Astrospeak
  • Live TV
  • Read In English

ଏଟିଏମ୍‌ ଟ୍ରାଞ୍ଜାକ୍ସନଠୁ ଆରମ୍ଭ କରି LPG ସିଲିଣ୍ଡର ଦର ପର୍ଯ୍ୟନ୍ତ...ଆସନ୍ତାକାଲିଠୁ ଏହି ୪ ବଡ଼ ପରିବର୍ତ୍ତନ

ପ୍ରତ୍ୟେକ ମାସ ପ୍ରାରମ୍ଭରୁ କିଛି ଜିନିଷରେ ପରିବର୍ତ୍ତନ ହୋଇଥାଏ। ଯାହାକି ଜନତାଙ୍କ ଖର୍ଚ୍ଚ ସହ ଜଡ଼ିତ। ଏଥର ମେ’ ୧ରୁ ୪ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

These 4 things are going to change from may 1
ଆସନ୍ତାକାଲିଠୁ ଏହି ୪ ବଡ଼ ପରିବର୍ତ୍ତନ

ଆସନ୍ତାକାଲିଠୁ ମେ’ ମାସ ଆରମ୍ଭ ହେବ। ପ୍ରତ୍ୟେକ ମାସ ପ୍ରାରମ୍ଭରୁ କିଛି ଜିନିଷରେ ପରିବର୍ତ୍ତନ ହୋଇଥାଏ। ଯାହାକି ଜନତାଙ୍କ ଖର୍ଚ୍ଚ ସହ ଜଡ଼ିତ। ଏଥର ମେ’ ୧ରୁ ୪ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ଜନତାଙ୍କ ଖର୍ଚ୍ଚ ଉପରେ ପଡ଼ିପାରେ। ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇପାରେ। ସେହିପରି ଜିଏସ୍‌ଟିଠୁ ଆରମ୍ଭ କରି ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେବ। ଜାଣନ୍ତୁ, ଆସନ୍ତାକାଲିଠୁ କ’ଣ ଏହି ୪ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି...

ମ୍ୟୁଚୁଆଲ୍‌ ଫଣ୍ଡ୍‌ କେୱାଇସି...

ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିବେଶ କ୍ଷେତ୍ରରେ ଇ-ୱାଲେଟ୍‌(E-Wallet) ବ୍ୟବହାର (ଯାହାର କେୱାଇସି ସମ୍ପୂର୍ଣ୍ଣ ଅଛି) ଲାଗି ନିବେଶକଙ୍କୁ ସୁନିଶ୍ଚିତ କରିବା ପାଇଁ ମାର୍କେଟ୍‌ ରେଗୁଲେଟର ସଂସ୍ଥା- SEBI ମ୍ୟୁଚୁଆଲ୍‌ ଫଣ୍ଡ୍‌ (Mutual Fund) କମ୍ପାନୀ ଗୁଡ଼ିକୁ କହିଛି। ଏହି ନିୟମ ଆସନ୍ତାକାଲି ଅର୍ଥାତ୍‌ ମେ’୧ରୁ ଲାଗୁ ହେବ। ଏହାପରେ ନିବେଶକ କେବଳ କେୱାଇସି ଇ-ୱାଲେଟ୍‌ରୁ ହିଁ ନିବେଶ କରିପାରିବେ। ତେବେ କେୱାଇସି ପାଇଁ ଆପଣଙ୍କୁ ପାନ୍‌ ନମ୍ବର, ମୋବାଇଲ୍‌ ନମ୍ବର ଓ ବ୍ୟାଙ୍କର ସବିଶେଷ ତଥ୍ୟ ଦେବାକୁ ପଡ଼ିବ। ଏସବୁ ତଥ୍ୟ ସହ ଆପଣଙ୍କୁ କେୱାଇସି ପାଇଁ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ପଡ଼ିବ। 

ଜିଏସ୍‌ଟି ନିୟମରେ ପରିବର୍ତ୍ତନ...

କାରବାର କ୍ଷେତ୍ରରେ ମେ’ ୧ରୁ ଜିଏସ୍‌ଟିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ନିୟମ ଅନୁସାରେ, ଏଣିକି ୧୦୦ କୋଟିରୁ ଅଧିକ ଟଙ୍କାର ଟର୍ଣ୍ଣଓଭର କରୁଥିବା କମ୍ପାନୀ ୭ ଦିନ ମଧ୍ୟରେ ଟ୍ରାଞ୍ଜାକ୍ସନ ବିଲ୍‌କୁ ଇନ୍‌ଭଏସ୍‌ ରେଜିଷ୍ଟ୍ରେସନ୍‌ ପୋର୍ଟାଲ(IRP)ରେ ଅପ୍‌ଲୋଡ୍‌ କରିବାକୁ ହେବ। ଯାହାକି ବାଧ୍ୟତାମୂଳକ। ଏହାପୂର୍ବରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସମୀ ନଥିଲା।

ରୋଷେଇ ଗ୍ୟାସ୍‌ ଦରରେ ପରିବର୍ତ୍ତନ....

ପ୍ରତ୍ୟେକ ମାସ ପହିଲାରେ ପେଟ୍ରୋଲିୟମ କମ୍ପାନୀ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ଧାର୍ଯ୍ୟ କରିଥାନ୍ତି। ଏପ୍ରିଲ ୧ରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ଦର ୯୧ ଟଙ୍କା ୫୦ ପଇସା କମିଥିଲା। ବର୍ଷକ ମଧ୍ୟରେ କମର୍ସିଆଲ୍‌ ସିଲିଣ୍ଡର ଦର ୨୨୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇ ସାରିଲାଣି। ଆସନ୍ତାକାଲି ସିଏନ୍‌ଜି ଓ ପିଏନ୍‌ଜି ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। 

PNB ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ...

ଦେଶରେ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଅନ୍ୟତମ। ତେବେ PNB, ଏଟିଏମ୍‌ ଟ୍ରାଞ୍ଜାକ୍ସନ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ପାଇଁ ଘୋଷଣା କରିଛି। ମେ’୧ରୁ ନୂଆ ନିୟମ ଲାଗୁ ହେବ। ଯଦି ଗ୍ରାହକଙ୍କ ଖାତାରେ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଆବଶ୍ୟକୀୟ ଟଙ୍କା ନଥାଏ ଓ ଟ୍ରାଞ୍ଜାକ୍ସନ ଫେଲ୍‌ ହେବାପରେ ବ୍ୟାଙ୍କ ୧୦ ଟଙ୍କା ସହ ଜିଏସ୍‌ଟି ନେବ। ଏନେଇ PNB ଏହାର ୱେବ୍‌ସାଇଟ୍‌ରେ ନୋଟିସ ଜାରି କରି ଏସମ୍ପର୍କରେ ସୂଚନା ଦେଇଛି।