Advertisment

ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା।

ଅଦ୍ୟତନ ହୋଇଛି
CDS Bipin Rawat

CDS Bipin Rawat

Advertisment

ନୂଆଦିଲ୍ଲୀ:  ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି। ସିଡିଏସ୍ ରାୱତଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ବାୟୁସେନା। ଟୁଇଟ୍ ଯୋଗେ ସ୍ପଷ୍ଟ କଲା ଭାରତୀୟ ବାୟୁସେନା। ସିଡିଏସ୍ ବିପିନ ରାଓ୍ବତଙ୍କ ସହ ପତ୍ନୀ ମଧୁଲିକା ରାଓ୍ବତଙ୍କ ବି ମୃତ୍ୟୁ ହୋଇଛି। ଉଭୟଙ୍କ ସହ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବାୟୁସେନା କହିଛି। ହେଲିକପ୍ଟରରେ ଥିବା କେବଳ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ୱେଲିଂଟନ ମିଲିଟାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ହୋଇଥିଲା।

Advertisment

ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା। ହେଲିକପ୍ଟରରେ ୪ କ୍ରିଉ ସମେତ ସିଡିଏସଙ୍କୁ ମିଶାଇ ୧୪ ଜଣ ଯାତ୍ରୀ ଥିଲେ। ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। 

Advertisment

ଏହି ଘଟଣାରେ ସନ୍ଧ୍ୟା ୬ଟା ୩୦ରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ ବସିବ। CCS ବୈଠକରେ ସୁରକ୍ଷା ସମ୍ପର୍କିତ ସବିଶେଷ ଆଲୋଚନା ହେବ। ଅନ୍ୟପଟେ ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍ଏ ଟେଷ୍ଟ। ତାମିଲନାଡ଼ୁର କୁନୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସ୍ପଷ୍ଟ କରିଛି ବାୟୁସେନା। ବାୟୁସେନାର MI-17 V5 ହେଲିକପ୍ଟରରେ ସିଡିଏସ୍ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି।

Advertisment

ଦୁର୍ଘଟଣା ସ୍ଥଳରୁ ସିଡିଏସ୍ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ୱେଲିଂଟନ୍ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।ବରିଷ୍ଠ ସେନା ଅଧିରକୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ବାୟୁସେନା ମୁଖ୍ୟ ମଧ୍ୟ ଘଟଣାସ୍ଥଳ ଗସ୍ତ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। 

ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା, ଏବେ ସାରା ଦେଶକୁ ଦୋହଲାଇ ଦେଇଛି । କେବଳ ଭାରତ ନୁହେଁ ଏହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ? ନିୟମ ଅନୁଯାୟୀର ସିଡିଏସ୍‌ ଯଦି କୌଣସି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ରହିଛି, ତେବେ ଏହାର ଢ଼େର ପୂର୍ବରୁ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ ।

ଏଠାରେ ପ୍ରଶ୍ନ ଉଠୁଛି ସିଡିଏସ୍‌ଙ୍କ ହେଲିକପ୍ଟର ତ୍ରୁଟି କ’ଣ ପୂର୍ବରୁ ଜଣାପଡ଼ିନଥିଲା ? ଯଦି ତ୍ରୁଟି ଥିଲା ତେବେ କାହିଁକି ସେହି ହେଲିକପ୍ଟର ବ୍ୟବହାର କରାଗଲା ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦେଶ ଦିଆଯାଇଛି । ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

Bipin Rawat CDS Bipin Rawat Army Chopper Crash CDS Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ