Advertisment

ମାଲିକାନା ବଦଳିବାରୁ ସତ୍ତା ହରାଉଛି କି ଗୋପାଳପୁର ବନ୍ଦର ?

ଗଞ୍ଜାମ ଜିଲ୍ଲାର ପୁରାତନ ଗୋପାଳପୁର ବନ୍ଦର । ମାଲିକାନା ପରବର୍ତ୍ତନ ଯୋଗୁଁ ସ୍ଥିତି ଦୁର୍ବଳ ହେଉଥିବା ଅଭିଯୋଗ । ୧୮ ବର୍ଷ ଭିତରେ ପାଞ୍ଚ ପାଞ୍ଚ ଥର ପରିବର୍ତ୍ତନ ।

ଅଦ୍ୟତନ ହୋଇଛି
Is Gopalpur Port Losing Its Status Due to Changes in Ownership?

Gopalpur Port

Advertisment

ଗଂଜାମ ଜିଲ୍ଲାର ପୁରାତନ ଗୋପାଳପୁର ବନ୍ଦର। ବାରମ୍ବାର ମାଲିକାନା ପରବର୍ତ୍ତନ ଯୋଗୁଁ ଏହାର ସ୍ଥିତି ଦୁର୍ବଳ ହେଉଥିବା ଅଭିଯୋଗ ହୋଇଛି। CSR ଅନ୍ତର୍ଗତ ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଏବଂ ଜେଟି ନିର୍ମାଣ ଯୋଗୁଁ ମତ୍ସ୍ୟଜୀବୀ ଓ ସମୁଦ୍ର କୂଳିଆ ଗାଁଲୋକେ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ।

Advertisment

ବାରମ୍ବାର ମାଲିକାନା ବଦଳିବାରୁ ସତ୍ତା ହରାଉଛି କି ଗୋପାଳପୁର ବନ୍ଦର ? ୧୮ ବର୍ଷ ଭିତରେ ମାଲିକାନାରେ ଘଟିଲାଣି ପାଞ୍ଚ ପାଞ୍ଚ ଥର ପରିବର୍ତ୍ତନ ବାରମ୍ବାର ମାଲିକ ବଦଳୁଥିଲେ ବି ବନ୍ଦରର ଭାଗ୍ୟ ବଦଳୁନଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦରର ଉଭୟ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବେଶ୍ ଆଗୁଆ ଥିବା ରାଜ୍ୟର ଅନ୍ୟତମ ପୁରାତନ ସାମୁଦ୍ରିକ ବନ୍ଦର, ଏବେ ବିଭିନ୍ନ ସମସ୍ୟା ଭିତରେ ଘାଣ୍ଟି ହେଉଥିବା ଅଭିଯୋଗ ହେଉଛି। ଆଉ ବନ୍ଦରର ମାଲିକାନାରେ ବାରମ୍ବାର ପରିବର୍ତ୍ତନକୁ ଏହା ପଛର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ: ବଦଳିଲା ଲକ୍ଷ୍ମୀ ବସ୍‌ ରଙ୍ଗ, ସବୁଜରୁ ହେଲା ଗେରୁଆ

ସୂଚନା ଅନୁସାରେ, ୨୦୦୬ ପୂର୍ବରୁ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କ ଅଧୀନରେ ଥିଲା। ୨୦୦୬ ଠାରୁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ବା OSL କେତେବେଳେ ଏକାକୀ ତ ଆଉ କେତେବେଳେ ଅନ୍ୟ କଂପାନୀ ସହ ମିଳିତ ଭାଗିଦାରୀରେ ବନ୍ଦରକୁ ଚଳାଇ ଆସିଛି। ୨୦୦୬ରେ ନୋବେଲ ଓ ସାରା କଂପାନୀ ସହ, ୨୦୧୧ରେ 
ଏ ଦୁହେଁ ଓହରିଯିବାରୁ ଜିନ୍ଦଲ ସହ ଏବଂ ୨୦୧୬ରେ ଜିନ୍ଦଲ ହଟିଯିବାରୁ ୨୦୧୭ରେ ସାପୁର ଜୀ ପାଲୋନ ଜୀ କଂପାନୀ ସହ ହାତ ମିଳାଇଥିଲା OSL। ତେବେ ବାରମ୍ବାର ମାଲିକ ବଦଳିବା ଯୋଗୁଁ କର୍ପୋରେଟ୍ ସାମାଜିକ ଦାୟିତ୍ବ ବା CSR କାର୍ଯ୍ୟ ଠିକ୍ ଭାବେ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଆର୍ଯ୍ୟପଲ୍ଲୀ ବାସିନ୍ଦା। ଜେଟି ନିର୍ମାଣ ଯୋଗୁଁ ମତ୍ସ୍ୟଜୀବୀ ପ୍ରଭାବିତ ହେଉଥିବା ଏବଂ ସମୁଦ୍ର କୂଳ ଖାଉଥିବା ଅଭିଯୋଗ କରିବା ସହିତ, ଗାଁର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

Advertisment

ସେପଟେ ଗୋପାଳପୁର ବନ୍ଦରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବାରମ୍ବାର ମାଲିକାନା ପରିବର୍ତ୍ତନକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭଳି ଲାଗୁଥିବା ସେ ଅଭିଯୋଗ କରିବା ସହିତ, ପୋର୍ଟ ଗଞ୍ଜାମ ବାସୀଙ୍କ କଲ୍ୟାଣରେ ଆସୁନଥିବା କହିଛନ୍ତି। ଏଥିସହ ଖୁବ୍ ଶୀଘ୍ର ଆଦାନୀ କଂପାନୀ ପୋର୍ଟର ଦାୟିତ୍ବ ନେବ ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ମନ୍ତ୍ରୀ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ନେଇ ଗୋପାଳପୁର ବନ୍ଦର 
କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ

Advertisment
Gopalpur Port
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ