Advertisment

ଉତ୍ତରପ୍ରଦେଶ ବାରାଣସୀରେ ଜ୍ଞାନବାପି ଘମାସାନ

କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ କେଉଁ କେଉଁ ହିନ୍ଦୁ ଦେବାଦେବୀ? ଧର୍ମସ୍ଥଳୀ ପରିସରରେ ରହିଛି ଆଉ କେଉଁ କେଉଁ ରହସ୍ୟ?

ଅଦ୍ୟତନ ହୋଇଛି
Gyanvapi Mosque

Gyanvapi Mosque

Advertisment

ଉତ୍ତରପ୍ରଦେଶ ବାରାଣସୀରେ ଜ୍ଞାନବାପି ଘମାସାନ । କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ଲାଗି ପ୍ରାଚୀନ କାଳରେ ଥିବା ବିଶ୍ୱେଶ୍ୱର ମହାପ୍ରଭୁଙ୍କ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ନିର୍ମାଣ ହୋଇଥିବା ବହୁବର୍ଷ ଧରି ଅଭିଯୋଗ ହୋଇଆସୁଛି । ତେବେ ବର୍ତ୍ତମାନର ବିବାଦ ତେଜିଛି । ଏହି ମସଜିଦ ପରିସରର ଭିଡିଓ ସର୍ଭେକୁ ନେଇ ସୁପ୍ରିମକୋର୍ଟ ସବୁ ତଥ୍ୟକୁ ନପରଖି ତତ୍କାଳ ରହିତାଦେଶ ଦେଇପାରିବେ ନାହିଁ ବୋଲି କହିବା ପରେ, ଶନିବାର ଠାରୁ ପୁଣି ଏହାର ଭିଡିଓ ସର୍ଭେ ହେବ ବୋଲି ଧାର୍ଯ୍ୟ ହୋଇଛି ।

Advertisment

କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ କେଉଁ କେଉଁ ହିନ୍ଦୁ ଦେବାଦେବୀ? ଧର୍ମସ୍ଥଳୀ ପରିସରରେ ରହିଛି ଆଉ କେଉଁ କେଉଁ ରହସ୍ୟ? ଏସବୁର ଉତ୍ତର କୋର୍ଟରେ ରଖିବାକୁ ଶନିବାର ଠୁ ଆରମ୍ଭ ହେବ ଭିଡିଓଗ୍ରାଫି । ଭିଡିଓଗ୍ରାଫି ରୋକିବାକୁ ଚାହୁଁଥିବା ପକ୍ଷକୁ ସୁପ୍ରିମକୋର୍ଟରୁ ଝଟକା ଲାଗିବା ପରେ, ଜିଲ୍ଲା ପ୍ରଶାସନ ପ୍ରକ୍ରିୟାକୁ ଆଗେଇ ନେବାକୁ ଅଣ୍ଟାଭିଡିଛି । ଉଭୟ ପକ୍ଷ ସହ ବୈଠକ ପରେ ଶନିବାର ଠାରୁ ଜ୍ଞାନବାପୀ କମ୍ପ୍ଲେକ୍ସର ଭିଡିଓଗ୍ରାଫି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ । ମସଜିଦ କାନ୍ଥ, ପରିସର, ବନ୍ଦ କୋଠରୀ ସବୁ କିଛି ସର୍ବେକ୍ଷଣରେ ସାମିଲ କରିବାକୁ ଏବଂ ଆବଶ୍ୟକ ପଡ଼ିଲେ ତାଲା ଭାଙ୍ଗି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାରାଣସୀ କୋର୍ଟ । ଏଥିସହ ସର୍ଭେରେ ସହଯୋଗ ଲାଗି ଆଉ ଦୁଇ ଆଇନଜୀବୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି ଅଦାଲତ ।

Advertisment

ଉତ୍ତରପ୍ରଦେଶ ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବାପି ଶୃଙ୍ଗାର ଗୌରୀ କଂପ୍ଲେକ୍ସର ସର୍ଭେ ନିର୍ଦ୍ଦେଶକୁ ନେଇ ବିବାଦ ତେଜିଥିଲା । ମସଜିଦ୍ ପାଚେରୀରେ ଥିବା ଦେବଦେବୀଙ୍କୁ ଦୈନିକ ପୂଜା କରିବା ଲାଗି ଅନୁମତି ଦେବାକୁ ଏକ ମହିଳା ଗୋଷ୍ଠୀ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ବାରାଣସୀ କୋର୍ଟ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ମସଜିଦ ପରିସର ଭିଡିଓ ସର୍ଭେ କରି ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଗତ ୬ ତାରିଖରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ସର୍ଭେ ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ମସଜିଦ୍ କମିଟି ଏହାକୁ ଜୋରଦାର ବିରୋଧ କରିବାକୁ ସର୍ଭେ ବନ୍ଦଥିଲା । ସେପଟେ ମସଜିଦ କମିଟି ସର୍ଭେ ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମୁସଲିମ୍ ପକ୍ଷ ଯୁକ୍ତି ରଖିଥିଲେ ଯେ, ଉପାସନାସ୍ଥଳ ୧୯୯୧ ସ୍ପେଶିଆଲ ପ୍ରୋଭିଜନ ଆର ଅନୁପାଳନ ହେଉ । ୧୫ ଅଗଷ୍ଟ ୧୯୪୭ର ସ୍ଥିତାବସ୍ଥା ବଜାୟ ରହୁ । ହେଲେ ପ୍ରଧାନ ବିଚାରପତି ଏନ୍ ଭି ରମନ୍ନା, ବିଚାରପତି ଜଷ୍ଟିସ ଜେ. କେ ମାହେଶ୍ୱରୀ ଓ ବିଚାରପତି ଜଷ୍ଟିସ ହିମା କୋହଲି ରହିତାଦେଶ ଦେବାକୁ ମନା କରିବା ସହ, ଘଟଣା ସଂପର୍କରେ ଆମେ ଜାଣିନୁ, ଅର୍ଡର ପଢିଲା ପରେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ।

Advertisment
Kashi Vishwanath-Gyanvapi Masjid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ