ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ ! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବ ବୋଲି କହିଛନ୍ତି

ସାଙ୍କେତିକ ଚିତ୍ର

ପତ୍ନୀଙ୍କୁ ସର୍ବସମ୍ମୁଖରେ ନିଷ୍ଠୁର ଦେଖାଇବା ପାଇଁ ତାଙ୍କ ଅଜାଣତରେ କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ । ଏହାକୁ କୌଣସି ପରିସ୍ଥିତିରେ ଉତ୍ସାହିତ କରିବା ଉଚିତ୍ ନୁହେଁ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ରାୟରେ ଏହା ସ୍ପଷ୍ଟ କରିଛନ୍ତି । ପତ୍ନୀଙ୍କ ନକାରାତ୍ମକ ଚିତ୍ର ଦେଖାଇବାକୁ ଏପରି କରିବା ଆଦୌ ଗ୍ରହଣୀୟ ନୁହେଁ । ଫ୍ୟାମିଲି କୋର୍ଟର ଆଦେଶକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଭଟିଣ୍ଡା ଫ୍ୟାମିଲି କୋର୍ଟ କଲ ରେକର୍ଡିଂକୁ ଏକ ପ୍ରମାଣ ଭାବରେ ବିବେଚନା କରିଥିଲେ ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିବା ମହିଳା ନିଜ ବୟାନ୍‌ରେ କହିଛନ୍ତି ଦୀର୍ଘ ଦିନ ଧରି ସ୍ୱାମୀ ଏବଂ ତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ କାରଣରୁ ସ୍ୱାମୀ ୨୦୧୭ରେ ଭଟିଣ୍ଡା ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ତେବେ ଛାଡପତ୍ର ପାଇଁ ପ୍ରମାଣ ଭାବରେ ନିଜ ଏବଂ ସ୍ୱାମୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସ୍ତୁତ କରିଥିଲେ । ଏବଂ ଫ୍ୟାମିଲି କୋର୍ଟରେ ଏହାକୁ ପ୍ରମାଣ ସ୍ୱରୂପ ପ୍ରଦାନ କରିଥିଲେ, ଯାହା ନିୟମ ଅନୁଯାୟୀ ଠିକ୍ ନୁହେଁ ।

ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବ ବୋଲି କହିଛନ୍ତି । ସମ୍ମତି ବିନା ପତି-ପତ୍ନୀଙ୍କ ଫୋନ୍ ବାର୍ତ୍ତାଳାପକୁ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ । ଛାଡ଼ପତ୍ର ମାମଲାରେ ଫୋନ୍ ରେକର୍ଡିଂକୁ ପ୍ରମାଣ ରୂପେ ବିଚାର କରାଯିବ ନାହିଁ ବୋଲି ଭଟିଣ୍ଡା ଫ୍ୟାମିଲି କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୪ ଅଗଷ୍ଟ ୨୦୧୭ରେ, ସୁପ୍ରିମକୋର୍ଟର ଏକ ନଅ ଜଣ ବିଚାରପତିଙ୍କ ଖଣ୍ଡପୀଠ ଗୋପନୀୟତା ଅଧିକାରକୁ ସମ୍ବିଧାନ ଅନୁସାରେ ମୌଳତକ ଅଧିକାର ଘୋଷଣା କରିଥିଲେ । ଗୋପନୀୟତା ମାନବିକ ସମ୍ମାନର ସାମ୍ବିଧାନିକ ମୂଳ ବୋଲି ବିଚାରରେ କୁହାଯାଇଥିଲା । ଗୋପନୀୟତା ଅଧିକାରକୁ ଧାରା ୨୧ ଅନୁଯାୟୀ ଜୀବନ ଅଧିକାରର ଏକ ଅତ୍ୟାବଶ୍ୟକ ଉପାଦାନ ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।