Advertisment

ଔଷଧୀୟ ବୃକ୍ଷ ଚାଷକୁ ନେଇ କଳାହାଣ୍ଡିର ପଟାୟତ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆଜିର ମନ୍ କି ବାତ୍‌ରେ ଔଷଧୀୟ ବୃକ୍ଷ ଚାଷ ସଂପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
undefined

PM Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୮୧ତମ ସଂସ୍କରଣ ଆକାଶବାଣୀରେ ପ୍ରସାରିତ ହୋଇଛି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା, ନଦୀ ସଂଯୋଗୀକରଣ, ଡିଜିଟାଲ୍ ପେମେଣ୍ଟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 

Advertisment

ଆଜିର ମନ୍ କି ବାତ୍‌ରେ ଔଷଧୀୟ ବୃକ୍ଷ ଚାଷ ସଂପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୬୫ ବର୍ଷୀୟ ପଟାୟତ ୧.୫ ଏକରରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଚାଷ କରିଛନ୍ତି। ସେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ଏବଂ ସାର ବ୍ୟବହାର ନକରି ଉଦ୍ୟାନର ବିକାଶ କରିଛନ୍ତି।

ଆାଜି ବିଶ୍ୱ ନଦୀ ଦିବସକୁ ସ୍ୱତନ୍ତ୍ର ଦିନ ଭାବେ ଦର୍ଶାଇ ମୋଦି କହିଛନ୍ତି, ନଦୀ ସବୁବେଳେ ଭାରତୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇ ରହି ଆସିଛି। ତେଣୁ ଦେଶରେ ଗଙ୍ଗା ନଦୀର ସୁରକ୍ଷା ଓ ପୁନରୁଦ୍ଧାର ସଂପର୍କରେ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି। ଦେଶବାସୀଙ୍କ ସହଯୋଗ ଯୋଗୁ ଆଜି ନମାମି ଗଙ୍ଗା କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅତି କମ୍‌ରେ ବର୍ଷକୁ ଥରେ ନଦୀ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏକତ୍ରିତ ହୋଇ ପରସ୍ପର ଭିତରେ ସମନ୍ୱୟ ରଖି କାମ କଲେ ନଦୀକୁ ପ୍ରଦୂଷଣମୁକ୍ତ କରିହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

ଗତ ଅଗଷ୍ଟ ମାସରେ ଦେଶରେ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ମାଧ୍ୟମରେ ୩୫୦ କୋଟି ଟଙ୍କାର କାରବାର ହୋଥିବା ମୋଦି କହିଛନ୍ତି। ଏହାସହ ଜନଧନ ଯୋଜନା, ଦୀନ୍ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ଓ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି ମୋଦି। ପ୍ରତ୍ୟେକ ଦିନ କରୋନା ମୁକାବିଲା କ୍ଷେତ୍ରରେ ଦେଶ ନୂଆ ନୂଆ ରେକର୍ଡ କରୁଛି। ବିଶେଷ କରି ଟିକାକରଣରେ ଦେଶ ଭଲ ପ୍ରଦର୍ଶନ କରିଛି। ତେଣୁ ଯେଉଁମାନେ ଟିକା ନ ନେଇଛନ୍ତି, ସେମାନେ ଟିକା ନେଇଯିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Mann Ki Baat PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ