Advertisment

ଏଣିକି ଡିଲର ପାଖେ ଧାଡ଼ି ବାନ୍ଧିବାକୁ ପଡ଼ିବନି, ATMରୁ ଚାଉଳ ଉଠାଇବେ ହିତାଧିକାରୀ

କାର୍ଡ ନମ୍ବର ମାରି ଫିଙ୍ଗର ପ୍ରିଣ୍ଟ୍ ଦେଲେ ମେସିନରୁ ବାହାରିବ ଚାଉଳ । ସଫଳ ହେଲେ ପ୍ରତି ବ୍ଲକରେ ଖୋଲାଯିବ ଚାଉଳ ଏଟିଏମ୍  ।

undefined

Rice ATM

Advertisment

ରାସନ୍ ଚାଉଳ ପାଇଁ ଆଉ ଡିଲର୍ ପାଖକୁ ଯିବାକୁ ପଡିବନି। ସୁଇଚ୍ ଟିପିଲେ ମେସିନରୁ ବାହାରିବ ଚାଉଳ । ଆଉ ଖାଉଟିଙ୍କୁ ନାଲି ଆଖି ଦେଖେଇ ପାରିବେନି ଡିଲର। ବନ୍ଦ ହେବ ରାସନ ଚାଉଳ ବାଟ ମାରଣା। ପିଡିଏସ୍ ଦୁର୍ନୀତି ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। ଆରମ୍ଭ ହେଲା ଚାଉଳ ଏଟିଏମ୍। ଦେଶରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଉଦଘାଟନ ହୋଇଛି ଷ୍ଟାଣ୍ଡ୍ । ଏଲନ୍ ଚାଉଳ ଏଟିଏମ୍ । ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଏହି ଏଟିଏମ୍‌କୁ ଉଦ୍‌ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ଏଣିକି ହିତାଧିକାରୀ ମାନେ ନିଜେ ନିଜେ ଉଠାଇପାରିବେ ଚାଉଳ । ପ୍ରଥମେ ମେସିନରେ ନିଜ ରାସନ କାର୍ଡ ନମ୍ବର ଦେବାକୁ ପଡିବ। ତାପରେ ମେସିନ୍‌ ହିତାଧିକାରୀଙ୍କ ସଂଖ୍ୟା ଏବଂ କେତେ ଚାଉଳ ପାଇବେ ତାହା ଦେଖାଇବ। ଆଇଡେଣ୍ଟିଫିକେସନ ପାଇଁ ବାୟୋମେଟ୍ରିକ ବା ଫିଙ୍ଗର ପ୍ରିଣ୍ଟ ଦେବା ପରେ ବସ୍ତାକୁ ପଳେଇ ଆସିବ ହିତାଧିକାରୀଙ୍କ କୋଟାର ଚାଉଳ। 

ଏମିତି କି ଯଦି ଜଣଙ୍କର ୨-୩ ମାସର ବକେୟା ରହିଛି, ବକେୟା ଚାଉଳ ବି ଉଠାଇ ପାରିବେ। କିମ୍ବା ଯେତିକି ମାସର ଦରକାର ସେତିକି ଉଠାଇ ପାରିବେ। ଯେକୌଣସି ଜିଲ୍ଲା ବା ସ୍ଥାନର ହିତାଧିକାରୀ ହୋଇଥିଲେ ମଧ୍ୟ ଏଟିଏମରୁ ଚାଉଳ ଉଠାଇପାରିବେ। ଏହି ବ୍ୟବସ୍ଥାରେ ଡିଲରଙ୍କର କୌଣସି ଆବଶ୍ୟକତା ହିଁ ପଡିବନି।

Advertisment

ଆଜି ଭୁବନେଶ୍ୱରରେ ଗୋଟିଏ ଅର୍ଣ୍ଣପୂର୍ତ୍ତି ଶସ୍ୟ ଏଟିଏମ୍ ଆରମ୍ଭ ହୋଇଥିବା ବେଳେ ଆଗକୁ ପ୍ରତି ଜିଲ୍ଲା, ପରେ ପ୍ରତି ବ୍ଲକରେ ଏହି ଏଟିଏମ୍ ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ। 

ଗୋଟିଏ ପଟେ ବ୍ୟବସ୍ଥାରେ ସୁଧାର ପାଇଁ ବିଭାଗ ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ଥମିବାର ନାଁ ନେଉନି ପିଡିଏସ୍ ଦୁର୍ନୀତି। ବଲାଙ୍ଗୀର ବେଲପଡା ବ୍ଲକ ସମ୍ମୁଖରରେ ୩ ମାସ ହେବ ପିଡିଏସ ଚାଉଳ ମିଳୁ ନଥିବାରୁ ବ୍ଲକ ଘେରାଉ କରିଛନ୍ତି ରାସନ କାର୍ଡ ହିତାଧିକାରୀ। ସେମାନଙ୍କର ଅଭିଯୋଗ ଡିଲର ଚାଉଳ ଉଠେଇଛି ହେଲେ ହିତାଧିକାରୀଙ୍କୁ ଦିଆଯାଉନି। ବ୍ଲକର ସର୍ଗିପାଲି, ଥୁଡିବାହାଲ, ବାଗଦୋର ଗାଁର ଅନେକ ହିତାଧିକାରୀଙ୍କ ନାଁରେ ଚାଉଳ ଲୁଟ୍ ହୋଇଛି। ବିଡିଓ କହିଛନ୍ତି ଏହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ।

Advertisment

ରାଜ୍ୟରେ ଜାତୀୟ ଖାଦ୍ୟ ନିରପତ୍ତା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ  ରହିଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷ ୯୭ ହଜାର ହିତାଧିକାରୀ ଅଛନ୍ତି। ରାସନ ଯୋଜନାରେ ଚାଉଳ ବାଟମାରଣା ହେଉ କି ଭୂତ ହିତାଧିକାରୀ ସ୍କାମ୍ ସବୁଥିରେ ବ୍ରେକ୍ ଲଗାଇ ପାରିବ ଚାଉଳ ଏଟିଏମ୍।

Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ