Advertisment

ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବ; ସୁପ୍ରମକୋର୍ଟ କିହଲେ, ଏବେ ବି ବାର୍ତ୍ତା ପଠାଇବା ପାଇଁ ପାରାଙ୍କୁ ଅପେକ୍ଷା କରିଛେ

ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଟରନେଟ ଯୁଗରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏବେ ବି ଆମକୁ ପୋଷ୍ଟାଲ ସର୍ଭିସ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ

ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବ; ସୁପ୍ରମକୋର୍ଟ କିହଲେ, ଏବେ ବି ବାର୍ତ୍ତା ପଠାଇବା ପାଇଁ ପାରାଙ୍କୁ ଅପେକ୍ଷା କରିଛେ

supreme court

Advertisment

ନୂଆଦିଲ୍ଲୀ: ଅନେକ ସମୟରେ ସୁପ୍ରିମ କୋର୍ଟଙ୍କ ଜାମିନ ଆଦେଶ ଠିକ ସମୟରେ ପହଞ୍ଚି ନ ପାରିବା କାରଣରୁ କଏଦୀ ଠିକ୍ ସମୟରେ ଜେଲରୁ ବାହାରି ପାରୁ ନାହାନ୍ତି। ଏହା ବ୍ୟକ୍ତିର ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ଇଣ୍ଟରନେଟ ଯୁଗରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏବେ ବି ଆମକୁ ପୋଷ୍ଟାଲ ସର୍ଭିସ ଉପରେ ନିର୍ଭର କରିବାକୁ ପଡ଼ୁଛି। ସୂଚନା ଏବଂ ପ୍ରଯୁକ୍ତି ଏପରି ସ୍ତରରେ ପହଞ୍ଚିଥିବାବେଳେ ଆମେ ଏବେ ବି ବାର୍ତ୍ତା ପଠାଇବା ଲାଗି ଆକାଶକୁ ଚାହିଁ ପାରାକୁ ଅପେକ୍ଷା କରିଛେ। କୋର୍ଟ ନିଜ ଅଧିକାରୀମାନଙ୍କୁ କହିଛନ୍ତି, ଏମିତି କିଛି ବ୍ୟବସ୍ଥା କର ଯାହାଦ୍ୱାରା ସୁରକ୍ଷିତ ଇ-ମୋଡରେ ଯେ କୌଣସି ଡକ୍ୟୁମେଣ୍ଟ ତୁରନ୍ତ ଅଫିସରେ ପହଞ୍ଚି ପାରିବ। 

Advertisment

ଇଂରାଜୀ ଖବର କାଗଜ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ସିଜେଆଇ ଏନବି ରମନା, ଜଷ୍ଟିସ ଏଲ.ଏନ. ରାଓ ଏବଂ ଏ.ଏସ୍‌ ବୋପନ୍ନାଙ୍କ ପୀଠ କ୍ଷୋଭର ସହ କହିଛନ୍ତି, ସୂଚନା ଏବଂ ପ୍ରଯୁକ୍ତି ତଥା ଇଣ୍ଟରନେଟ ଯୁଗରେ ଆମେ ଖବର ପଠାଇବା ପାଇଁ ପାରାକୁ ମାଧ୍ୟମ ବୋଲି ଭାବି ଆକାଶକୁ ଚାହିଁ ବସିଛେ। ତେଣୁ ତୁରନ୍ତ ଏହାର ସମାଧାନ ଆବଶ୍ୟକ। କୋର୍ଟ ରେଜେଷ୍ଟ୍ରିଙ୍କୁ ୨ରୁ ୩ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ଏ ସମ୍ପର୍କରେ ସଲିସିଟର ଜେନେରାଲ ତୁଷାର ମେହତା ଏବଂ ଏମିକସ କ୍ୟୁରୀ ଦୁଷ୍ୟନ୍ତ ଦବେଙ୍କ ରାୟ ନିଆଯାଇ ପାରେ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଏହି ନୂଆ ସିଷ୍ଟମର ନାମ FASTER ଅର୍ଥାତ୍‌ ଫାଷ୍ଟ ଆଣ୍ଡ ସିକିଓର ଟ୍ରାନ୍ସମିଶନ ଅଫ ଇଲେକ୍ଟ୍ରୋନିକ ରେକର୍ଡ ରଖାଯିବ। ଏହା ଜରିଆରେ ସୁପ୍ରିମ୍‌କୋର୍ଟଙ୍କ ଯେ କୌଣସି ଆଦେଶ ତୁରନ୍ତ ହାଇକୋର୍ଟ, ଜିଲ୍ଲା କୋର୍ଟ ଏବଂ ଜେଲ ଅଧିକାରୀଙ୍କ ପାଖକୁ ପଠାଯାଇ ପାରିବ। 

ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଗ୍ରାର ୧୩ ଜଣ କଏଦୀଙ୍କ ମୁକ୍ତି ନେଇ ହୋଇଥିବା ବିଳମ୍ବ ଘଟଣାକୁ ଉଦହରଣ ଦେଇଥିଲେ। ଏହି କଏଦୀମାନଙ୍କୁ ହାଇକୋର୍ଟ ଜୁଲା ୮ ତାରିଖରେ ଜାମିନ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କୁ ବେଲରେ ଛଡାଯାଇ ନାହିଁ। ଦୋଷୀ ହତ୍ୟା ସମୟରେ ନାବାଳକ ଥିଲେ। ସୁପ୍ରିମ କୋର୍ଟ ତାଙ୍କୁ ଜୁଲାଇ ୮ ତାରିଖରେ ମଧ୍ୟବର୍ତ୍ତୀ କାଳୀନ ଜାମିନରେ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment
Supreme Court Supreme Court Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ