Advertisment

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଇଷାକ୍‌ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆସନ୍ତା ଅଗଷ୍ଟ ୧୫ ଆମ ପାଇଁ ସ୍ୱାଧୀନତା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତୀ ରହୁଛି। ତେଣୁ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ଥାନୀୟ ଉଦ୍ୟୋଗପତିଙ୍କ ପାଇଁ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ ମୋଦି। କେବଳ ଏତିକି ନୁହେଁ ବରଂ ଆସନ୍ତା ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାକୁ ଯାଉଛି। ତେଣୁ ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କଥା ମନେ ପକାଇବାକୁ ଅପିଲ କଲେ ମୋଦି।

ଅଦ୍ୟତନ ହୋଇଛି
ଚାଷୀଙ୍କୁ ଟଙ୍କା ବାଣ୍ଟିଲେ ମୋଦୀ

modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୭୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କଲେ ମୋଦି। ଏହାସହ ସୋସିଆଲ ମିଡିଆରେ ଅଲିମ୍ପିକ ଟିମକୁ ସମର୍ଥନ ଜଣାନ୍ତୁ ବୋଲି କହିଲେ ମୋଦି। ଟୋକିଓରେ ବିଜୟ ଅଭିଯାନ ଆରମ୍ଭ ହେବା ଆମକୁ ଗୌରବାନ୍ୱିତ କରିଥିବା କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ କାଲିର କାର୍ଗିଲ ବିଜୟ ଦିବସ ପାଳନ ନେଇ ମଧ୍ୟ ଦେଶବାସୀଙ୍କୁ ମନେ ପକାଇଲେ ମୋଦି। କହିଲେ, ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ ହେବ। ଆସନ୍ତା ଅଗଷ୍ଟ ୧୫ ଆମ ପାଇଁ ସ୍ୱାଧୀନତା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତୀ ରହୁଛି। ତେଣୁ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ଥାନୀୟ ଉଦ୍ୟୋଗପତିଙ୍କ ପାଇଁ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ ମୋଦି। କେବଳ ଏତିକି ନୁହେଁ ବରଂ ଆସନ୍ତା ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାକୁ ଯାଉଛି। ତେଣୁ ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କଥା ମନେ ପକାଇବାକୁ ଅପିଲ କଲେ ମୋଦି।

Advertisment

ଆଜିକା ଦିନରେ ଲକ୍ଷାଧିକ ମହିଳା ହସ୍ତତନ୍ତ ଶିଳ୍ପରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ବର୍ତ୍ତମାନ ଦେଶରେ ଦୈନିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖଦି ବ୍ୟବସାୟ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଯେ, ହସ୍ତତନ୍ତ ସାମଗ୍ରୀ କିଣି ସୋସିଆଲ ମିଡିଆରେ ସେୟାର କରନ୍ତୁ। ନେସନ ଫାଷ୍ଟ, ଅଲେୱଜ୍‌ ଫାଣ୍ଟ ମନ୍ତ୍ର ନେଇ ଆମେ ଆଗକୁ ବଢ଼ିବା ବୋଲି କହିଲେ ମୋଦି। ଠିକ୍‌ ସେହିପରି ମନ୍ କି ବାତରେ ଯେଉଁମାନେ ମେସେଜ୍ କରୁଛନ୍ତି ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୩୫ରୁ କମ୍ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଜଣେ ଶ୍ରମିକ ଭାବେ କାମ କରୁଥିବା ଇଷାକ ଆଜି ୟୁଟ୍ୟୁବର ବୋଲି ମୋଦି କହିବା ସହ ତାଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।

Advertisment

ୟୁଟ୍ୟୁବରେ ବିଶେଷ କରି ଓଡ଼ିଶାର ପଖାଳ ନେଇ ଭିଡିଓ କରିଥିଲେ ଇସାକ୍‌। ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଅନୁଭବ ହୋଇଥିଲା। ଆଜି ଇଷାକ ମୁଣ୍ଡା ନିଜ ଉଦ୍ୟମରେ ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇପାରିଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନକୁ ଏକାଠି କରି ଆମ ସମସ୍ତଙ୍କୁ ପ୍ରେରଣା ଆଣି ଦେଇଛନ୍ତି ବୋଲି ମୋଦି କହିଛନ୍ତି।

Mann Ki Baat Narendra Modi India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ