ICMR RESEARCH : ଅଧିକା ଚା’ କିମ୍ବା କଫି ପିଉଛନ୍ତି କି, ସାବଧାନ ! ହୋଇପାରେ ଏହି ରୋଗ ...

ଚା ଓ କଫି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର୍ ।

Coffee

ଚା ଓ କଫି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର୍ । ନିକଟରେ ଭାରତୀୟଙ୍କ ପାଇଁ ୧୭ ଟି ଖାଦ୍ୟପେୟର ନିର୍ଦ୍ଦେଶାବଳୀ ଜାରି କରି ଏକ ସୁସ୍ଥ ତଥା ବିବିଧ ଖାଦ୍ୟ ଖାଇବା ସହ ନିରାମୟ ଜୀବନଯାପନ ପାଇଁ ଗାଇଡଲାଇନ ଜାରି କରିଥିଲା ।

ଉକ୍ତ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ, ଚା ଓ କଫି ଉଭୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN) ସହ ରିସର୍ଚ୍ଚ କରି ଏହା ସ୍ପଷ୍ଟ କରିଛି ICMR । ଚା ଓ କଫିରୁ ଯେତେ କମ ପିଇବା ସେତେ ଉନ୍ନତମାନର ସ୍ୱାସ୍ଥ୍ୟ ବଜାୟ ରଖିପାରିବା ବୋଲି ଏହା ନିଜ ରିସର୍ଚ୍ଚରେ ସ୍ପଷ୍ଟ କରିଛି । ଭାରତରେ ଚା ଓ କଫି ପ୍ରବଳ ମାତ୍ରାରେ ଲୋକପ୍ରିୟ ।

ସକାଳର ଆରମ୍ଭ ଓ ରାତିର ଶେଷରେ ଏହି ଦୁଇ ପାନୀୟକୁ ମନେ ପକାଇ ଥାଆନ୍ତି ଭାରତୀୟ । କେହି କେହି ଦିନରେ ୨ରୁ ୪ କପ୍ ଭିତରେ ସୀମିତ ରହୁଥିବା ବେଳେ ଆଉ କେତେ ଜଣଙ୍କର କୌଣସି ସୀମା ନଥାଏ । ଭାରତୀୟଙ୍କର ଏପରି ଅଭ୍ୟାସକୁ ନେଇ ICMR ଚିନ୍ତା ପ୍ରକଟ କରିଛି । ଏହି ଲୋକପ୍ରିୟ ଗରମ ପାନୀୟକୁ ଖାଦ୍ୟ ଗ୍ରହଣର ପୂର୍ବରୁ କିମ୍ବା ପରେ ନପିଇବାକୁ କହିଛି ICMR ।

ଆଇସିଏମଆର ତରଫରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି ଯେ, ଚା ଏବଂ କଫିରେ କ୍ୟାଫେନ୍ ଥାଏ । ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଉତ୍ତେଜିତ କରିବା ସହ ଶାରୀରିକ ଭାବେ ନିର୍ଭରଶୀଳତା ମଧ୍ୟ ବୃଦ୍ଧି କରିଥାଏ । ଏଣୁ ଏହି ପାନୀୟ ଦ୍ୱୟରୁ ଯଥା ସମ୍ଭବ ଦୂରେଇ ରହିବାକୁ ଭାରତୀୟଙ୍କୁ ଚେତାବନୀ ଦେଇଛି ICMR ।

ଏକ କପ୍ (୧୫୦ml) କଫିରେ ୮୦-୧୨୦ ମି.ଗ୍ରା କ୍ୟାଫେନ୍ ଥାଏ । ଏଣୁ ଚା ’ଏବଂ କଫି ବ୍ୟବହାରରେ କ୍ୟାଫେନ୍ ଗ୍ରହଣର ସୀମା (୩୦୦mg / day) ରୁ ଅଧିକ ନରଖିବାକୁ କୁହାଯାଇଛି । ତେବେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ କଫି ଏବଂ ଚା ପିଇବାକୁ ମନା କରାଯାଇଥିଲା । ଏହାର କାରଣ ହେଉଛି ଏହି ପାନୀୟଗୁଡ଼ିକରେ ଟେନିନ୍ ନାମକ ଏକ ଯୌଗିକ ଥାଏ । ଏଣୁ ଏହାକୁ ପିଇବା ଦ୍ୱାରା ଶରୀର ଆଇରନ ଗ୍ରହଣ କରେନି ।

ଫଳରେ ଆଇରନର ପରିମାଣ ହ୍ରାସ ହୋଇଥାଏ । ହିମୋଗ୍ଲୋବିନ ପାଇଁ ଆଇରନର ଆବଶ୍ୟକତା ଥିବା ବେଳେ ଏହା ରକ୍ତହୀନତା ସୃଷ୍ଟି କରିଥାଏ । ଫଳରେ ଅତ୍ୟଧିକ ଥକ୍କା ଅନୁଭବ କରିବା ସହ ମୁଣ୍ଡବିନ୍ଧା ଆଦି ରୋଗ ବାହାରିଥାଏ ।