ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ଡିଜିଟାଲ୍ ମୁଦ୍ରା । ଡିଜିଟାଲ ମୁଦ୍ରା ଆରମ୍ଭ କରିବା ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୦୨୩ ସୁଦ୍ଧା ଡିଜିଟାଲ ମୁଦ୍ରା ପ୍ରଚଳନ କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ FICCI (Federation of Indian Chambers of Commerce & Industry)ଏକ କାର୍ଯ୍ୟକ୍ରମରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରାର ବିଭିନ୍ନ ବ୍ୟବସାୟିକ ବ୍ୟବହାରର ସମ୍ଭାବନାକୁ ଅନୁସନ୍ଧାନ କରିବାରେ ଲାଗିପଡିଛନ୍ତି ।
ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେବଳ ଡିଜିଟାଲ୍ ମୁଦ୍ରା ସହିତ ଆର୍ଥିକ ଉନ୍ନତିର ଲକ୍ଷ୍ୟ ପୂରଣ କରିବା ନୁହେଁ, ବରଂ ବିଭିନ୍ନ ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବା ମଧ୍ୟ ସରକାରଙ୍କ ଉଦ୍ଦେଶ୍ୟ । ସେ କହିଛନ୍ତି ଜନ ଧନ-ଆଧାର-ମୋବାଇଲ୍ ଯୋଜନାରେ ମାଧ୍ୟମରେ ମଧ୍ୟ ସରକାର ଆର୍ଥିକ ଉନ୍ନତିର ଲକ୍ଷ୍ୟ ହାସଲ କରୁଛନ୍ତି ।
ନ୍ୟୁଜ୍ ପ୍ରୋଟାଲ୍ ମନି କଣ୍ଟ୍ରୋଲ ଡଟ୍ କମ୍ର ଏକ ରିପୋର୍ଟ ଅନୁଯାୟୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ସମସ୍ତ ଶିଳ୍ପରେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ସମସ୍ତ କ୍ଷେତ୍ରର ଦ୍ରୁତ ଏବଂ ନିରନ୍ତର ଡିଜିଟାଇଜେସନ୍ କରିବା ସରକାର ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ସରକାର ବଜେଟରେ ଡିଜିଟାଲ ମୁଦ୍ରା, ଡିଜିଟାଲ ବ୍ୟାଙ୍କ ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଘୋଷଣା କରିଥିଲେ । ଡିଜିଟାଲ୍ ମୁଦ୍ରା ଏକ ସୁଲଭ ଏବଂ ଦକ୍ଷ ମୁଦ୍ରା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ସେଥିପାଇଁ ଡିଜିଟାଲ୍ ମୁଦ୍ରା ପ୍ରଚଳନ, ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
Also Read
ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ହୋଇଥିବା ରୁପି ବ୍ଲକ୍ ଚେନ୍ ସମସ୍ତ କାରବାର ଉପରେ ନଜର ରଖିବ। ସମ୍ପ୍ରତି, ଘରୋଇ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ମୋବାଇଲ୍ ୱାଲେଟ୍ ସିଷ୍ଟମରେ ସମସ୍ତ କାରବାରକୁ ଟ୍ରାକ କରାଯାଇପାରିବ ନାହିଁ |
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟରେ ଅର୍ଥମନ୍ତ୍ରୀ ଭାରତର ନିଜର ଡିଜିଟାଲ୍ ମୁଦ୍ରା ଲଞ୍ଚ କରିବାକୁ ଘୋଷଣା କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଡିଜିଟାଲ ମୁଦ୍ରା ଆଣିବାର ଦାୟିତ୍ୱ ଦିଆଯାଇଛି । ଏହାସହ ଭାରତ ଏପର୍ଯ୍ୟନ୍ତ କ୍ରିପ୍ଟୋକରେନ୍ସିକୁ ସ୍ୱୀକୃତି ଦେଇ ନାହିଁ । ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ କ୍ରିପ୍ଟୋରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଏବଂ ଏକ ପ୍ରତିଶତ ଟିଡିଏସ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। କ୍ରିପ୍ଟୋ ନିୟାମକ ବିଷୟରେ ଭାରତ କହିଛି ଯେ କ୍ରିପ୍ଟୋକରେନ୍ସି ବିଷୟରେ ଶୀଘ୍ର ନିଷ୍ପତ୍ତି ନେବ ନାହିଁ । ତେବେ କ୍ରିପ୍ଟୋକରେନ୍ସିକୁ ନେଇ ଥିବା ଆଶଙ୍କାମାନଙ୍କର ସମାଧାନ ହେବା ପରେ ହିଁ ଭାରତ ଏହାର ନିୟମାବଳୀ ବିଷୟରେ ନିଷ୍ପତ୍ତି ନେବ ।