ଶୁଟ୍‌ଆଉଟ୍‌ କଲେ, ଶେଷରେ ନିଜକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ ପୋଲିସ୍‌ ବାବୁ

ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍‌ କର୍ମୀ ଶୁଟ୍‌ଆଉଟ୍‌ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

Police Personnel Shot Himself After Fired Bullets In Kolkata

ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। କୋଲକାତରେ ଏହି ଘଟଣା ଘଟିଛି। କୋଲକାତା ସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍‌ କର୍ମୀ ଶୁଟ୍‌ଆଉଟ୍‌ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ସମ୍ପୃକ୍ତ ମହିଳା ବାଇକ୍‌ରେ ବସିଥିବା ବେଳେ ଗୁଳି ଯାଇ ତାଙ୍କ ଶରୀରରେ ବାଜି ଥିଲା। ଏହାସହ ଗୁଳିମାଡ଼ରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା, ଘଟଣା ପରେ ପୋଲିସ୍‌ କର୍ମୀ ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ।

ସୂଚନା ଅନୁସାରେ, ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ଗୁଳି ଚଳାଇଥିବା ପୋଲିସ୍‌ କର୍ମୀ ଜଣକ ଘଟଣା ଘଟିବା ପୂର୍ବରୁ ପ୍ରାୟ ୧ ଘଣ୍ଟା ଧରି ସେହି ଅଞ୍ଚଳରେ ବୁଲିଥିଲେ ବୋଲି ଜଣାପଡ଼ିଛି।