Advertisment

ଏଣିକି ମନଇଚ୍ଛା କାଟି ପାରିବେନି ତାଳ ଗଛ: ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି

ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି ।

ଅଦ୍ୟତନ ହୋଇଛି
Restriction To Cut Palm Tree

Restriction To Cut Palm Tree

Advertisment

ତାଳ ଗଛ କଟା ହେବ କାଳ । ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ। ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି। ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି। ମନଇଚ୍ଛା ତାଳ ଗଛ କାଟିଲେ ହେବ କାର୍ଯ୍ୟନୁଷ୍ଠାନ। 

Advertisment

ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ସେହିପରି ରାଜ୍ୟରେ ଏ ବର୍ଷ ଲାଗିବ ୧୯ ଲକ୍ଷ ତାଳ ଗଛ। ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ।

ଅଧିକ ପଢ଼ନ୍ତୁ: ସିଲ୍ ହେବ ‘ବଲ୍ଲେ ବଲ୍ଲେ ଢାବା’;‘ଟଙ୍କା କେଉଁଠୁ ଆସିଥିଲା, କିପରି ଖର୍ଚ୍ଚ ହୋଇଛି ହେବ ଯାଞ୍ଚ’

Advertisment

ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ରାଜ୍ୟ ଓ ଜାତୀୟ ରାଜପଥ ରାସ୍ତାପାର୍ଶ୍ବ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ ଜମିରେ ତାଳଗଛ ଲଗାଇବାକୁ ୨୦୧୮ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବନଖଣ୍ଡକୁ କୁହାଯାଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ପରିଣାମ ସ୍ବରୂପ ଗତ ୫ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ୧,୪୭୨ ଲୋକଙ୍କ ଜୀବନ ଯାଇଛି। ୧୪୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି। 

ବଜ୍ରପାତରେ ୪୦ % ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୭୪ ହଜାର, ୬୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ବ୍ୟକ୍ତି ବଜ୍ରପାତରେ ଆହତ ହୋଇ ୭ ଦିନରୁ ଅଧିକ ଦିନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି, ତାହାହେଲେ ସେମାନଙ୍କୁ ୧୬ ହଜାର ଟଙ୍କା ମିଳୁଛି। ଏକ ସପ୍ତାହରୁ କମ୍‌ ଦିନ ଚିକିତ୍ସା ହେଉଥିଲେ ୫,୪୦୦ ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

Forest Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ