Advertisment

New Pamban Bridge: ଆଜି ଉଦଘାଟିତ ହେବ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି’ ବ୍ରିଜ୍, ଖର୍ଚ୍ଚ ହୋଇଛି ୫୫୦ କୋଟି

ପ୍ରସ୍ତୁତ ହୋଇ ରହିଛି ତାମିଲନାଡୁର ନୂଆ ପମ୍ବନ ବ୍ରିଜ୍ । ଖାଲି ଉଦଘାଟନକୁ ଅପେକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟିତ ହେବ ଏହି ବ୍ରିଜ୍ । ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅଦ୍ୟତନ ହୋଇଛି
ଉଦଘାଟିତ ହେବ ପମ୍ବନ ବ୍ରିଜ୍

ଉଦଘାଟିତ ହେବ ପମ୍ବନ ବ୍ରିଜ୍

Advertisment

ଆଜି ପବିତ୍ର ରାମ ନବମୀରେ ଉଦଘାଟିତ ହେବ ବହୁପ୍ରତୀକ୍ଷିତ ତାମିଲନାଡୁର ନୂତନ ପମ୍ବନ ବ୍ରିଜ୍ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ବ୍ରିଜ୍ ହେଉଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି’ ବ୍ରିଜ୍ । ରେଲଓ୍ୱେ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୫୦ କୋଟି ଟଙ୍କା । କେବଳ ଏହି ବ୍ରିଜ ନୁହେଁ, ବିଭିନ୍ନ ରେଳ ପ୍ରକଳ୍ପ ସହ ୮ ହଜାର ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

Advertisment

ପ୍ରସ୍ତୁତ ହୋଇ ରହିଛି ତାମିଲନାଡୁର ନୂଆ ପମ୍ବନ ବ୍ରିଜ୍ । ଖାଲି ଉଦଘାଟନକୁ ଅପେକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟନ ହେବ ଏହି ବ୍ରିଜ୍ । ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ବ୍ରିଜ୍ ଉପରେ ଗଡିବ ଟ୍ରେନ୍ । ପୁରୁଣା ବ୍ରିଜକୁ ଲାଗି ସମାନ୍ତରାଳ ଭାବେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ନୂଆ ବ୍ରିଜ୍ । ପୁରୁଣା ବ୍ରିଜଠାରୁ ନୂଆ ବ୍ରିଜର ଉଚ୍ଚତା ୩ ମିଟର ଅଧିକ ରହିଛି। ଏଥିରେ ଭର୍ଟିକାଲ ଲିଫ୍ଟ ସିଷ୍ଟମ ବ୍ୟବହାର ହୋଇଛି । ଅର୍ଥାତ ବ୍ରିଜର କିଛି ଅଂଶ ନିର୍ଦ୍ଦିଷ୍ଟ ସ୍ଥାନରେ ଉପରକୁ ଉଠାଇ ହେବ। ବ୍ରିଜ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୫୦ କୋଟି ଟଙ୍କା ।

ଆସନ୍ତୁ ଜାଣିବା କ'ଣ ରହିଛି ମେକାନିଜମ

ଭୂଲମ୍ବ ଲିଫ୍ଟ ମେକାନିଜମରେ ନିର୍ମାଣ ହୋଇଛି ପମ୍ବନ୍‌ ବ୍ରିଜ୍ । ମାତ୍ର ୫ ମିନିଟରେ ବ୍ରିଜଟି ଉପରକୁ ଉଠିପାରିବ। ଫଳରେ ବ୍ରିଜ୍‌ ତଳେ ମୁକ୍ତଭାବେ ଜାହାଜ ଯାତାୟାତ କରିପାରିବ। ଏହାଦ୍ବାରା ଅଧିକ ସମୟ ଟ୍ରେନ୍ ସେବାରେ ବାଧା ସୃଷ୍ଟି ହେବନି । ଡବଲ ଟ୍ରାକ୍ ସହ ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରିବାକୁ ଦୃଷ୍ଟିରେ ରଖି ନୂତନ ପମ୍ବନ ବ୍ରିଜ୍ ଡିଜାଇନ୍ ହୋଇଛି । ବ୍ରିଜର ଲମ୍ବ ୨ କିଲୋମିଟର ୮୦ ମିଟର । ୯୯ଟି ସ୍ପାନ୍ ସହ ୭୨.୫ ମିଟର ଉଚ୍ଚତାରେ ଭର୍ଟିକାଲ ଲିଫ୍ଟ ସ୍ପାନ ରହିଛି । କୌଣସି ଜାହାଜ ବ୍ରିଜ ପାରି ହେବା ବେଳେ ମାତ୍ର ୫ ମିନିଟରେ ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଯିବ ବ୍ରିଜ୍ । ହେଲେ ପୁରୁଣା ବ୍ରିଜର ଏହି ସମୟ ୪୫ ମିନିଟ ଲାଗୁଥିଲା । ଜାହାଜ ଗଲା ପରେ ପୁଣି ରେଲଓ୍ୱେ ବ୍ରିଜକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଅଣାଯିବ । ଘଣ୍ଟାପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ଏହି ବ୍ରିଜ ଉପରେ ଟ୍ରେନ ଯାଇପାରିବ। ଷ୍ଟେନଲେସ ଷ୍ଟିଲରେ ନିର୍ମିତ ହୋଇଛି ଏହି ବ୍ରିଜ୍। ବ୍ରିଜ୍ ଉପରେ ଏଭଳି କୋଟିଂ କରାଯାଇଛି, ଯାହା ସମୁଦ୍ରର ଲୁଣା ପାଣି ପବନ କ୍ଷତି ପହଞ୍ଚାଇବନି । ନଭେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଜର ଶିଳାନ୍ୟାସ କରିଥିଲେ।

Advertisment

ପୁରୁଣା ପମ୍ବନ ବ୍ରିଜ୍ ଭାଗ୍ୟ କ’ଣ ହେବ। ଶହେ ବର୍ଷ ସେବା ଯୋଗାଇବା ପରେ ଗତ ୨୦୨୨ ମସିହ ନଭେମ୍ବରରେ ପୁରୁଣା ପମ୍ବନ ବ୍ରିଜକୁ ବନ୍ଦ କରିଦିଆଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ଏହାର କ୍ଷମତା ହ୍ରାସ ପାଇଥିବାରୁ ବନ୍ଦ ହୋଇଛି । ଏହି ବ୍ରିଜକୁ ଭାଙ୍ଗିବା ଲାଗି କେନ୍ଦ୍ର ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇସାରିଛି । ଆସନ୍ତା ଜୁନରୁ ଭାଙ୍ଗିବା କାମ ଆରମ୍ଭ ହେବ ।

Narendra Modi Tamilnadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ