Advertisment

ରାଜ୍ୟରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ବି.ଇଡି : ଏଣିକି କମର୍ସ ପିଲା ବି ପଢିପାରିବେ ଶିକ୍ଷକତା ପାଠ

ଚଳିତ ବର୍ଷ ରାଜ୍ୟର ସବୁ ଶିକ୍ଷତ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ପର୍ଯ୍ୟାୟରେ ଚାଲିବ.. କମର୍ସ ବିଭାଗରେ ମଧ୍ୟ ବି.ଇଡି କୋର୍ସ ଆରମ୍ଭ ହେବ

b,ed

b,ed

Advertisment

ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ବି.ଇଡି । ଏଣିକି କମର୍ସ ପିଲା ବି ଶିକ୍ଷକତା ପାଠ ପଢିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ଯୋଜନା କରିଛି । ଚଳିତବର୍ଷ ରାଜ୍ୟର ସବୁ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକ ପୂର୍ଣ୍ଣ ପର୍ଯ୍ୟାୟରେ ଚାଲିବ । ଗତବର୍ଷ ଅଧ୍ୟାପକ ଓ ଭିତ୍ତିଭୂମି ଅଭାବରୁ ଏନସିଟିଇ ମାନ୍ୟତା ଉଠାଇ ନେବା ଭଳି ପରିସ୍ଥିତି ଉପୁଯିବାରୁ ଆଡମିଶନ ବାଧାପ୍ରାପ୍ତ ହୋଇଥିଲେ ବି ଏଯାଏଁ ଅଧ୍ୟାପକ ନିଯୁକ୍ତି ହୋଇନାହାଁନ୍ତି ।

Advertisment

୨୦୨୩-୨୪ ଶିକ୍ଷା ବର୍ଷରୁ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ବି.ଇଡି କୋର୍ସ । ସେହିପରି କମର୍ସ ବିଭାଗରେ ମଧ୍ୟ ବି.ଇଡି କୋର୍ସ ଆରମ୍ଭ ହେବ । ରାଜ୍ୟର ଯୁକ୍ତ ଦୁଇ କଲେଜରେ ବଢୁଥିବା ଅଧ୍ୟାପକ ମରୁଡିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ସେହିପରି ରାଜ୍ୟର ଶିକ୍ଷକ ଶିକ୍ଷା କଲେଜ ଗୁଡିକରେ ଚଳିତ ଶିକ୍ଷାବର୍ଷରୁ ବର୍ଦ୍ଧିତ ସିଟରେ ଆଡମିଶନ୍ ହେବ । ଏନେଇ ଉଚ୍ଚ ଶିକ୍ଷା ସଚିବ ଶିକ୍ଷାନୁଷ୍ଠାନ ଗୁଡିକୁ ଅବଗତ କରାଇଛନ୍ତି ।

ନାସନାଲ୍ କାଉନସିଲ୍ ଫର ଟିଚର ଏଜୁକେସନ୍, ଏନସିଟିଇର ଅନୁମତି ଲାଗି କଲେଜ ଗୁଡିକ ମେ ୩୧ ସୁଦ୍ଧା ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତବର୍ଷ ରାଜ୍ୟର ୧୬ଟି ଶିକ୍ଷକ ଶିକ୍ଷା କଲେଜରେ ୧୫୦ ସିଟ୍ ବି.ଇଡି ପାଇଁ ଉପଲବ୍ଧ ହେବ। ସେହିପରି କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଅନୁଗୁଳରେ ବି.ଇଡି ସମେତ ୫୦ ସିଟ୍ ବିଶିଷ୍ଟ ଏମ୍.ଇଡି ରହିବ । ଅନ୍ୟପଟେ ୧୪ଟି ଡିଗ୍ରୀ କଲେଜରେ ସେଲ୍ଫ ଫାଇନାନ୍ସିଂ ମୋଡେର ଚାଲୁଥିବା ବି.ଇଡି କୋର୍ସକୁ ଉଚ୍ଛେଦ କରାଯାଇ ରେଗୁଲାର୍ ମୋଡେର ଚଲାଇବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ହୋଇଛି ।

Advertisment

ସେପଟେ ଚଳିତବର୍ଷ ଉଚ୍ଚ ଶିକ୍ଷା ବିଭାଗ ପୁଣିଥରେ ପୂର୍ଣ୍ଣମାତ୍ରାରେ ଶିକ୍ଷକ ଶିକ୍ଷା କଲେଜଗୁଡିକୁ ଚଳାଇବାକୁ ନିର୍ଦ୍ଦେଶ ଦେଇଛି । ତେବେ ଭୁବନେଶ୍ୱର ନଳିନୀ ଦେବୀ କଲେଜ, କଟକ ରାଧାନାଥ ଟ୍ରେନିଂ କଲେଜ ଓ ବାଲେଶ୍ୱର ଶିକ୍ଷକ ଶିକ୍ଷା କଲେଜରେ ସ୍ଥିତି ସଙ୍ଗୀନ । ଏଯାଏ କଲେଜ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ହୋଇନାହାଁନ୍ତି । କେବଳ ଏ ତିନି କଲେଜ ନୁହେଁ, ସବୁ କଲେଜରେ ଅଧ୍ୟାପକ ମରୁଡି, ଯାହାକି ଏନସିଟିଇ ନିୟମକୁ ଖିଲାପ କରୁଛି । ସେହିପରି ଅଧିକାଂଶ କଲେଜରେ ଅଣତାଲିମପ୍ରାପ୍ତ ଶିକ୍ଷକ ପିଲାଙ୍କୁ ପାଠ ପଢାଉଛନ୍ତି । ଯେଉଁଥିଲାଗି ଗୁଣାତ୍ମକ ଶିକ୍ଷା ଉପରେ ପ୍ରଶ୍ନବାଚୀ ଲାଗିଛି । ଅନ୍ୟପଟେ ଶିକ୍ଷକ ମରୁଡି ରୋକିବାକୁ ୩୮୫ ପଦବୀ ପୂରଣ ଲାଗି ଓପିଏସପି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତବର୍ଷ ଏନସିଟିଇ, ରାଜ୍ୟର ଶିକ୍ଷକ ଶିକ୍ଷା କଲେଜ ଗୁଡିକରେ ଭିତ୍ତିଭୂମି ଅଭାବ, ଅନଭିଜ୍ଞ ଅଧ୍ୟାପକ ପଢାଉଥିବା ଓ ଅଧ୍ୟାପକ ମରୁଡି କାରଣ ଦର୍ଶାଇ ଅନୁମତି କାଢିନେବା ଲାଗି ଚିଠି କରିଥିଲା । ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯିବା ପରେ ୧୬ରୁ ମାତ୍ର ୯ କଲେଜରେ ୫୦ ସିଟରେ ପାଠ ପଢାଇବା ଲାଗି ଅନୁମତି ମିଳିଥିଲା । ୭ କଲେଜରେ ଆଡମିଶନ ବନ୍ଦ ରହିଥିଲା ଶିକ୍ଷାବିତଙ୍କ ମତରେ ଯୁଦ୍ଧକାଳୀନ ଭିତ୍ତିରେ ପଦବୀ ପୂରଣ କରାଗଲେ ଛାତ୍ରଛାତ୍ରୀ ଉପକୃତ ହେବେ ।

Advertisment

B.Ed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ