Advertisment

ଦେଶରେ ବଢୁଛି ଆର୍ ଭେଲ୍ୟୁ ଚିନ୍ତା : ଜଣେ ବ୍ୟକ୍ତି ୮ ଜଣକୁ ସଂକ୍ରମିତ କରିବ

ଦେଶରେ କରୋନା ଭାଇରସ୍ ସଂକ୍ରମଣର ଅବସ୍ଥା ଏବେ ବି ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧିପାଉଛି। ଏହି ସମୟରେ, କରୋନାର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତର ଆର୍‌ ଭେଲ୍ୟୁ ଲଗାତର ଭାବେ ବଢିବାରେ ଲାଗିଛି, ଯାହା ଚିନ୍ତାର କାରଣ ହୋଇଛି।

ଦେଶରେ ବଢୁଛି ଆର୍ ଭେଲ୍ୟୁ ଚିନ୍ତା : ଜଣେ ବ୍ୟକ୍ତି ୮ ଜଣକୁ ସଂକ୍ରମିତ କରିବ

Dr. Guleria

Advertisment

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ଅବସ୍ଥା ଏବେ ବି ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧିପାଉଛି। ଏହି ସମୟରେ, କରୋନାର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତର ଆର୍‌ ଭେଲ୍ୟୁ ଲଗାତର ଭାବେ ବଢିବାରେ ଲାଗିଛି, ଯାହା ଚିନ୍ତାର କାରଣ ହୋଇଛି। ତାଙ୍କ କହିବା କଥା ଯେ ଦେଶର ଯେଉଁଠାରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଛି, ସେଠାରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

Advertisment

ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ NDTV କୁ କହିଛନ୍ତି ଯେ “୦.୯୬ ରୁ ଆରମ୍ଭ ହୋଇଥିବା ଆର୍ ଭେଲ୍ୟୁ ବର୍ତ୍ତମାନ ୧ ରୁ ଅଧିକ ହୋଇଯାଇଛି। ଆର୍‌ ଭେଲ୍ୟୁରେ ବୃଦ୍ଧି ଚିନ୍ତାର କାରଣ। ଏହା ଏପରି ଭାବରେ ବୁଝିହେବ ଯେ ଏହି ସଂକ୍ରମଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଯେଉଁଠାରେ ଏହି ସଂକ୍ରମଣ ବୃଦ୍ଧି ପାଉଛି ସେହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ସହିତ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ ଭଳି ଏକ ରଣନୀତି ମଧ୍ୟ ଗ୍ରହଣ କରାଯିବା ଉଚିତ। ଆର୍‌ ଫ୍ୟାକ୍ଟର୍‌କୁ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ସୂଚକାଙ୍କ କୁହାଯାଏ।”

Advertisment

ଶୁକ୍ରବାର ଦେଶରେ କରୋନା ସଂକ୍ରମଣର ୪୪,୨୩୦ ନୂଆ ମାମଲା ଦେଖାଦେଇଛି। ଗତ ତିନି ସପ୍ତାହ ମଧ୍ୟରେ ଏହା ସର୍ବାଧିକ ବୃଦ୍ଧି ପାଇଛି। ଏହି ନୂଆ ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ କେରଳ ଏବଂ କିଛି ଉତ୍ତର ପୂର୍ବ ରାଜ୍ୟରେ ଅଛି। ଶନିବାର ସରକାରୀ ସୂତ୍ରରୁ ଜଣାପଡିଛି ଯେ ଦେଶର ୪୬ଟି ସହରରେ କରୋନାର ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ।

ଏହି ସପ୍ତାହରେ, ଆମେରିକାର ସ୍ୱାସ୍ଥ୍ୟ ପ୍ରାଧିକରଣ କେନ୍ଦ୍ର ରୋଗ ନିୟନ୍ତ୍ରଣ ଓ ନିରାକରଣ (ସିଡିସି) ଦ୍ୱାରା ଉଦ୍ଧୃତ ଏକ ରିପୋର୍ଟରେ କୁହାଯାଇଛି ଯେ କରୋନା ଭାଇରସ୍‌ର ଡେଲ୍‌ଟା ଭେରିଏଣ୍ଟ୍ ଅନ୍ୟ ଭାଇରସ୍‌ ଅପେକ୍ଷା ଅଧିକ ଗୁରୁତର ରୋଗର କାରଣ ହୋଇପାରେ ଏବଂ ଚିକେନ୍‌ପକ୍ସ ରୂପରେ ସହଜରେ ବ୍ୟାପୀପାରେ।

Advertisment

ଏହାକୁ ସ୍ପଷ୍ଟ କରିବାକୁ ଯାଇ ଡା. ଗୁଲେରିଆ କହିଛନ୍ତି ଯେ “ହାଡଫୁଟି ବା ଚିକେନ୍‌ପକ୍ସରେ ୮ ବା ଏଥିରୁ ଅଧିକ ଆର୍ ଭେଲ୍ୟୁ ରହିଛି, ଏହାର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ୮ ଜଣକୁ ସଂକ୍ରମିତ କରିପାରିବ। ଏଥିରୁ ସ୍ପଷ୍ଟ ଯେ କରୋନା ଭାଇରସ୍ ଅତ୍ୟଧିକ ସଂକ୍ରାମକ। ଆମେ ଦେଖିଲୁ ଯେ ଭାରତରେ ଦ୍ୱିତୀୟ ଲହର ସମୟରେ କିପରି ପୂରା ପରିବାର ସଂକ୍ରମିତ ହେଉଛନ୍ତି। ଏହା ଚିକେନ୍ ପକ୍ସ କ୍ଷେତ୍ରରେ ମଧ୍ୟ ହୋଇଥାଏ। ସେହିଭଳି ଯେତେବେଳେ ଜଣେ ବ୍ୟକ୍ତି ଡେଲ୍‌ଟା ଭେରିଏଣ୍ଟ୍ ଦ୍ୱାରା ପ୍ରଭାବିତ ହୁଏ, ସେତେବେଳେ ସମଗ୍ର ପରିବାର ଅସୁରକ୍ଷିତ ହୋଇଯାଏ।”

COVID-19 New Delhi R. Value Dr. Guleria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ