Advertisment

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନେଇ ଟେନସନ୍‌ରେ ଭାରତ

ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।

undefined

Bangladesh

Advertisment

ଅଶାନ୍ତ ବାଂଲାଦେଶ, ଚିନ୍ତାରେ ଭାରତ । ପଡ଼ୋଶୀ ଦେଶର ବିଷମ ସ୍ଥିତି ଉପରେ ନୂଆଦିଲ୍ଲୀର ତୀକ୍ଷ୍ଣ ନଜର । ଏସମୟରେ କଣ ହେବା ଦରକାର, ଭାରତର ଆଭିମୁଖ୍ୟ ? ସର୍ବଦଳୀୟ ବୈଠକ ଡାକି ପରାମର୍ଶ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ଏଣେ ସଂସଦରେ ବିବୃତ୍ତି ରଖି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି- ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି। ସେଠି ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।

Advertisment

ଢାକାରେ ଥିବା ଭାରତୀୟ ସଂପ୍ରଦାୟଙ୍କ ସହ ଭାରତ ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଗତ ଜୁଲାଇରେ ଭାରତ ଫେରି ଆସିଥିବାରୁ ସରକାର ସାମାନ୍ୟ ଆଶ୍ୱସ୍ତ ଅଛନ୍ତି। ଯେହେତୁ ଏକ ତରବରିଆ ସ୍ଥିତିରେ ଶେଖ୍ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ଭାରତ ଆସିବାକୁ ଚାହିଁଲେ, ତେଣୁ ତାଙ୍କୁ ଆଶ୍ରୟ ଦିଆଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ତାଙ୍କୁ ଭେଟି ଆଲୋଚନା କରିଛନ୍ତି।

ବାଂଲାଦେଶର ରାଜନୈତିକ ସ୍ଥିତିକୁ ନେଇ ଢାକାରେ ଥିବା ଭାରତୀୟ ହାଇକମିଶନଙ୍କଠାରୁ ବୈଦେଶିକ ମନ୍ତ୍ରାଳୟ ତଥ୍ୟ ସଂଗ୍ରହ କରୁଛି । ଭାରତ-ବାଂଲାଦେଶ ସୀମାରେ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବା ସହ ୨୪ ଘଣ୍ଟିଆ ନଜର ରଖାଯାଇଛି। ବାଂଲାଦେଶ ସହ ଉତ୍ତମ ସଂପର୍କ ଥିବାରୁ ସେଠାରେ ଶୀଘ୍ର ଶାନ୍ତି ଫେରିଆସୁ ବୋଲି ଭାରତ ଚାହୁଁଛି।

Advertisment

ବାଂଲାଦେଶରେ ମନ୍ଦିରଗୁଡ଼ିକୁ ଖୋଜି ଖୋଜି ଟାର୍ଗେଟ୍ କରୁଛନ୍ତି ଆନ୍ଦୋଳନକାରୀ। ଖୁଲନା ଡିଭିଜନ ମେହେରପୁରରେ ଥିବା ଏକ ଇସ୍କନ ମନ୍ଦିରରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ ମୂର୍ତ୍ତିରେ ନିଆଁ ଲାଗାଇବାକୁ ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବଶତଃ ଠାକୁରଙ୍କ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିଛି ମହିଳା ଏନେଇ ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ପୋଷ୍ଟ କରିଛନ୍ତି।

ଢାକାରେ ଥିବା ଇନ୍ଦିରା ଗାନ୍ଧି ସାଂସ୍କୃତିକ କେନ୍ଦ୍ର ଉପରେ ବି ଆକ୍ରମଣ ହୋଇଛି। ଏଭଳି ସ୍ଥିତିରେ ଉଭୟ ହିନ୍ଦୁ ଓ ଧାର୍ମିକ ସ୍ଥଳୀକୁ ସୁରକ୍ଷିତ ରଖିବାକୁ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଅପିଲ କରିଛନ୍ତି। ଏପଟେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ବାଂଲାଦେଶରୁ କୋଟିଏ ହିନ୍ଦୁ ଶରଣାର୍ଥୀ ସୀମାବାଟେ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି। ତେଣୁ ସରକାର ଏନେଇ ପ୍ରସ୍ତୁତ ହେବା ଉଚିତ୍।

Advertisment

ଶେଖ୍ହାସିନାଙ୍କ ପରେ କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କ୍ଷମତା ହାତକୁ ନେଇଥିବା ସେନା ମୁଖ୍ୟଙ୍କ ସହ ବିରୋଧୀ ଦଳର ନେତାମାନଙ୍କୁ ଡାକି ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। ନୂଆ ପ୍ରଧାନମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲ ପାର୍ଟି ମୁଖ୍ୟ ବେଗମ୍ ଖାଲିଦା ଜିଆ। ସେ ୧୯୯୧ରୁ ୯୬ ଓ ୨୦୦୧ରୁ ୨୦୦୬ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ। ଏକ ଆର୍ଥିକ ଅନିୟମିତତା ମାମଲାରେ ୧୪ବର୍ଷ ଧରି ଜେଲ୍ ରେ ଅଛନ୍ତି। ତାଙ୍କୁ ମୁକୁଳାଇବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇ ସାରିଛନ୍ତି।

Bangladesh Sheikh Hasina
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ