Advertisment

RERA to Launch Forensic Audits: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା।

RERA to Launch Forensic Audits

RERA to Launch Forensic Audits

Advertisment

ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ ଆସିଲେ, ରିଅଲ ଇଷ୍ଟେଟ୍ ସଂସ୍ଥାର 'ଫରେନ୍ସିକ୍' ଅଡିଟ୍ କରାଇବ ରେରା। ସ୍ବତନ୍ତ୍ର ଚାଟାର୍ଡ ଫାର୍ମ ଜରିଆରେ ହେବ ଅଡିଟ୍। ଅର୍ଥ ହେରଫେର ଜଣାପଡ଼ିଲେ, ପ୍ରକଳ୍ପ ଖର୍ଚ୍ଚର ୧୦ ପ୍ରତିଶତ ତଣ୍ଡ ଗଣିବେ ବିଲ୍ଡର। ରେରାର ଏହି ପଦକ୍ଷେପକୁ ରିଅଲ ଇଷ୍ଟେଟ୍ କର୍ମୀ ସ୍ବାଗତ କରିଥିବା ବେଳେ ବିଲ୍ଡର ସଂଘ କହିଛି, କେବଳ ଅର୍ଥ ହେରଫେର ଯୋଗୁଁ ହୁଏନି ପ୍ରକଳ୍ପ ବିଳମ୍ବ, ଏହା ପଛରେ ଅଛି ଅନେକ କାରଣ।

Advertisment

ସାବାଡ଼ ହେବେ ମୁନାଫାଖୋର ବିଲ୍ଡର । ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ
ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା। ଗଠନ କରିଛି ଫରେନ୍ସିକ୍ ଅଡିଟ୍ ଟିମ୍। ଅଡିଟ୍ ପାଇଁ ଓରେରାରେ ଏମ୍ପ୍ୟାନେଲ ହୋଇଛନ୍ତି ୪ଟି ଚାଟାର୍ଡ ଫାର୍ମ। ପ୍ରଶ୍ନ ଉଠୁଛି, କ’ଣ ସବୁ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପର ହେବ କି ଫରେନ୍ସିକ୍ ଅଡିଟ୍ ? ରେରା ଆଦେଶନାମା କହୁଛି, ସବୁ ପ୍ରକଳ୍ପର ଫରେନ୍ସିକ୍ ଅଡିଟ୍ ହେବନି। ଯଦି କୌଣସି ପ୍ରକଳ୍ପ କାମ ସରିବାରେ ବିଳମ୍ବ ନେଇ ବାସଗୃହ କ୍ରେତା ଅଭିଯୋଗ ଆଣନ୍ତି, ତାହାହେଲେ ତାର ଫରେନ୍ସିକ୍ ଅଡିଟ୍ କରାଯିବ। ଏହାଛଡ଼ା ପ୍ରକଳ୍ପ ପାଇଁ ଥିବା ପାଣ୍ଠିର ଅପବ୍ୟବହାର, ପ୍ରି-ଲଞ୍ଚ୍ ବୁକିଂ ନେଇ ଅଭିଯୋଗ ଆସିଲେ ବି ହେବ ଫରେନ୍ସିକ୍ ଅଡିଟ୍। ପ୍ରଶ୍ନ, ଫରେନ୍ସିକ୍ ଅଡିଟ୍‌ରେ କ’ଣ କରାଯିବ ? 

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ କରିଦେଉଛି ଚାଟ୍ ଜିପିଟି

Advertisment

ଓରେରା ଅଧ୍ୟକ୍ଷ କହିଛନ୍ତି, ଏଥିରେ ଏମ୍ପ୍ୟାନେଲ୍ ଚାଟାର୍ଡ ଫାର୍ମ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ପ୍ରମୋଟରଙ୍କ ବୁକ୍ସ ଅଫ୍ ଆକାଉଣ୍ଟସର ଯାଞ୍ଚ କରିବେ। ସେମାନେ କିଭଳି ବାସଗୃହ କ୍ରେତାଙ୍କଠାରୁ ଅର୍ଥ ନେଇଛନ୍ତି? ଏହି ଅର୍ଥ କେଉଁଠି ବିନିଯୋଗ ହୋଇଛି? ଅନ୍ୟଆଡେ ଏ ଅର୍ଥ ବିନିଯୋଗ ହୋଇଛି କି ନାହିଁ? ସମୟ ସୀମା ମଧ୍ୟରେ କାହିଁକି ସରିପାରିନି ପ୍ରକଳ୍ପ? ଫରେନ୍ସିକ୍ ଅଡିଟ୍ ରୁ ଏସବୁ କିଛି ସ୍ପଷ୍ଟ ହୋଇଯିବ। ଯଦି କୌଣସି ବିଲ୍ଡର ଅର୍ଥ ହେରଫେର କରିଥିବା ଜଣାପଡ଼ିବ, ରେରା ଆଇନର ୬୩ ଧାରା ଅନୁସାରେ ତାଙ୍କୁ ପ୍ରକଳ୍ପ ଖର୍ଚ୍ଚର ୧୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ। 

ରେରା ନିୟମ ଅନୁସାରେ, ବିଲ୍ଡରମାନେ ବାସଗୃହ କ୍ରେତାଙ୍କ ନିକଟରୁ ସଂଗ୍ରହ କରୁଥିବା ଅର୍ଥର ୭୦ ପ୍ରତିଶତ, ପ୍ରକଳ୍ପ କାମ ପାଇଁ ଖର୍ଚ୍ଚ କରିବାକୁ ବାଧ୍ୟ। ଏମିତିକି ସେମାନେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ପ୍ରି-ଲଞ୍ଚ ଆକାରରେ ବାସଗୃହ କ୍ରେତାଙ୍କଠାରୁ ଟଙ୍କାଟିଏ ବି ନେଇପାରିବେନି। ଏଗ୍ରିମେଣ୍ଟ ଫର୍ ସେଲ୍ ହୋଇ ନଥିଲେ ବାସଗୃହ କ୍ରେତାଙ୍କଠାରୁ ୧୦ ପ୍ରତିଶତରୁ ଅଧିକ ଅର୍ଥ ନେଇପାରିବେନି। କିନ୍ତୁ ଏସବୁ ନିୟମକୁ ବିଲ୍ଡରମାନେ ଖୋଲାଖୋଲି ଉଲ୍ଲଂଘନର ଅଭିଯୋଗ ଆସୁଛି। ଏଣୁ ଓରେରା ଦ୍ବାରା ଫରେନ୍ସିକ୍ ଅଡିଟ୍ ଟିମ୍ ଗଠନ ହେବାପରେ ଏବେ ଏସବୁରେ ବ୍ରେକ୍ ଲାଗିବ ବୋଲି କହିଛନ୍ତି ରିଅଲ୍ ଇଷ୍ଟେଟ୍ କର୍ମୀ। ଏଣେ ରିଅଲ ଇଷ୍ଟେଟ୍ ସଂଘ କହିଛି, କେବଳ ପାଣ୍ଠି ଦୁରୁପଯୋଗ ଦ୍ବାରା ପ୍ରକଳ୍ପ ବିଳମ୍ବ ହୁଏନି। ଅନେକ ସମୟରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ମାନ୍ଦାବସ୍ଥା ତଥା ବୁକିଂ ନ ଆସିଲେ ବି ବିଳମ୍ବ ହୁଏ। ଫରେନ୍ସିକ୍ ଅଡିଟ୍ ହେଲେ, ଏକଥା ବି ସ୍ପଷ୍ଟ ହୋଇପାରିବ। 

Advertisment

ଏ ଭିତରେ ଗୋଟିଏ ରିଅଲ୍ ଇଷ୍ଟେଟ୍ ସଂସ୍ଥା ବିରୋଧରେ ଫରେନ୍ସିକ୍ ଅଡିଟ୍ ନିର୍ଦ୍ଦେଶ ଦେଇଛି ଓରେରା। ଦେଖିବାର କଥା, ଫରେନ୍ସିକ୍ ଅଡିଟ୍ ବ୍ୟବସ୍ଥା ପରେ କେତେ ସୁଧୁରୁଛି ରିଅଲ ଇଷ୍ଟେଟ୍ କ୍ଷେତ୍ର। 

ଅଧିକ ପଢ଼ନ୍ତୁ: ଆଜି ପବିତ୍ର ରାମ ନବମୀ, ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା

Penalty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ