Advertisment

Cyclone Dana: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ PM; ଫୋନ ଯୋଗେ ବତ୍ୟା ଅପଡେଟ୍ ନେଲେ ମୋଦି

ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

PM Modi Interacts with Odisha CM

PM Modi Interacts with Odisha CM

Advertisment

ବାତ୍ୟା ଦାନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। 

Advertisment

ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିଭଳି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ଏପଟେ ଭୀଷଣ ବାତ୍ୟା ଯେତିକି ତାଣ୍ଡବ ରଚିବ, ଏହା ସ୍ଥଳ ଭାଗ ଛୁଇଁବା ପରେ ପ୍ରବଳ ବର୍ଷା ତାଠାରୁ ଅଧିକ କୋପ ଦେଖାଇବ। ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଉତ୍ତରରୁ ପଶ୍ଚିମ ଓଡ଼ିଶା ଯାଏଁ ବର୍ଷା ଚେତାବନୀ ଜାରି କରିଛି। ଏଥିଯୋଗୁଁ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହେଲାଣି । ଯେହେତୁ ସମୁଦ୍ର ଜୁଆର ଅଧିକାଂଶ ନଦୀରେ ପଶିବ, ତେଣୁ ବନ୍ୟା ପାଣି ନିଷ୍କାସନ ନହୋଇ ଗାଁ ଗଣ୍ଡାକୁ ମାଡ଼ି ଯିବାର ଆଶଙ୍କା ରହିଛି ।  

Advertisment

ଖାଲି ଅଣଚାଶ ପବନ ନୁହେଁ । ନିର୍ଘାତ ବର୍ଷାକୁ ବି ସାଙ୍ଗରେ ଧରି ଆସୁଛି ଭୀଷଣ ବାତ୍ୟା ଦାନା । ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ। ଯଦିଓ ପବନର କୋପ କମିଯିବ ହେଲେ ବର୍ଷା ତାଉ ଦେଖାଇବ। ଖାଲି ଉପକୂଳ କି ଉତ୍ତର ନୁହେଁ ପଶ୍ଚିମ ଓଡ଼ିଶାରେ ବି କାଚିବ ବର୍ଷା । ଏହାର ପ୍ରଭାବରେ ନଦୀ-ନାଳ ଫୁଲିବ, ଏପରିକି ବନ୍ୟା ସ୍ଥିତି ବି ଉପୁଜିପାରେ।

ସୂଚନା ଅନୁସାରେ-ଆସନ୍ତାକାଲି ସକାଳୁ ୨୬ ତାରିଖ ସକାଳ ଯାଏଁ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ଦିଆଯାଇଛି ରେଡ୍ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେମିତି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବୌଦ୍ଦ, ସୋନପୁର ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଗଂଜାମ, କନ୍ଧମାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

Advertisment

ଲ୍ୟାଣ୍ଡଫଲ୍ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ । ଏହା ପଶ୍ଚିମ-ଉତ୍ତର ଏବଂ  ପଶ୍ଚିମକୁ ଗତି କରିବ। ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆଗରୁ ସୂଚନା ଦେଇ ସାରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। କେଉଁ କେଉଁ ନଦୀ ସବୁ ଫୁଲି ଉଠିବ ଓ ଉଛୁଳିବ ? କେଉଁଠି ସୃଷ୍ଟି ହେବ ବନ୍ୟା ? କୁହାଯାଉଛି ଉତ୍ତର ଓ ଉପକୂଳ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ, ଯେମିତିକି ବୁଢାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ନଦୀ ଫୁଲିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବ। 

ଅନ୍ୟପକ୍ଷରେ ବାତ୍ୟା ପ୍ରକୋପରେ ୧ରୁ ୨ ମିଟର ଉଚ୍ଚର ଜୁଆର ଉଠିବା ଯୋଗୁଁ, ନଦୀ ବାଟେ ପ୍ରାୟ ୧ କିଲୋମିଟରରୁ ୩ କିଲୋମିଟର ଯାଏଁ ଲୁଣାପାଣି ପଶିଆସିବ। ଆଉ ଏଥିଯୋଗୁଁ ବଙ୍ଗୋପସାଗରରେ ମିଶୁଥିବା ଅଧିକାଂଶ ନଦୀର ପାଣି ଶୀଘ୍ର ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିବା ଆଶଙ୍କା ଉପୁଜିଛି। ସେପଟେ ବାତ୍ୟା ଓ ପ୍ରବଳ ବର୍ଷା ଭଳି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିକା ପାଇଁ ଜିଲ୍ଲା ପ୍ରଶାସନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଗଲାଣି।

PM Modi Heavy Rainfall Flood Cyclone Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ