Advertisment

ଜଳୁଛି ଜଙ୍ଗଲ କୁହୁଳୁଛି ନିଆଁ; ବୁଦାଠୁ ବଡ଼ ବଡ଼ ଗଛ, ସବୁକିଛି ପଦା ହୋଇଗଲାଣି

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ଥର ଅର୍ଥାତ୍ ୨୦୨୩ ନଭେମ୍ବରରୁ ଆଜି ସୁଦ୍ଧା ରାଜ୍ୟର ୧୩ ହଜାର ୫୮୯ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧ ହଜାର ୩୯୬ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଛି।

undefined

Forest Fire

Advertisment

ତାତି ବଢ଼ିବା ସହ ଉଗ୍ର ହେଉଛି ଜଙ୍ଗଲ ନିଆଁ। ରାଜ୍ୟରେ ହୁତ ହୁତ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟର ୧୩ଟି ଜଙ୍ଗଲରେ ବି ନିଆଁ ଲାଗିଛି। ଗତ ସପ୍ତାହକ ଭିତରେ ୫ ହଜାର ୩୭୫ଟି ସ୍ଥାନରେ ଜଳିଛି ଜଙ୍ଗଲ, ଯାହା ଦେଶରେ ସର୍ବାଧିକ। ସେପଟେ ପିସିସିଏଫ୍ କହିଛନ୍ତି, ୯୯ ଭାଗ ଜଙ୍ଗଲ ନିଆଁ ମନୁଷ୍ୟକୃତ।

Advertisment

ଜଳୁଛି ଜଙ୍ଗଲ। ପାହାଡ଼ରେ କୁହୁଳୁଛି ନିଆଁ। କୋରାପୁଟ ଲକ୍ଷ୍ମୀପୁରର ପାହାଡ଼କୁ ଘୋଡ଼ାଇ ଦେଉଛି ଧୂଆଁର ଆସ୍ତରଣ। ମାଲକାନଗିରି ବାଲିମେଳା ଅଞ୍ଚଳରେ ବି ଜଙ୍ଗଲ ଜଳିବାରେ ଲାଗିଛି। ପୂରା ପାହାଡ଼କୁ ମାଡ଼ିଗଲାଣି ନିଆଁ। ବୁଦାଠୁ ଆରମ୍ଭ କରି ବଡ଼ ବଡ଼ ଗଛ, ସବୁକିଛି ଜଳି ପଦା ହୋଇଗଲାଣି। ଜଙ୍ଗଲ ନିଆଁ ଆଁରୁ ବାଦ୍ ପଡ଼ିନି ଶିମିଳିପାଳ ଅଭୟାରଣ୍ୟ। ଅଭୟାରଣ୍ୟର ତାଳବନ୍ଦ ଓ ଡୁକୁରା ରେଞ୍ଜ ସମେତ ୧୩ଟି ଜଙ୍ଗଲ ଏବେ ହୁତ୍ ହୁତ୍ ହୋଇ ଜଳୁଛି।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ଥର ଅର୍ଥାତ୍ ୨୦୨୩ ନଭେମ୍ବରରୁ ଆଜି ସୁଦ୍ଧା ରାଜ୍ୟର ୧୩ ହଜାର ୫୮୯ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧ ହଜାର ୩୯୬ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଛି। କେବଳ ଆଜି ରାଜ୍ୟର ୧ ହଜାର ୩୮୭ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ସେଥିରୁ ୧୨୭ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଛି। ଦିନକୁ ଦିନ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଥିବାରୁ ଚିନ୍ତାରେ ସ୍ଥାନୀୟ ଅଧିବାସୀ।

Advertisment

ଗତ ସପ୍ତାହକ ଭିତରେ ରାଜ୍ୟର ୫ ହଜାର ୩୭୫ ସ୍ଥାନରେ ଜଳିଛି ଜଙ୍ଗଲ, ଯାହାକି ଦେଶରେ ସର୍ବାଧିକ। ଜଙ୍ଗଲ ନିଆଁ ନେଇ ପିସିସିଏଫ୍ କହିଛନ୍ତି, ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ। କେଉଁଠି ପୋଡ଼ୁଚାଷ ପାଇଁ ତ ଆଉ କେଉଁଠି ମହୁଲ ଗୋଟାଇବାକୁ ଓ କେନ୍ଦୁପତ୍ର ତୋଳିବାକୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ପିସିସିଏଫ୍। ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ର ରୂପ ନେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। କହିଛନ୍ତି, ଏମିତି ଜାରି ରହିଲେ, ଆଗକୁ ମରୁଭୂମି ପାଲଟିଯିବ ଓଡ଼ିଶା।

ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ। ଏମିତି ସ୍ଥିତିରେ ବଢ଼ି ଚାଲିଥିବା ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Advertisment

(ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖୋରା, ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ)

Forest Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ