Astrospeak
  • Live TV
  • Read In English

ଦୁଇ ସାଙ୍ଗଙ୍କ କଳି ଛଡ଼େଇବାକୁ ଯାଇଥିଲେ, ଛୁରାମାଡ଼ରେ ଜୀବନ ପଳେଇଲା

ଦୁଇ ସାଙ୍ଗ କଳି ଲାଗିଲେ। ତୃତୀୟ ସାଙ୍ଗ ଗଲା କଳି ତୁଟେଇବାକୁ। କିନ୍ତୁ ଛୁରାମାଡ଼ରେ ଜୀବନ ପଳେଇଲା।

Student stabbed to death while intervening in fight between two groups
କଳି ଛଡ଼େଇବାକୁ ଯାଇ ଛୁରାମାଡ଼ ଖାଇଲେ

ପର ପାଇଁ ଜୀବନ ଗଲା। ଦୁଇ ସାଙ୍ଗ କଳି ଲାଗିଲେ। ତୃତୀୟ ସାଙ୍ଗ ଗଲା କଳି ତୁଟେଇବାକୁ। କିନ୍ତୁ ଛୁରାମାଡ଼ରେ ଜୀବନ ପଳେଇଲା। ଏହି ଘଟଣା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।

ଦୁଇ ସାଙ୍ଗ, ଜଣେ ଏକାଦଶ ଶ୍ରେଣୀର ଛାତ୍ର ଆଉ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର। ଜଣେ ଝିଅ ସହ ଉଭୟଙ୍କର ପ୍ରେମ ସଂପର୍କ ଥିଲା।  ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହେଲା। କଥା ଶେଷରେ ହାତାହାତି ଯାଏ ଗଲା। 

ଉଭୟଙ୍କ ଭିତରେ ଗଣ୍ଡଗୋଳ ବଢୁଥିବା ଦେଖି ବିଏସ୍‌ସି ପଢୁଥିବା ଜଣେ ଛାତ୍ର ଘଟଣାର ସମାଧାନ ପାଇଁ ହାଜର ହେଇଗଲେ। କିନ୍ତୁ ସେତେବେଳକୁ ଉଭୟଙ୍କ ଭିତରେ ଗଣ୍ଡଗୋଳ ଚରମସୀମାରେ ପହଞ୍ଚିଯାଇଥାଏ। 

ତେବେ ଏତିକି ବେଳେ ବିଏସ୍‌ସି ଛାତ୍ର ଜଣକ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରର ପକ୍ଷ ନେଇ କିଛି କହିବାରୁ ଏଥିରେ ଦ୍ୱାଦଶ ଶ୍ରେଣୀର ଛାତ୍ର ଜଣଙ୍କ ରାଗିଯାଇଥିଲେ ଏବଂ କଳି ଛଡ଼େଇବାକୁ ଯାଇଥିବା ଛାତ୍ରଙ୍କ ପେଟରେ ଛୁରୀ ଭୁଷି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତରପ୍ରଦେଶର ମିରଟରେ ଏହି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣେ ଛାତ୍ରଙ୍କୁ ଅଟକ ରଖିଛି।