Advertisment

କରୋନାର କମ୍‌ ବ୍ୟାକ୍‌: ଦିନକରେ ୧୬ ହଜାର ଉପରେ ଆକ୍ରାନ୍ତ, ଚିନ୍ତା ବଢ଼ାଇଲା ଏହିସବୁ ରାଜ୍ୟ...

ଗତ ୭ ସପ୍ତାହରେ କରୋନା କେସ୍‌ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି।  ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Surge In COVID19 Cases In India

Surge In COVID19 Cases In India

Advertisment

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୭ ସପ୍ତାହରେ କରୋନା କେସ୍‌ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି। ଗତ ସପ୍ତାହରେ ଲକ୍ଷେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୫୧ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ, ୧୬୧ ଦିନ ପରେ ସଂକ୍ରମଣ ହାର ୬% ପାର୍‌ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଯଦି ପଜିଟିଭିଟି ରେଟ୍‌ ୫% ଅଧିକ ରହିବ, ତା’ହେଲେ ସଂକ୍ରମଣକୁ କାବୁ କରିବା ମୁସ୍କିଲ୍‌ ହୋଇପଡ଼ିବ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆକ୍ଟିଭ୍‌ କେସ୍‌ ସଂଖ୍ୟା ମଧ୍ୟ ବଢ଼ିଛି। ଏବେ ଦେଶରେ ୧.୪୪ ଲକ୍ଷରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି। ସପ୍ତାହିକ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ସପ୍ତାହିକ କରୋନା ସଂକ୍ରମଣ କେସ୍‌ ୬% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେପଟେ ମୃତ୍ୟୁ ସଂଖ୍ୟା ୩୨%ରୁ ଅଧିକ ବୃଦ୍ଧି ପାଇଛି। ଜୁଲାଇ ୧୧ରୁ ଜୁଲାଇ ୧୭ ମଧ୍ୟରେ ୧.୨୮ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୦୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଜୁଲାଇ ୪ରୁ ଜୁଲାଇ ୧୧ରେ ୧.୨୦ ଲକ୍ଷ କରୋନା କେସ୍‌ ସାମ୍ନାକୁ ଆସିଥିବା ବେଳେ ୨୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। 

Advertisment

ଦେଶରେ ୨୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା କେସ୍‌କୁ ନେଇ ଚିନ୍ତା ବଢ଼ିଛି। ଏଥି ମଧ୍ୟରେ ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ରହିଛି। ହେଲେ ୮ ରାଜ୍ୟରେ କରୋନା କେସ୍‌ କମୁଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ୨,୬୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରେ ୨,୬୦୪, ତାମିଲନାଡୁରେ ୨,୩୧୬, ମହାରାଷ୍ଟ୍ରରେ ୨,୧୮୬ ଓ କର୍ଣ୍ଣାଟକରେ ୯୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

କରୋନା ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରନ୍‌ ଓ ଏହାର ସବ୍‌ ଭାରିଆଣ୍ଟ୍‌ ବୋଲି କୁହଯାଉଛି। ଦେଶରେ ଏବେ ଓମିକ୍ରନ୍‌ର BA.2, BA.2.38, BA.4 ଓ  BA.5 ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି। ଏଥିମଧ୍ୟରୁ BA.4 ଓ BA.5 ଅଧିକ ସଂକ୍ରାମକ। ହେଲେ ଏକ୍ସପର୍ଟଙ୍କ କହିବା ଅନୁସାରେ, ଏନେଇ ଲୋକଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ସବ୍‌ ଭାରିଆଣ୍ଟ୍‌ ଅଧିକ ସଂକ୍ରାମକ ନୁହେଁ। 

Advertisment
COVID19 COVID19 Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ