ ଲଟେରୀ ବ୍ୟବସ୍ଥା ଗ୍ରହଣ କରିପାରିବେ । ସେବା ପୂଜା ସହ ଅଧିକ ଜଡିତ ନିଯୋଗର ସଦସ୍ୟଙ୍କୁ କ୍ରମାନ୍ବୟରେ ସୁଯୋଗ ମିଳିବ। କୌଣସି ଗୋଟିଏ ନିଯୋଗରୁ ଦୁଇ ଜଣ ସଦସ୍ୟଙ୍କ ନାମ ବିଚାରକୁ ନିଆଯିବ ନାହିଁ । କୌଣସି ବ୍ୟକ୍ତିଙ୍କ ନାମ କ୍ରମାଗତ ଦ୍ବିତୀୟ କାର୍ଯ୍ୟକାଳ ଲାଗି ସୁପାରିଶ କରାଯିବ ନାହିଁ ।

Advertisment

ନାମ ସୁପାରିଶ ବେଳେ ମୁଖ୍ୟ ପ୍ରଶାସକ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ବ ମତାମତା ଗୁପ୍ତ ରଖିବେ। ଶେଷରେ ସୁପାରିଶ ଅନୁସାରେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଶ୍ରୀମନ୍ଦିର ପରିଚାଳନା କମିଟିରେ ମୋଟ ୧୮ ଜଣ ସଦସ୍ୟ ରହୁଥିବା ବେଳେ ସେବାୟତ ଓ ମଠରୁ ପ୍ରାୟ ୭ ଜଣ ସଦସ୍ୟଙ୍କ ନାମ ଚୟନ ହୋଇଥାଏ । ବିଶେଷ ସାମାଜିକ କାର୍ଯ୍ୟ କରି ପ୍ରଶଂସା ପାଇଥିବା ଅନ୍ୟ ୨ ଜଣଙ୍କୁ ସରକାର କମିଟିରେ ସ୍ଥାନ ଦେଇଥାଆନ୍ତି I ଗଜପତି ମହାରାଜ କମିଟିର ସ୍ଥାୟୀ ଅଧକ୍ଷ ହୋଇଥିବା ବେଳେ କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ ପି, ଏଏସ୍ଆଇ ସୁପରିଟେଣ୍ଡେଣ୍ଟ, ଏଣ୍ଡାଓମେଣ୍ଟ କମିଶନର, ଆଇନ ବିଭାଗ ସଚିବ ପ୍ରମୁଖ ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥାନ୍ତି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲା, ହେଲେ ହଟୁନି ଦର୍ଶନ ଯନ୍ତ୍ରଣା

Puri Srimandir Srimandir Management Committee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ