Advertisment

ଏଣିକ ଡ୍ରୋନ୍‌ରେ ଉଡ଼ିବ ମଣିଷ, ଖୁବଶୀଘ୍ର ନୌସେନାରେ ହୋଇପାରେ ସାମିଲ

ପ୍ରଥମ ପର୍ଯ୍ୟାୟରେ ଏଭଳି ଡ୍ରୋନ୍‌କୁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହାର ନିର୍ମାତା।

ଅଦ୍ୟତନ ହୋଇଛି
Drone

Drone

Advertisment

ଖାଲି ବିମାନ କି ହେଲିକପ୍ଟର ନୁହେଁ, ଡ୍ରୋନ୍‌ରେ ବି ଉଡ଼ିବ ମଣିଷ। ଚାଳକ କଣ୍ଟ୍ରୋଲ ରୁମ୍‌ରେ ରିମୋଟ୍ ଧରି ଡ୍ରୋନ୍ ଉଡ଼ାଉଥିବେ, ଆଉ ଆକାଶରେ ସେଥିରେ ବସି ଗନ୍ତବ୍ୟ ସ୍ଥଳକୁ ଯାଉଥିବେ ଯାତ୍ରୀ କେବଳ ଯାତ୍ରୀ ନୁହଁନ୍ତି, ଅସୁସ୍ଥ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କୁ ମଧ୍ୟ ଡ୍ରୋନ୍‌ରେ ଉଡ଼ାଉ ନେଇ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇ ହେବ।ଏଭଳି ମାନବବାହୀ ଡ୍ରୋନ୍ ତିଆରି କରିଛି ପୁଣେର ଏକ ଷ୍ଟାର୍ଟଅପ୍  ଡ୍ରୋନ୍‌ର ନାଁ ବରୁଣ। ଏହାକୁ ପ୍ରଥମେ ନୌସେନାର ଉପଯୋଗ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ଏହାର ନିର୍ମାତା କହିଛନ୍ତି।

Advertisment

ମୋବାଇଲ୍‌ରେ ବୁକ୍ କଲେ, ଛାତ ଉପରେ ଓହ୍ଲାଇବ ଏୟାର୍ ଟ୍ୟାକ୍ସି। ପାଇଲଟ୍ ବିହୀନ ଡ୍ରୋନ୍‌ରେ ବସି ଆପଣ ଉଡ଼ି ଉଡ଼ି ଯିବେ ଗନ୍ତବ୍ୟ ସ୍ଥଳକୁ। ନା ଥିବ ଟ୍ରାଫିକ୍ ଜାମ୍, ନା ଡେରିରେ ପହଞ୍ଚିବାର ଚିନ୍ତା। ଆଜ୍ଞା ହଁ, ଏସବୁ ଗପ ନୁହେଁ, ସତ ହେବାକୁ ଯାଉ ଆଉ କିଛି ବର୍ଷ ଭିତରେ। ପୁଣେର ଷ୍ଟାର୍ଟଅପ୍ ଉଦ୍ୟୋଗ ସାଗର ଡିଫେନ୍ସ ଇଞ୍ଜିନିୟରିଂ ଦ୍ୱାରା ନିର୍ମିତ ଏହା ଏକ ହେଭି ଲିଫ୍ଟ ୟୁଟିଲିଟି ଡ୍ରୋନ୍- ବରୁଣ। ଯାହାକି ଭାରତରେ ଏହି ଧରଣର ପ୍ରଥମ ଡ୍ରୋନ୍। ଛୋଟ ହେଲିକପ୍ଟର ଭଳି ଦେଖାଯାଉଥିବା ଏହି ଡ୍ରୋନ୍‌ର ୮ଟି ବାହୁରେ ଲାଗିଛି ୨ଟି ଲେଖାଏଁ ରୋଟର୍। ମୋଟ ୧୬ଟି, ପ୍ରାୟ ଶହେ କେଜି ଓଜନ ଉଠାଇ ପାରୁଥିବା ଏହି ଶକ୍ତିଶାଳୀ ଡ୍ରୋନ୍ ଜଣେ ମଣିଷକୁ ମଧ୍ୟ ଉଡ଼ାଇନେଇ ପାରୁଛି। 

ଏହାକୁ ରିମୋଟ୍ ସାହାଯ୍ୟରେ ଉଡ଼ାଇ, ଜଣଙ୍କୁ ଆରାମରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ହେବ। ପ୍ରଥମ ପର୍ଯ୍ୟାୟରେ ଏଭଳି ଡ୍ରୋନ୍‌କୁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହାର ନିର୍ମାତା। ଖୁବଶୀଘ୍ର ଏହା ନେଭିରେ ସାମିଲ ହେବ ବୋଲି କହିଛନ୍ତି। ଆଗକୁ ସହରାଞ୍ଚଳରେ ମାଲ୍ ଓ ଯାତ୍ରୀ ପରିବହନ ପାଇଁ ମଧ୍ୟ ସୁଯୋଗ ରହିଛି।

Advertisment

ବରୁଣ, ଏହି ମାନବବାହୀ ଡ୍ରୋନ୍ ଯେତେ ମଜବୁତ, ସେତେ ନିରାପଦ ମଧ୍ୟ। ଏହା ଥରକେ ୨୫ରୁ ୩୦ ମିନିଟ୍ ଉଡ଼ିପାରିବ। ୨୦ କିଲୋମିଟର ଯାଏଁ ଯାଇପାରିବ। ୫୦୦ ମିଟର ଉଚ୍ଚତା ଯାଏଁ ଉଠିପାରିବ ୧୬ଟି ରୋଟରରୁ ୪ଟି ଅକାମୀ ହୋଇଗଲେ ମଧ୍ୟ ସୁରକ୍ଷିତ ଭାବେ ଉଡ଼ିପାରିବ ଏହି ଡ୍ରୋନ୍। ୩୦ରୁ ୫୦ ପ୍ରତିଶତ ବ୍ୟାଟେରି ଅଚଳ ହୋଇଗଲେ ବି ଚିନ୍ତା ନାହିଁ। ଏହା ସୁରକ୍ଷିତ ଭାବେ ଉଡ଼ାଣ ସ୍ଥଳକୁ ପୁଣି ଫେରିଆସିବ, ଯଦି ସବୁ କିଛି ଅଚଳ ହୋଇଯାଏ, କିମ୍ବା ମଝି ଆକାଶରେ କିଛି ଅଚାନକ ସମସ୍ୟା ଦେଖାଦିଏ, ତେବେ ଯାତ୍ରୀଙ୍କ ସୁରକ୍ଷିତ ଅବତରଣ ପାଇଁ ବାଲିଷ୍ଟିକ୍ ପାରାସୁଟ୍ ମଧ୍ୟ ରହିଛି।

ଗତ ଜୁଲାଇରେ ନୌସେନା ପକ୍ଷରୁ ଆୟୋଜିତ ସ୍ବାବଲମ୍ବନ କାର୍ଯ୍ୟକ୍ରମରେ ବରୁଣ ଉଡ଼ିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ। ପୂର୍ବରୁ କରୋନା ଟିକା ଦୁର୍ଗମ ଅଂଚଳରେ ପହଞ୍ଚାଇବା ଲାଗି ଡ୍ରୋନ୍‌ର ବ୍ୟବହାର କରାଯାଇଥିବା ବେଳେ; ଦେଶର ଏହି ପ୍ରଥମ ହେଭି ଲିଫ୍ଟ ଡ୍ରୋନ୍ ବରୁଣ ଦୁର୍ଗମ ଅଞ୍ଚଳରୁ ଅସୁସ୍ଥ, ଦୁର୍ଘଟଣାଗ୍ରସ୍ତ ଓ ବିପନ୍ନ ଆଦିଙ୍କୁ ଉଦ୍ଧାର ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ। ଏଥିସହ ଆଗକୁ 5G ନେଟଓ୍ୱର୍କ ବ୍ୟାପକ ହେବାକୁ ଥିବାରୁ ଖୋଲିଯାଇପାରେ ସମ୍ଭାବନାର ଆହୁରି ଅନେକ ରାସ୍ତା। 

Advertisment
Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ