କାହିଁକି ଓ କେବେଠୁ ପାଳନ ହେଉଛି ଭାରତୀୟ ସମ୍ବିଧାନ ଦିବସ?

ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।

Constitution Of India

ଆଜି ଭାରତୀୟ ସମ୍ବିଧାନ ଦିବସ । ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ  ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସମ୍ବିଧାନର ମୂଲ୍ୟବୋଧର ପ୍ରଚାର ପ୍ରସାର ନିମନ୍ତେ, ୨୦୧୫ ମସିହାରୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।

ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ୧୯୪୯ ମସିହା ଆଜିର ଦିନରେ ଭୀମରାଓ ଆମ୍ବେଦକରଙ୍କ ରଚିତ ସମ୍ବିଧାନକୁ ଦେଶ ସ୍ୱୀକୃତି ଦେଇଥିଲା । ପରେ ୧୯୫୦ ଜାନୁଆରୀରେ ସମ୍ବିଧାନକୁ ପ୍ରଣୟନ କରାଯାଇଥିଲା । ଭାରତର ସମ୍ବିଧାନକୁ ବିଶ୍ୱର ସବୁଠୁ ଲମ୍ବା ଲିଖିତ ସମ୍ବିଧାନ କୁହାଯାଏ । ଏଥିରେ ୟୁକେ, ଆମେରିକା, ଜର୍ମାନୀ, ଆୟରଲାଣ୍ଡ,ଅଷ୍ଟ୍ରେଲିଆ ଓ କାନାଡ଼ା ସମ୍ବିଧାନର କିଛି ଆଇନକାନୁନ ଏଥିରେ ସ୍ଥାନ ପାଇଛି। 

ପୂର୍ବରୁ ସମ୍ବିଧାନରେ ମୋଟ ୩୯୫ ଅନୁଚ୍ଛେଦ ଥିବା ବେଳେ ଏବେ ମୋଟ ୪୭୦ ଅନୁଚ୍ଛେଦ ରହିଛି । ସମ୍ବିଧାନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ଏଥିରେ ମୋଟ ୨୫୧ ପୃଷ୍ଠା ସମ୍ବିଳିତ । ସମ୍ବିଧାନ ଲେଖିବାକୁ  ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନର ମୂଳ ସଂରଚନା ଭାରତ ସରକାର ଅଧିନିୟମ ୧୯୩୫ ଉପରେ ଆଧାରିତ ।