Advertisment

ଘରୋଇ ସଂସ୍ଥାଙ୍କୁ ଦିଆଯିବ ଅବ୍ୟବହୃତ ସଂପତ୍ତି

ସମୟ ଅବଧି ଶେଷ ହେଲେ ଉକ୍ତ ସଂପତ୍ତି ପୁଣି ସରକାରଙ୍କ ଅଧିନକୁ ଫେରି ଆସିବ। ବିଶେଷକରି ବିମାନ ବନ୍ଦର, ରେଲେଓ୍ୱ ଓ କୋଇଲା ଉତ୍ତୋଳନ କ୍ଷେତ୍ର, ଯେଉଁଥିରେ କି ସରକାରଙ୍କ ପୁଞ୍ଜି ନିବେଶ ସତ୍ତ୍ୱେ ଏସବୁ ଅବ୍ୟବହୃତ କିମ୍ବା ଯଥାବିନିଯୋଗ ହୋଇପାରିନାହିଁ।

Nirmana Sitharaman

Nirmana Sitharaman

Advertisment

ଭୁବନେଶ୍ୱର: ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପୋଗ୍ରାମ ବା ଏନ୍ଏମ୍‌ପିର ଶୁଭାରମ୍ଭ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଏହି ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରୋଗ୍ରାମ୍‌କୁ ଆଗାମୀ ୪ ବର୍ଷ ଭିତରେ ୬ ଲକ୍ଷ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏହା ଅନ୍ତର୍ଗତ କୌଣସି ସରକାରୀ ସଂପତ୍ତିକୁ ବିକ୍ରି କରାଯିବନି, ମାତ୍ର ଏହାର ଉପଯୁକ୍ତ ବିନିଯୋଗ କରାଯିବ। ସେଥିଲାଗି କେନ୍ଦ୍ର ଅଧିନରେ ଥିବା ବିଭିନ୍ନ ଅବ୍ୟବହୃତ ସଂପତ୍ତିକୁ ସୀମିତ ସମୟ ପାଇଁ ଘରୋଇ ସଂସ୍ଥାଙ୍କୁ ଦିଆଯିବ।

Advertisment

ସମୟ ଅବଧି ଶେଷ ହେଲେ ଉକ୍ତ ସଂପତ୍ତି ପୁଣି ସରକାରଙ୍କ ଅଧିନକୁ ଫେରି ଆସିବ। ବିଶେଷକରି ବିମାନ ବନ୍ଦର, ରେଲେଓ୍ୱ ଓ କୋଇଲା ଉତ୍ତୋଳନ କ୍ଷେତ୍ର, ଯେଉଁଥିରେ କି ସରକାରଙ୍କ ପୁଞ୍ଜି ନିବେଶ ସତ୍ତ୍ୱେ ଏସବୁ ଅବ୍ୟବହୃତ କିମ୍ବା ଯଥାବିନିଯୋଗ ହୋଇପାରିନାହିଁ। ସେହିସବୁ ସଂପତ୍ତିକୁ ଘରୋଇ ସଂସ୍ଥାକୁ ଦିଆଯିବ। ଏହି ଯୋଜନାରୁ ମିଳିବାକୁ ଥିବା ଅର୍ଥ ଦେଶର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

କେଉଁ କ୍ଷେତ୍ରରୁ କେତେ:-

ସଡ଼କ ଭିତ୍ତିଭୂମିରୁ ୧୬୦,୨୦୦ କୋଟି, ରେଳବାଇରୁ ୧୫୨୪୯୬ କୋଟି, ବିଦ୍ୟୁତ୍ ପରିବହନରୁ ୪୫୨୦୦କୋଟି, ବିଦ୍ୟୁତ୍ ଉତ୍ପାଦନ ୩୯,୮୩୨କୋଟି, ପ୍ରାକୃତିକ ଗ୍ୟାସ ପାଇପଲାଇନ ୨୪,୪୬୨ କୋଟି, ଉତ୍ପାଦ ପାଇପଲାଇନ ୨୨,୫୦୪ କୋଟି, ଟେଲିକମରୁ ୩୫,୧୦୦ କୋଟି, ଗୋଦାମ ଘର ୨୮,୯୦୦ କୋଟି, ମାଇନିଂ ୨୮, ୭୪୭ କୋଟି, ଏୟାରପୋର୍ଟରୁ ୨୦,୭୮୨ କୋଟି, ବନ୍ଦରରୁ ୧୨,୮୨୮ କୋଟି, ଷ୍ଟାଡିୟମ ୧୧,୫୪୦ କୋଟି, ସହରାଞ୍ଚଳ ରିୟଲି ଷ୍ଟେଟରୁ ୧୫,୦୦୦ କୋଟି, ୧୨ଟି ମନ୍ତ୍ରଣାଳୟର ସମ୍ପତ୍ତିକୁ ମନିଟାଇଜେସନ ନୀତିରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

Advertisment
Nirmala Sitharaman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ