Advertisment

ଏବେ ମଣିପୁରରେ ସମସ୍ତ ଘଟଣା ଉପରେ ନଜର, ୬ ହଜାର ମାମଲା ରୁଜୁ

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଗୋଟିଏପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସରକାରୀ ଏଜେନ୍ସି ଓ ସୁରକ୍ଷା ବାହିନୀ ମଣିପୁରରେ ଘଟିଥିବା ସମସ୍ତ ଘଟଣାକୁ ଯାଞ୍ଚ କରିଛନ୍ତି।

ଅଦ୍ୟତନ ହୋଇଛି
Eye On All Manipur Incidents

Eye On All Manipur Incidents

Advertisment

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ ପରେ ଏହି ଜଘନ୍ୟ କାଣ୍ଡ ଦେଶର ମୁଣ୍ଡ ନୁଆଁଇ ଦେଇଛି। ଗୋଟିଏପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସରକାରୀ ଏଜେନ୍ସି ଓ ସୁରକ୍ଷା ବାହିନୀ ମଣିପୁରରେ ଘଟିଥିବା ସମସ୍ତ ଘଟଣାକୁ ଯାଞ୍ଚ କରିଛନ୍ତି। ଏନେଇ ସରକାର ସୂତ୍ରରୁ ସୂଚନା ମିଳିଛି।

Advertisment

ମେ’ ୩ରୁ ଆରମ୍ଭ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଏଜେନ୍ସି ଗୁଡ଼ିକ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ମାମଲା ରୁଜୁ କରାଯାଇ ସାରିଲାଣି। ଅଧିକାଂଶ ମାମଲା ଅଗ୍ନିକାଣ୍ଡ ଏବଂ ସରକାରୀ ସମ୍ପତ୍ତି ନଷ୍ଟ ସହ ଜଡ଼ିତ। ଯେପରି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ କୌଣସି ଭୁଲ୍‌ ସୂଚନା ପ୍ରଦାନ କରାନଯାଏ ଏହା ଉପରେ ବିଶେଷ ଦୃଷ୍ଟି ରଖାଯାଇଛି। ଏହାସହ ମଣିପୁରରେ ଘଟିଥିବା ହିଂସା ଘଟଣା ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ସବୁକିଛି ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। 

ସେପଟେ ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ମାମଲାରେ ପୋଲିସ୍‌ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ଗତ ମେ’ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର।

Advertisment

ସୂଚନାଥାଉ କି, ୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ। ଏହାପରେ କୁକି ଓ ମେଇତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ୧୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ୪୦ ହଜାର ଲୋକ ବିସ୍ଥାପିତ ହୋଇସାରିଲେଣି।

ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ