ଶୀଘ୍ର ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ, ୩୦୦ ପ୍ରତିଶତ ବଢିଯିବ ପେନସନ୍ !

ଘରୋଇ କଂପାନୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ପ୍ରାଇଭେଟ କଂପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କୁ ସୁପ୍ରିମ କୋର୍ଟରୁ ଖୁବଶୀଘ୍ର ମିଳିବ ଆରାମ୍ । ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇପାରେ ।

pensions will increase by 300 percent!

News Summary

ବଢିପାରେ ପେନ୍‌ସନ୍

ନୂଆଦିଲ୍ଲୀ: ଘରୋଇ କଂପାନୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ପ୍ରାଇଭେଟ କଂପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କୁ ସୁପ୍ରିମ କୋର୍ଟରୁ ଖୁବଶୀଘ୍ର ମିଳିବ ଆରାମ୍ । ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇପାରେ ।

ଯଦି ସୁପ୍ରିମ୍‌ କୋର୍ଟ୍‌ ଦରମା ସୀମା ହଟେଇ ଦିଅନ୍ତି, ତାହେଲେ ପିଏଫ୍(PF) ର ହିସାବ ସର୍ବୋଚ୍ଚ ସୀମାରେ କରାଯାଇପାରେ । ସେହି କ୍ଷେତ୍ରରେ ଯଦି କାହାରି ବେସିକ୍ ସ୍ୟାଲେରୀ ୧୫,୦୦୦ ଟଙ୍କାରୁ ଅଧିକ, ତାହେଲେ ପିଏଫ୍ (PF)ଟଙ୍କା ବି ସର୍ବୋଚ୍ଚ ସ୍ତରରେ କଟାଯିବ । ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଦ୍ୱାରା କର୍ମଚାରୀମାନଙ୍କୁ ଅନେକ ଗୁଣ ଅଧିକ ପେନସନ୍ ମିଳିବ । ବର୍ତମାନ ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ଚାଲିଛି ।

ବେସରକାରୀ ସଂସ୍ଥା କ୍ଷେତ୍ରର କର୍ମଚାରୀମାନଙ୍କ ବେସିକ୍ ସ୍ୟାଲେରୀ ୧୫,୦୦୦ ଟଙ୍କା ରଖାଯାଇଛି । ଯଦି ଆପଣଙ୍କ ବେସିକ୍ ସ୍ୟାଲେରୀ ୧୫,୦୦୦ ଟଙ୍କାରୁ ଅଧିକ, ତାହେଲେ ବି ଆପଣଙ୍କ ଦରମା ଉପରେ ପିଏଫ୍ କେବଳ ୧୫,୦୦୦ ଟଙ୍କା ହିସାବରେ କଟିବ । ତେବେ ସୁପ୍ରିମ୍‌ କୋର୍ଟ୍‌ ଏହି ଦରମା ସୀମାକୁ ରଦ୍ଦ କରିପାରନ୍ତି ।

କର୍ମଚାରୀ ପେନସନ୍ ସଂଶୋଧନ ଯୋଜନାକୁ କେନ୍ଦ୍ର ସରକାର ୨୦୧୪ ସେପ୍ଟେମ୍ବର ୧ରେ ଏକ ବିଜ୍ଞପ୍ତି ମାଧ୍ୟମରେ କାର୍ଯ୍ୟକାରୀ କରିଥିଲେ । ଯାହାକୁ ପ୍ରାଇଭେଟ କଂପାନୀ କର୍ମଚାରୀମାନେ ବିରୋଧ କରିଥିଲେ । ଏହାକୁ ନେଇ ଇପିଏଫଓ (EPFO) ସୁପ୍ରିମ୍‌ କୋର୍ଟକୁ ଯାଇଥିଲା ଓ ଏକ ଏସ୍‌.ଏଲ୍‌.ପି.(SLP) ଦାଖଲ କରିଥିଲା । ସୁପ୍ରିମ୍‌ କୋର୍ଟ୍‌ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ।

୨୦୧୯ ଏପ୍ରିଲ ୧ରେ ସୁପ୍ରିମ କୋର୍ଟ କହିଥିଲେ ଯେ ଯେଉଁ କର୍ମଚାରୀମାନେ ନିଜ ପ୍ରକୃତ ଦରମା ଆଧାରରେ ପ୍ରେଭିଡେଣ୍ଟ ଫଣ୍ଡରେ ଯୋଗଦାନ କରୁଛନ୍ତି ସେମାନେ ନିଜ କମ୍ପାନୀ ସହିତ ମିଳିତ ବିକଳ୍ପ ଭାବରେ ଏହା ଜମା କରୁଛନ୍ତି । ସେମାନେ ବିନା କାରଣରେ ପେନ୍‌ସନ୍‌ ଯୋଜନାର ଲାଭ ଉଠାଇବାରେ ଅସମର୍ଥ ହେଉଛନ୍ତି ।

ତେବେ ଆଗରୁ ଚାଲି ଆସିଥିବା ଫର୍ମୁଲା ଅନୁଯାୟୀ କର୍ମଚାରୀଙ୍କୁ ଚାକିରିରେ ୧୪ ବର୍ଷ ପୂରଣ ହେବା ପରେ ଜୁନ୍ ୨, ୨୦୩୦ରୁ ପ୍ରାୟ ୩,୦୦୦ ଟଙ୍କା ପେନସନ୍ ମିଳିବ । ଯଦି କର୍ମଚାରୀଙ୍କ ସପକ୍ଷରେ ସୁପ୍ରିମ୍‌ କୋର୍ଟ୍‌ ନିଷ୍ପତ୍ତି ନିଅନ୍ତି, ତେବେ କର୍ମଚାରୀଙ୍କ ପେନସନ୍ ବୃଦ୍ଧି ପାଇବ ।