Astrospeak
  • Live TV
  • Read In English

ମୁମ୍ବାଇର ୧୧ ସ୍ଥାନରେ ବୋମା ବିସ୍ଫୋରଣ ଧମକ

କେନ୍ଦ୍ର ଅର୍ଥମନ୍ତ୍ରୀ, RBI ଗଭର୍ଣ୍ଣର, କିଛି ଉଚ୍ଚପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଏବଂ ଦେଶର କିଛି ଖ୍ୟାତନାମା ମନ୍ତ୍ରୀ ସଂପୃକ୍ତ ଅଛନ୍ତି ।

Mumbai
Mumbai

ମୁମ୍ବାଇରେ ୧୧ଟି ବୋମା ବିସ୍ଫୋରଣ କରିବାକୁ ଧମକ । RBI ଓ ଅନ୍ୟ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ପାଇବା ପରେ ସତର୍କ ମୁମ୍ବାଇ ପୋଲିସ୍। ଖିଲାଫତ୍ ଇଣ୍ଡିଆ ନାଁରେ ଆସିଥିବା ଏହି ଇମେଲରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଇସ୍ତଫା ଦାବି କରାଯାଇଛି ।

ଖୋଦ୍ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ପଠାଯାଇଥିବା ଏହି ଇମେଲରେ ଲେଖାଯାଇଛି ଯେ, ଆମେ ମୁମ୍ବାଇର ୩ଟି ବ୍ୟାଙ୍କରେ ୧୧ଟି ବୋମା ଖଞ୍ଜିଛୁ । RBI ଏବଂ ଅନ୍ୟ ଘରୋଇ ବ୍ୟାଙ୍କ ଭାରତ ଇତିହାସର ସବୁଠୁ ବଡ଼ ଦୁର୍ନୀତି କରିଛନ୍ତି । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ, RBI ଗଭର୍ଣ୍ଣର, କିଛି ଉଚ୍ଚପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଏବଂ ଦେଶର କିଛି ଖ୍ୟାତନାମା ମନ୍ତ୍ରୀ ସଂପୃକ୍ତ ଅଛନ୍ତି ।

ଆମ ପାଖରେ ସେନେଇ ଠୋସ୍ ପ୍ରମାଣ ଅଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ RBI ଗଭର୍ଣ୍ଣର ଦିନ ୧ଟା ୩୦ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେବା ସହ ଦୁର୍ନୀତିର ଖୁଲାସା ନକଲେ ଦିନ ୧ଟା ୩୦ରେ ୧୧ଟି ଯାକ ବୋମା ବିସ୍ଫୋରଣ କରିବୁ । ତେବେ ଏନେଇ ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ ମଧ୍ୟ, କେଉଁଠୁ ବି ବୋମାର ସନ୍ଧାନ ମିଳିନାହିଁ । ସେପଟେ ଏନେଇ ମୁମ୍ବାଇ MRA ମାର୍ଗ ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।