Astrospeak
  • Live TV
  • Read In English

Horseshoe Crabs: ସଙ୍କଟରେ ନୀଳରକ୍ତ କଙ୍କଡ଼ା; ବଂଶ ବୃଦ୍ଧିରେ ବାଧା ବଢାଇଲା ଚିନ୍ତା

ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ବଂଶ ହ୍ରାସର ମୁଖ୍ୟ କାରଣ ପାଲଟିଛି।

Horseshoe crab
ବିପଦରେ ନୀଳରକ୍ତ କଙ୍କଡ଼ା

ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ହ୍ରାସର ମୁଖ୍ୟ କାରଣ ପାଲଟିଛି। ସରକାରଙ୍କ ସୁରକ୍ଷା ଚିନ୍ତା କେବଳ କାଗଜ କଲମରେ। ଯାହାକୁ ନେଇ ଗବେଷକ ଓ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି ।

ସଙ୍କଟରେ ସାମୁଦ୍ରିକ ପ୍ରାଣୀ। ଲୋପ ପାଇଯିବେ ନୀଳରକ୍ତ କଙ୍କଡ଼ା । ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ାଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିକମି ଯାଉଛି । ଆବଶ୍ୟକ ସୁରକ୍ଷା ଓ ନିରାପତ୍ତା ଅଭାବରୁ ଏମାନେ ବିଲୁପ୍ତ ହେବାକୁ ବସିଲେଣି । ପରିବେଶ ସନ୍ତୁଳନ ସହ ଜୈବ ବିବିଧତା ବଜାୟ ରଖିବାରେ ମଧ୍ୟ ସେମାନଙ୍କର ବଡ଼ ଭୂମିକା ରହିଛି ।

ବଲେଶ୍ବରର ଚାନ୍ଦିପୁର ବେଳାଭୂମି ସୁରକ୍ଷିତ ସ୍ଥାନ ହୋଇଥିବାରୁ ଏଠାକୁ ଅଧିକ ସଂଖ୍ୟାରେ ନୀଳରକ୍ତ କଙ୍କଡ଼ା ଆସିଥାନ୍ତି। ଏବେ ଏହି ବେଳାଭୂମି ନୀଳରକ୍ତ କଙ୍କଡ଼ାଙ୍କ ପାଇଁ ବିପଦ ସାଜିଛି। ମତ୍ସ୍ୟଜୀବୀଙ୍କ ସଚେତନତା ଅଭାବ ସାଙ୍ଗକୁ ମୁହାଣ ସଂକୁଚିତ ଏବେ ଏହି ଦୁର୍ଲଭ ନୀଳରକ୍ତ କଙ୍କଡା ବଂଶ ବୃଦ୍ଧି ହ୍ରାସର ମୁଖ୍ୟ କାରଣ ପାଲଟିଛି l

ବିଶ୍ୱରେ ୪ଟି ପ୍ରଜାତିର ନୀଳରକ୍ତ କଙ୍କଡା ରହିଥିବା ବେଳେ ସେଥିରୁ ଦୁଇଟି ପ୍ରଜାତି ଭାରତରେ ଦେଖିବାକୁ ମିଳିଥାନ୍ତି l ଏହାର ରକ୍ତ ମଣିଷ ଚିକିତ୍ସା ବିଜ୍ଞାନ ପାଇଁ ବେଶ ଗୁରୁତ୍ୱ ବହନ କରେ l ଏହାର ଅଣ୍ଡାରେ ପେରି ଭିଟେଲିନ ଫ୍ଲୁଇଡ଼ ରହିଥାଏ, ଯାହା କର୍କଟ ରୋଗର ଚିକିତ୍ସା କରାଯାଇପାରିବ ବୋଲି ପ୍ରାଣୀ ବିଜ୍ଞାନୀମାନେ କହିଛନ୍ତି l

ବିରଳ ଓ ଦୁର୍ଲଭ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟ ଅଣ୍ଟା ଭିଡ଼ିଥିବା ବେଳେ ଗତ ତିନି ବର୍ଷ ପୂର୍ବେ ସରକାର ଏହି କଙ୍କଡାଙ୍କ କୃତ୍ରିମ ପ୍ରଜନନ କେନ୍ଦ୍ର ଆରମ୍ଭ କରିଥିଲେ ମଧ୍ୟ ତାହା ଏବେ ବନ୍ଦ ହୋଇ ପଡିଛି। ଯାହାକୁ ନେଇ ଫକୀରମହୋନ ବିଶ୍ୱବିଦ୍ୟାଳୟ ପୁଣି ଏହି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆବେଦନ କରିଛନ୍ତି।

ନୀଳରକ୍ତ କଙ୍କଡ଼ାର ଏତେ ଗୁରୁତ୍ବ କାହିଁକି ?

ଏହାର ରକ୍ତ ଧଳା ହୋଇଥିବା ବେଳେ ବାୟୁ ସଂସ୍ପର୍ଶରେ ଆସିଲେ ନୀଳ ହୋଇଯାଏ। ରକ୍ତର ରଂଗକୁ ନେଇଏହି ଜୀବର ନାମ ନୀଳରକ୍ତ କଙ୍କଡ଼ା ହୋଇଥିବାବେଳେ ଆକାର ଅନୁସାରେ ଏହାର ନାମକରଣ ଅଶ୍ବଖୁରାକୃତି ବୋଲି ମଧ୍ୟ କରାଯାଇଛି। ପ୍ରାୟ ୮୪୦ ନିୟୁତ ବର୍ଷ ପୂର୍ବରୁ ଆର୍ଥୋପଡ଼ା ତ୍ରିକୋଲିଟାଠାରୁ ଏହି କଙ୍କଡ଼ାର ବଂଶୋଭବ ହୋଇଥିବା ଅନୁମାନ କରାଯାଉଛି। ପୃଥିବୀର ୭ଟି ମହାଦେଶ ମଧ୍ୟରୁ କେବଳ ଆମେରିକା ଓ ଏସିଆ ମହାଦେଶରେ ଏହା ଦେଖାଯାଏ। ବିଶେଷ କରି ଭାରତରେ ଏହି କଙ୍କଡ଼ାର ଉପସ୍ଥିତି ସବୁଠାରୁ ଅଧିକ। ଓଡ଼ିଶାର ବାଲେଶ୍ବର ଚାନ୍ଦିପୁରରେ ଏହି କଙ୍କଡା ଦେଖାଯାଏ

ସବୁ ପରିବେଶ ସହିତ ଖାପ୍‌ ଖୁଆଇବା ରହିବା ପାଇଁ ଏମାନେ ସମର୍ଥ ଥିବା ବେଳେ ଶାନ୍ତ ସମୁଦ୍ର ଓ ନଦୀ ମୁହାଣରେ ରହିବାକୁ ପସନ୍ଦ କରିଥାଆ’ନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସେମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ନ ଥିବାରୁ ଅଣ୍ଡା ଦେଇସାରି ଗଭୀର ଜଳଭାଗକୁ ପଳାଇଯାଆନ୍ତି। ତେବେ କଙ୍କଡ଼ା ଶରୀରରେ ‘ଟା‌କାଇପ୍ଲେସଇନ୍‌’ ନାମକ ଏକ ପ୍ରୋଟିନ୍‌ ରହିଛି। ଯାହା କ୍ୟାନ୍‌ସର ଓ HIV ଭାଇରସ୍‌କୁ ପ୍ରତିହତ କରିବାର କ୍ଷମତା ରେଖେ। ସବୁପରେ ବି ନୀଳରକ୍ତ କଙ୍କଡ଼ାକୁ ନେଇ ଏକ ଚିନ୍ତାଜନକ ସ୍ଥିତି ଉପୁଜିଛି।