Advertisment

ସଂସଦରେ ବିନା ବିତର୍କରେ ପାରିତ ହେଉଛି ଆଇନ୍: ପ୍ରଧାନ ବିଚାରପତି

ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।

ଅଦ୍ୟତନ ହୋଇଛି
ସଂସଦରେ ବିନା ବିତର୍କରେ ପାରିତ ହେଉଛି ଆଇନ୍:  ପ୍ରଧାନ ବିଚାରପତି

Chief Justice Of India NV Ramana

Advertisment

ନୂଆଦିଲ୍ଲୀ: ସଂସଦରେ ବିନା ବିତର୍କରେ ପାରିତ ହେଉଛି ଆଇନ୍। ଫଳରେ ଆଇନ୍‌ରେ ସ୍ପଷ୍ଟତା ରହୁନି। ଲୋକଙ୍କ ପାଇଁ ଆଇନ୍ ତିଆରି ହେଉଥିବା ବେଳେ ସେମାନେ ସେହି ଆଇନ୍ ବିଷୟରେ ଅନଭିଜ୍ଞ। ସ୍ବାଧୀନତା ଦିବସରେ ଏଭଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ସେ କହିଛନ୍ତି, ସଂସଦରେ ଆଇନ୍ ତିଆରି ବେଳେ ସ୍ପଷ୍ଟ ବିତର୍କର ଅଭାବ ରହୁଛି। ଏହି କାରଣରୁ ଆମେ ଆଇନରେ ଅନେକ ତ୍ରୁଟି ଓ ଅସ୍ପଷ୍ଟତା ଦେଖିବାକୁ ପାଉଛୁ। 

Advertisment

ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।

ହେଲେ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗୃହରେ ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ଅଭାବ ରହିଲେ, ଆଇନରେ ସ୍ପଷ୍ଟତାର ଅଭାବ ରହିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମନ୍ନା।   

Advertisment

କେନ୍ଦ୍ର ଆଇନ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସଂସଦରେ ଗୁଣାତ୍ମକ ବିତର୍କର ଅଭାବ ରହିଛି ବୋଲି ମାନ୍ୟବର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଛନ୍ତି। ଏହାକୁ ନେଇ ସେ ଗଭୀର ଚିନ୍ତିତ ବୋଲି କହିଛନ୍ତି। ଏହାର ଅର୍ଥ ମୁଁ ବୁଝିପାରୁଛି। ମୁଁ ଯେତେବେଳେ ସଂସଦରେ ପ୍ରଥମେ ପ୍ରବେଶ କରିଥିଲି ସେତେବେଳେ ଅନେକ କଥା ଶିଖିଥିଲି। ହେଲେ ଏବେର ଯୁବ ସାଂସଦଙ୍କୁ ବିତର୍କରେ ଭାଗ ନେବାକୁ ରୋକି ଦିଆଯାଉଛି।

କଂଗ୍ରେସ ଏବଂ ଏହାର ବରିଷ୍ଠ ନେତାଙ୍କୁ କଡ଼ା ଜବାବ ଦେବାକୁ ଯାଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେଉଁ ସ୍ଥିତି ଉପୁଜିଲା ଏହାର ମାନସିକତାକୁ ଦର୍ଶାଉଛି। କିଛି ଲୋକ ଭାବନ୍ତି ଦେଶକୁ ଶାସନ କରିବା ପାଇଁ ସେମାନଙ୍କର ଏବଂ ରାଜବଂଶର ଅଧିକାର ଅଛି। କିନ୍ତୁ ଭାରତର ଲୋକମାନେ ଜ୍ଞାନୀ। ବର୍ତ୍ତମାନ ସେହି ଲୋକମାନଙ୍କୁ ଭାରତର ସେବା କରିବାକୁ ଅନୁମତି ଦିଆଯିବ ଯେଉଁମାନଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି ଦେଶ ତଥା ମାନବଜାତିର ସେବା।

Advertisment
India News CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ