Advertisment

ବଢୁଛି ଟାଟା କଂପାନୀ, ୨୧ ବର୍ଷରେ କିଣି ସାରିଲାଣି ଏହି ବଡ଼ ବଡ଼ କମ୍ପାନୀକୁ

ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ କଂପାନୀକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ।

କରୋନା ମୁକାବିଲା: ଟାଟା ଦେବ ୧,୫୦୦ କୋଟି ଟଙ୍କା

ratan tata 1

Advertisment

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ କଂପାନୀକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ।

Advertisment

ଟେଟ୍‌ଲେ

୨୦୦୦ ମସିହାରେ ପ୍ରଥମ ଅଧିଗ୍ରହଣ ଆରମ୍ଭ କରିଥିଲା ଟାଟା ଗ୍ରୁପ। ଟାଟା ଟିଠାରୁ ତିନିଗୁଣ ବଡ଼ କମ୍ପାନି ଟେଟ୍‌ଲେକୁ ଟାଟା ଗ୍ରୁପ କିଣିଥିଲା। ଫଳରେ ଟାଟା ଟି ବିଶ୍ୱର ଏକ ବଡ଼ ଚା’ କମ୍ପାନିରେ ପରିଣତ ହୋଇପାରିଛି।

ସିଏମ୍‌ସି

ପରବର୍ଷ ଅର୍ଥାତ ୨୦୦୧ ମସିହାରେ ରାଷ୍ଟ୍ରାୟତ୍ତ ଆଇଟି ସେବା ପ୍ରଦାନକାରୀ କମ୍ପାନି ସିଏମ୍‌ସିକୁ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ କିଣିଥିଲା। ପରେ ଟିସିଏସ୍‌ରେ ସିଏମ୍‌ସି ମିଶି ଯାଇଥିଲା।

Advertisment

ଭିଏସ୍‌ଏନ୍‌ଏଲ୍‌

୨୦୦୨ ମସିହାରେ ଟାଟା ଗ୍ରୁପ୍ ବିଦେଶ ସଂଚାର ନିଗମ ଲିମିଟେଡ ବା ଭିଏସ୍‌ଏନ୍‌ଏଲ୍‌କୁ ଅଧିଗ୍ରହଣ କରିଥିଲା। ବର୍ତ୍ତମାନ ଏହା ଟାଟା କମ୍ୟୁନିକେସନ୍ସ ନାମରେ ପରିଚିତ। ସବମେରାଇନ୍ କେବୁଲ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ଏହି କମ୍ପାନି ପ୍ରମୁଖ ଭୂମିକା ଗ୍ରହଣ କରିଛି।

ନାଟ୍‌ଷ୍ଟିଲ୍‌

ଟାଟା ଷ୍ଟିଲ୍‌ର ବିଦେଶୀ କଂପାନୀ ଅଧିଗ୍ରହଣ ମଧ୍ୟରେ ନାଟ୍‌ଷ୍ଟିଲ୍ ଅନ୍ୟତମ। ଚଳିତ ମାସରେ ଉକ୍ତ କମ୍ପାନିକୁ ଟାଟା ‌ଷ୍ଟିଲ୍ ସିଙ୍ଗାପୁରର ଟପ୍‌ହିପ୍‌ ହୋଲ୍‌ଡିଂକୁ ୧୨୭୫ କୋଟି ଟଙ୍କାରେ ବିକ୍ରି କରି ଦେଇଛି।

Advertisment

ଟାଇକୋ

ସମୁଦ୍ରରେ କେବୁଲ ବିଛାଇ ଇଣ୍ଟରନେଟ୍ ସେବା ଯୋଗାଇବାରେ ଟାଇକୋ ଏକ ପ୍ରମୁଖ କମ୍ପାନି ଥିଲା। ୨୦୦୪ ମସିହାରେ ଭିଏସଏନଏଲ ଏହି କମ୍ପାନିକୁ ଅଧିଗ୍ରହଣ କରିଥିଲା।

କୋରସ୍‌

ବିଶ୍ୱ ଇସ୍ପାତ ବଜାରରେ ଟାଟା ଷ୍ଟିଲ୍ ଅପେକ୍ଷାକୃତ ଛୋଟ କମ୍ପାନି ହୋଇଥିଲା। ୨୦୦୭ ମସିହାରେ ଏହାଠାରୁ ଆକାରରେ ୪ ଗୁଣ ବଡ଼ ବିଦେଶୀ ଇସ୍ପାତ ନିର୍ମାତା କୋରସ୍‌କୁ କିଣିଥିଲା।

ଜାଗୁଆର୍ ଆଣ୍ଡ୍ ଲ୍ୟାଣ୍ଡରୋଭର

ଟାଟା ଗ୍ରୁପ୍ ପାଇଁ ଜାଗୁଆର୍ ଆଣ୍ଡ ଲ୍ୟାଣ୍ଡରୋଭର ଥିଳା ଏକ ସମ୍ମାନଜନକ ଅଧିଗ୍ରହଣ। ବ୍ରିଟେନର ଏହି ଐତିହାସିକ ବ୍ରାଣ୍ଡକୁ କମ୍ପାନି ୨୦୦୮ ମସିହାରେ ଅଧିଗ୍ରହଣ କରିଥିଲା।

ଉଷା ମାର୍ଟିନ

ଟାଟା ‌ଷ୍ଟିଲର ସହାୟକ କମ୍ପାନି ଟାଟା ସ୍ପଞ୍ଜ ଆଇରନ ଉଷା ମାର୍ଟିନକୁ ଅଧିଗ୍ରହଣ କରିଥିଲା। ଉଷା ମାର୍ଟିନର ଷ୍ଟିଲ୍ ବିଜନେସ୍‌କୁ ୪ ହଜାର କୋଟିରୁ ଅଧିକ ଟଙ୍କାରେ କିଣାଯାଇଥିଲା।

କିଓରଫିଟ୍‌

ଫିଟନେସ୍‌ ଷ୍ଟାର୍ଟଅପ୍ କିଓରଫିଟ୍‌ରେ ଟାଟା ଚଳିତବର୍ଷ ୭୫ ନିୟୁତ ଡଲାର ନିବେଶ କରିଛି। ଏଥି ସହିତ ଉକ୍ତ ଷ୍ଟାର୍ଟଅପ୍ କମ୍ପାନିର ପ୍ରତିଷ୍ଠାତା ମୁକେଶ ବନସଲଙ୍କୁ ଆଣି ଟାଟା ଡିଜିଟାଲ ସଭାପତି ପଦରେ ବସାଇଛି।

ବିଗ୍‌ ବାସ୍କେଟ

ଟାଟା ସନ୍ସର ବର୍ତ୍ତମାନ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ନେତୃତ୍ବରେ ସବୁଠୁ ବଡ଼ ଅଧିଗ୍ରହଣ ହେଉଛି ବିଗ୍‌ ବା‌ସ୍କେଟ। ଟାଟା ଡିଜିଟାଲ ଉକ୍ତ ଇ-କମର୍ସ ପ୍ଲାଟଫର୍ମର ୬୪ ପ୍ରତିଶତ ଅଂଶଧନକୁ ୨ ବିଲିଅନ ଡଲାରରେ କିଣିଛି।

୧ଏମ୍‌ଜି

ଚଳିତବର୍ଷ ଅନଲାଇନ ଫାର୍ମାସୀ ୧ଏମ୍‌ଜିକୁ ଟାଟା ଡିଜିଟାଲ ଅଧିଗ୍ରହଣ କରିଛି।

() ଖାଲି ଦେଶୀ ନୁହେଁ ଜାଗୁଆର ଲ୍ୟାଣ୍ଡରୋଭର ଓ କୋରସ୍ ଭଳି ଅନେକ ବିଦେଶୀ ଖ୍ୟାତନାମା କମ୍ପାନିକୁ ଟାଟା ଗ୍ରୁପ କିଣି ସାରିଛି। ଟେଟ୍‌ଲେରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଆଜି ଯେଉଁ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ କିଣୁଛି, ତାହା ପ୍ରଥମେ ଟାଟା ଗ୍ରୁପ ପାଖରେ ହିଁ ଥିଲା। ଏୟାର ଇଣ୍ଡିଆକୁ ପ୍ରଥମେ ତିଆରି କରିଥିଲା ଟାଟା ଗ୍ରୁପ। ସେତେବେଳେ ଏହାର ନାଁ ଥିଲା ଟାଟା ଏୟାରଲାଇନ୍ସ। ଜେଆରଡି ଟାଟା ନିଜେ ଟାଟା ଏୟାରଲାଇନ୍ସକୁ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ସରକାର ଏହି କମ୍ପାନିର ସରକାରୀକରଣ କରି ଦେଇଥିଲେ। କିନ୍ତୁ ବିପୁଳ କ୍ଷତି ଏବଂ ଋଣବୋଝରେ ବୁଡ଼ିବା ପରେ ଏବେ ସରକାର ଉକ୍ତ କମ୍ପାନିକୁ ପୁଣି ଥରେ ବିକ୍ରି କରି ଦେଇଛନ୍ତି। ଆଉ ଏହାକୁ ହାତେଇବାରେ ସଫଳ ହୋଇଛି ଟାଟା ଗ୍ରୁପ।

ବ୍ୟୁରୋ ରିପୋର୍ଟ, ଓଟିଭି।

India Air India Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ