Advertisment

ଗଙ୍ଗା ଆଣିବ କି ବିପଦ ? ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ ୩ ଲକ୍ଷ ଲୋକ !

ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?

Gangasagar Mela

Gangasagar Mela

Advertisment

କୋଲକାତା: ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ? ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ସ୍ଥାନରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଲାଗୁ ହୋଇଛି। ହେଲେ ମକର ବୁଡ଼ ପକାଇବା ଲାଗି ପଶ୍ଚିମବଙ୍ଗର ଗଙ୍ଗାସାଗରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। 

Advertisment

ଗୋଟିଏପଟେ ମକର ବୁଡ଼ ପକାଇବା ପାଇଁ ହରିଦ୍ୱାର ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଅନ୍ୟପଟେ ଗଙ୍ଗା ସ୍ନାନ ପାଇଁ ଗଙ୍ଗାସାଗରରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦.୬୩% ଲୋକ କରୋନା ଟେଷ୍ଟ୍‌ କରିଥିବା ଜଣାପଡ଼ିଛି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ RT-PCR ଟେଷ୍ଟ୍‌ କରାଯାଇଛି।

Advertisment

ସୂଚନାଥାଉ କି, ଗତବର୍ଷ କୁମ୍ଭମେଳା କରୋନାର ହଟ୍‌ସ୍ପଟ୍‌ ପାଲଟି ଥିଲା। ଏଥିରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅଧିକାଂଶ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାମଧ୍ୟ ନଜର ଆସିଥିଲା ଯେ, କୁମ୍ଭମେଳାରେ ଜାଲିଆତି କରି କରୋନା ଟେଷ୍ଟ ଅର୍ଥାତ୍‌ ନକଲି କରୋନା ଟେଷ୍ଟିଂ ମଧ୍ୟ ହୋଇଥିଲା। ଯାହା ସାରା ଦେଶ ପାଇଁ ଚିନ୍ତାଜନକ ଥିଲା। ଏସବୁ ସତ୍ତ୍ୱେ ଚଳିତଥର ଗଙ୍ଗାସାଗର ମେଳା ମଧ୍ୟ ଆୟୋଜନ କରାଯାଇଛି। ଯେଉଁଥିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଜଣାପଡ଼ିଛି। ତେଣୁ ଏହା ଏକ ଚିନ୍ତାଜନକ ବିଷୟ ବୋଲି କୁହାଯାଉଛି। 

ଗତଥର ଭଳି ଚଳିତଥର ମଧ୍ୟ ପର୍ବପର୍ବାଣୀ ଉପରେ କରୋନା ମାଡ଼। ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ସ୍ଥାନରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଲଗା ଯାଇଛି। ଆଜି ପବିତ୍ର ମକର ସଂକ୍ରାନ୍ତି। କରୋନା କଟକଣା ପାଇଁ କିନ୍ତୁ ଏଥର ମକରରେ ମାନ୍ଦା ପଡ଼ିଛି ମଉଜ। ନା ସାର୍ବଜନୀନ ଭାବେ ପର୍ବ ପାଳନ କରି ହେବ, ନା ମକର ବୁଡ଼ ପକାଇ ହେବ। କରୋନାର କାୟା ବିସ୍ତାର ଭିତରେ ଦେଶରେ ଅଧିକାଂଶ ସ୍ଥାନରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରାଯାଇଛି। 

Advertisment
COVID19 Gangasagar Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ