Advertisment

୩ ଦିନ ହେବ ଅନ୍ନ ଜଳ ବନ୍ଦ କରିବା ସହ ମଉନବ୍ରତରେ ଥିଲେ ମହାରାଜ

ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।

ଅଦ୍ୟତନ ହୋଇଛି
Jain Muni Bidyasagar Maharaj

Jain Muni Bidyasagar Maharaj

Advertisment

୭୭ ବର୍ଷ ବୟସରେ ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ । ଜୈନ ସମ୍ପ୍ରଦାୟର ଏବକାର ‘ମହାବୀର’ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରୀରେ ଛତିଶଗଡ଼ର ଡୋଙ୍ଗରାଗଡ଼ରେ ଦେହତ୍ୟାଗ କରିଛନ୍ତି।  ସୂଚନା ଅନୁସାରେ, ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ ପରେ ରାତି ପ୍ରାୟ ୨.୩୫ରେ ପରଲୋକ ପ୍ରାପ୍ତ ହୋଇଛନ୍ତି। 

Advertisment

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ଜୀ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ଦିଗମ୍ବର ଜୈନ ଆଚାର୍ଯ୍ୟ। ତାଙ୍କର ଅତୁଳନୀୟ ଶିଷ୍ୟ ପ୍ରେମ, ଗଭୀର ଆଧ୍ୟାତ୍ମିକ ଚିନ୍ତାଧାର ଏବଂ ଶାସ୍ତ୍ରଜ୍ଞାନର ଜଣେ ପ୍ରଗାଢ ବ୍ୟକ୍ତିତ୍ବ। ପ୍ରତ୍ୟେକ ଜୈନ ଧର୍ମର ବ୍ୟକ୍ତିଗଣ ତାଙ୍କୁ ଭଗବାନ ସଦୃଶ୍ୟ ପୂଜା କରିଥାନ୍ତି। ଅକ୍ଟୋବର ୧୦, ୧୯୪୬ ରେ କର୍ଣ୍ଣାଟକର ସାଦାଲଗାରେ ଜନ୍ମଗ୍ରହଣ କରି ସେ ଅଳ୍ପ ବୟସରୁ ଆଧ୍ୟାତ୍ମିକତାକୁ ଗ୍ରହଣ କରିଥିଲେ। ସେ ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।

ଆଜି ପର୍ଯ୍ୟନ୍ତ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଜୈନ ଶାସ୍ତ୍ର ଏବଂ ଦର୍ଶନ ଶାସ୍ତ୍ରର ଅଧ୍ୟୟନ ଏବଂ ଗବେଷଣାରେ ଗଭୀର ଭାବରେ ବୁଡି ରହିଛନ୍ତି। ସଂସ୍କୃତ ସହିତ ଅନେକ ଆଧୁନିକ ଭାଷାରେ ତାଙ୍କର ଦକ୍ଷତା ରହିଛି। ଫଳରେ ସେ ବିଭିନ୍ନ ଭାଷାରେ ଅନେକ କବିତା ଏବଂ ଆଧ୍ୟାତ୍ମିକ ପୁସ୍ତକ ଲେଖିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଲେଖା ଉପରେ ଅନେକ ଗବେଷକ ଅଧ୍ୟୟନ କରି ସ୍ନାତକ ଓ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଛନ୍ତି।

Advertisment

ନିରଂଜନ ଶତାକା, ଭବନ ଶତାକା, ପରିଷଦ ଜୟା ଶତାକା, ସୁନୀତି ଶତାକା ଏବଂ ଶ୍ରୀମାନା ଶତାକାଙ୍କ ସମେତ ତାଙ୍କର ଅନେକ ପୁସ୍ତକ ଜୈନ ସମ୍ପ୍ରଦାୟ ମଧ୍ୟରେ ବହୁ ଲୋକପ୍ରିୟ। ତାଙ୍କର ପାଣ୍ଡିତ୍ୟକୁ କଳନା କରିବା ଅସମ୍ଭବ। ଆଚାଯ୍ୟ ବିଦ୍ୟାସାଗର ମହାରାଜ ତାଙ୍କର କଠୋର ଅଭ୍ୟାସ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ନିରନ୍ତର ଉତ୍ସର୍ଗିକୃତ।

Advertisment

ସେ ଥିଲେ ଆଚାର୍ଯ୍ୟ ଜ୍ଞାନସାଗରଙ୍କ ଶିଷ୍ୟ। ଆଚାର୍ଯ୍ୟ ଜ୍ଞାନସାଗର ସମାଧି ନେବା ବେଳେ ଆଚାର୍ଯ୍ୟ ପଦବୀକୁ ମୁନି ବିଦ୍ୟାସାଗରଙ୍କୁ ହସ୍ତାନ୍ତର କରିଥିଲେ। ୧୯୭୨ ମସିହା ନଭେମ୍ବର ୨୨ ତାରିଖ ଦିନ ବିଦ୍ୟାସାଗର ମାତ୍ର ୨୬ ବର୍ଷ ବୟସରେ ଆଚାର୍ଯ୍ୟ ହୋଇଥିଲେ। 

ତାଙ୍କ ମୃତ୍ୟୁଯୋଗୁଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ, ଶିବରାଜ ସିଂହ ଚୌହାନ ଏବଂ ଅନେକ ବିଜେପି ନେତା ଶୋକବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ରାଜ୍ୟରେ ‘ବିଜେପି’ ପାଇଁ ନିର୍ବାଚନ ପ୍ରଚାର ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ