Advertisment

ସାମ୍ନାକୁ ଆସିଲା ଓମିକ୍ରନ୍‌ର ୨ ନୂଆ ଲକ୍ଷଣ

କରୋନା ଭାଇରସ୍‌ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍‌ ଓମିକ୍ରନ୍‌ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‌ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Omicron Symptoms

Omicron Symptoms

Advertisment

 କରୋନା ଭାଇରସ୍‌ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍‌ ଓମିକ୍ରନ୍‌ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୨୭୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, କରୋନା ସଂକ୍ରମଣ ମଧ୍ୟ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଓ ମହାରାଷ୍ଟ୍ରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। 

Advertisment

ଓମିକ୍ରନ୍‌ ଲକ୍ଷଣ(Omicron symptoms)କୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ଦିଆଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‌ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି। କରୋନାର ପୂର୍ବ ୨ ଲହରରେ ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ସାମ୍ନାକୁ ଆସିଥିଲା। ତେବେ ମାରାତ୍ମକ ଭାରିଆଣ୍ଟ୍‌ ଓମିକ୍ରନ୍‌ର ୨ ନୂଆ ଲକ୍ଷଣକୁ ୟୁକେର ଜଣେ ରିସର୍ଚ୍ଚର ଚିହ୍ନଟ କରିଛନ୍ତି। ଏହି ଲକ୍ଷଣ ସାଧାରଣ ଭାବେ କରୋନା ଲକ୍ଷଣ ଭଳି ନୁହେଁ। 

କିଙ୍ଗ୍‌ସ୍‌ କଲେଜ ଲଣ୍ଡନରେ Genetic Epidemiologyର ପ୍ରଫେସର ଟିମ୍‌ ସ୍ପେକ୍ଟରଙ୍କ ଅନୁସାରେ, ଓମିକ୍ରନ୍‌ର ୨ ନୂଆ ଲକ୍ଷଣ ହେଲା-ଭୋକ ନ ଲାଗିବା ଓ ବାନ୍ତି ଆସିବା ପୂର୍ବରୁ ଅସ୍ୱସ୍ତିକର ବୋଧ ଅନୁଭବ କରିବା। ଯେଉଁମାନେ କରୋନା ଟିକା ନେଇ ସାରିଛନ୍ତି ସେମାନଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳିଛି। ସେହିପରି ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ସାରିଛନ୍ତି ସେମାନଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ପ୍ରଫେସର ଟିମ୍‌ କହିଛନ୍ତି।

Advertisment

ପ୍ରଫେସର ଟିମ୍‌ ସ୍ପେକ୍ଟରଙ୍କ ଅନୁସାରେ, ‘ଲୋକଙ୍କ ଠାରେ ବାନ୍ତି ଆସିବା ପୂର୍ବରୁ ଅସ୍ୱସ୍ତିକର ବୋଧ ଅନୁଭବ କରିବା, ସାମାନ୍ୟ ଜ୍ୱର, ତଣ୍ଟି ଦରଜ, ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ମଧ୍ୟ ଦେଖା ଯାଉଛି।’ ଆମେରିକାରେ Centers for Disease Control and Preventionର କହିବା ଅନୁସାରେ, ‘ଓମିକ୍ରନ୍‌ ସହ ଜଡ଼ିତ କିଛି ସାମାନ୍ୟ ଲକ୍ଷଣ ଗୁଡ଼ିକ ହେଲା- କାଶ, ଥକାପଣ, କଫ, ଥଣ୍ଡା ଇତ୍ୟାଦି। କରୋନାର ଅନ୍ୟ ଭାରିଆଣ୍ଟ୍‌ରେ ଯେଭଳି ଭାବେ ଆକ୍ରାନ୍ତଙ୍କ ଠାରେ ସ୍ୱାଦ ଓ ଗନ୍ଧ ବାରି ନପାରିବା ଭଳି ଲକ୍ଷଣ ଦେଖା ଯାଉଥିଲା ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତଙ୍କ ଠାରେ ଏଭଳି କିଛି ଲକ୍ଷଣ ଦେଖିବାକୁ ମିଳିନାହିଁ। ଏନେଇ ସିଙ୍ଗଲ୍‌ ସେଲ୍‌ ଡାଇଗ୍ରୋସ୍ଟିକ୍‌ କମ୍ପାନୀ IncellDx ପାଇଁ କାର୍ଯ୍ୟ କରୁଥିବା ଡଃ ବ୍ରୁସ୍‌ ପ୍ୟାଟରସନ୍ ଦାବି କରିଛନ୍ତି। ଓମିକ୍ରନ୍‌, Parainfluenza ନାମକ ଭାଇରସ୍‌ ଭଳି। 

ନଭେମ୍ବର ୨୪ରେ ଓମିକ୍ରନ୍‌ ଭାରିଆଣ୍ଟ୍‌ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିଲା। ଏହାପରେ ଏହା ବିଶ୍ୱର ୯୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଆମେରିକା ଓ ଲଣ୍ଡନରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଦେଶରେ ଏଯାବତ୍ ୧୨୭୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଓମିକ୍ରନ୍‌ ଭାରିଏଣ୍ଟ୍‌ର ଲକ୍ଷଣ....

  • ଅଧିକ ଥକାପଣ ଅନୁଭବ କରିବା
  • ସାମାନ୍ୟ ମୁଣ୍ଡବିନ୍ଧା
  • ଶରୀରରେ ଯନ୍ତ୍ରଣା ଅନୁଭବ
  • ତଣ୍ଟି ଦରଜ ହେବା
  • ଶୁଖିଲା କାଶ
Omicron Omicron Variant Omicron Symptoms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ