Advertisment

ଉତ୍ତରପ୍ରଦେଶରେ ପ୍ରବେଶ ପୂର୍ବରୁ ଦେଖେଇବାକୁ ହେବ କୋଭିଡ୍ ରିପୋର୍ଟ

ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶରେ ପ୍ରବେଶ ପୂର୍ବରୁ ଦେଖେଇବାକୁ ହେବ କୋଭିଡ୍ ରିପୋର୍ଟ

Yogi Adityanath

Advertisment

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ନିୟନ୍ତ୍ରିତ ପରିସ୍ଥିତି ମଧ୍ୟରେ ଆମକୁ ଅତିରିକ୍ତ ସଜାଗ ରହିବାକୁ ପଡିବ। ଏପରି ପରିସ୍ଥିତିରେ ଉତ୍ତରପ୍ରଦେଶକୁ ୩ ପ୍ରତିଶତରୁ ଅଧିକ ପଜିଟିଭିଟି ହାରରେ ଆସୁଥିବା ଲୋକଙ୍କ ପାଇଁ କରୋନାର ନେଗେଟିଭ୍ RT-PCR ରିପୋର୍ଟ ଅନିର୍ବାଜ୍ୟ ବୋଲି ସେ କହିବା ସହ ଏହି ରିପୋର୍ଟ ୪ ଦିନରୁ ଅଧିକ ହୋଇ ନ ଥିବା କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏପରି ରାଜ୍ୟରୁ ଉତ୍ତରପ୍ରଦେଶକୁ ଆସୁଥିବା ଲୋକମାନେ ସେମାନଙ୍କର କୋଭିଡ ପରୀକ୍ଷା ସାରିବା ପରେ ହିଁ ସେମାନଙ୍କର ଯାତ୍ରା ଆରମ୍ଭ କରିବା ଉଚିତ୍। ଯେଉଁମାନେ ଟିକାକରଣର ଉଭୟ ଡୋଜ୍ ପାଇଛନ୍ତି, ସେମାନଙ୍କୁ ଛାଡ କରାଯାଇପାରେ। ସଡକ / ବାୟୁ / ରେଳ ମାର୍ଗ ବ୍ୟତୀତ, ଏହି ନିୟମ ବ୍ୟକ୍ତିଗତ ଉପାୟରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କାର୍ଯ୍ୟକାରୀ କରାଯିବା ଉଚିତ। ଉଚ୍ଚ କୋଭିଡ ପଜିଟିଭିଟି ହାର ଥିବା ରାଜ୍ୟରୁ ଉତ୍ତରପ୍ରଦେଶକୁ ଆସୁଥିବା ଲୋକଙ୍କ ଭଲଭାବେ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ଟେଷ୍ଟିଂ କରାଯିବା ଉଚିତ। ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ଆଣ୍ଟିଜେନ୍ ପରୀକ୍ଷା ଏବଂ ଥର୍ମାଲ୍ ସ୍କାନିଂ କରାଯିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

Advertisment

ପ୍ରକାଶଥାଉ ଯେ ଉତ୍ତରପ୍ରଦେଶର ୭ଟି ଜିଲ୍ଲା (ଆଲିଗଡ, ଚିତ୍ରାକୋଟ, ହାଥ୍ରାସ୍, କସଗଞ୍ଜ, ମହୋବା, ଶାମଲି ଏବଂ ଶ୍ରାବସ୍ତି) ରେ କୋଭିଡ୍‌ର ଜଣେ ବି ରୋଗୀ ନାହାଁନ୍ତି। ଏହି ଜିଲ୍ଲାଗୁଡ଼ିକ ଆଜି କୋଭିଡ୍‌ ସଂକ୍ରମଣରୁ ମୁକ୍ତ ହୋଇପାରିଛି। ଏହି ଅବସ୍ଥା ସନ୍ତୋଷଜନକ ରହିଛି। ଗତ ଦିନଗୁଡିକରେ କୌଣସି ଜିଲ୍ଲାରେ ଦୁଇ ଅଙ୍କର ନୂତନ ମାମଲା ସାମ୍ନାକୁ ଆସି ନାହିଁ। ୪୭ଟି ଜିଲ୍ଲାରେ ସଂକ୍ରମଣର କୌଣସି ନୂତନ ମାମଲା ମିଳି ନ ଥିବାବେଳେ ୨୮ ଟି ଜିଲ୍ଲାରେ ଏକ ଅଙ୍କବିଶିଷ୍ଠ ମାମଲା ଦେଖିବାକୁ ମିଳିଛି।

ଏହି ପରିସ୍ଥିତି ଦର୍ଶାଉଛି ଯେ ରାଜ୍ୟରେ ପ୍ରତ୍ୟେକ ଦିନ କୋଭିଡ ମହାମାରୀରେ ନିୟନ୍ତ୍ରଣ ବଢିବାରେ ଲାଗିଛି। ଟ୍ରେସ, ଟେଷ୍ଟ ଏବଂ ଟ୍ରିଟ୍ ନୀତି ଅନୁଯାୟୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଉଚିତ। ତେବେ ରାଜ୍ୟରେ କୋଭିଡ୍‌ ଟିକାକରଣର କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୪ କୋଟିରୁ ୩ ଲକ୍ଷ ୫୪ ହଜାର କୋଭିଡ ଟିକା ଦିଆଯାଇଛି। ଗୋଟିଏ ରାଜ୍ୟ ଦ୍ୱାରା ଏହା ସର୍ବାଧିକ ସଂଖ୍ୟକ ଟିକାକରଣ ହୋ‍ଇପାରିଛି।

Advertisment
COVID-19 Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ