ଅଗଷ୍ଟରେ ଲମ୍ବା ଛୁଟି ତାଲିକା : ୧୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ୍

ଅଗଷ୍ଟର ଛୁଟି ତାଲିକା ସମ୍ପର୍କରେ ଜାଣନ୍ତୁ . .

ଅଗଷ୍ଟରେ ୧୮ ଦିନ ବ୍ୟାଙ୍କ୍‌ ବନ୍ଦ

ଜୁଲାଇ ମାସ ଶେଷ ହେବାକୁ ଯାଉଥିବା ବେଳେ ସ୍ୱାଧୀନତା ଦିବସ ସମେତ ଅନେକ ପର୍ବପର୍ବାଣୀ ସହିତ ଆରମ୍ଭ ହେବାକୁ ଯାଉଛି ଅଗଷ୍ଟ ମାସ । ଆସନ୍ତା ମାସରେ ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ, ଆପଣଙ୍କ ପାଇଁ ବଡ଼ ଖବର । କାରଣ ଅଗଷ୍ଟରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । ଜୁଲାଇରେ ୧୪ ଦିନ ବ୍ୟାଙ୍କ୍‌ ଛୁଟି ଥିବାବେଳେ ଅଗଷ୍ଟ ମାସରେ ୧୮ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟ ମାସରେ ପର୍ବପର୍ବାଣୀ ପାଇଁ ୧୩ ଦିନ  ଓ ସାପ୍ତାହିକ ଛୁଟି ପାଇଁ ୫ ଦିନ ବନ୍ଦ ରହିବ ।  

 ଅଗଷ୍ଟ ମାସରେ ପ୍ରମୁଖ ପର୍ବ

ଅଗଷ୍ଟ ମାସରେ ବ୍ୟାଙ୍କ୍‌ ବନ୍ଦ ତାଲିକାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ତାଲିକା ପ୍ରଦାନ କରାଯାଇଛି । ଆରିବିଆଇ ପ୍ରତ୍ୟେକ ମାସର ଛୁଟି ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରେ, ଯେଉଁଥିରେ ଛୁଟିର ସମ୍ପୂର୍ଣ୍ଣ ତାଲିକା ଥାଏ । ଅଗଷ୍ଟ ମାସରେ ମହରମ, ରାକ୍ଷୀ ପୂର୍ଣ୍ଣିମା, ସ୍ୱାଧୀନତା ଦିବସ, କୃଷ୍ଣ ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀ ପରି ଅନେକ ପର୍ବ ରହିଛି, ଯେଉଁଥିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ରବିବାର ସାପ୍ତାହିକ ଛୁଟି ଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ସାପ୍ତାହିକ ଛୁଟିଗୁଡ଼ିକୁ ମିଶାଇ ଅଗଷ୍ଟରେ ସମ୍ପୂର୍ଣ୍ଣ ୧୮ ଦିନିଆ ବ୍ୟାଙ୍କ ଛୁଟି ହେବ ।

ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଛୁଟିଦିନ

ପର୍ବପବାଣୀ ପାଇଁ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଅନଲାଇନ୍ ମୋଡରେ ସଂପୂର୍ଣ୍ଣ କରାଯାଇପାରିବ । ଛୁଟି ଦିନରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାର ବ୍ୟବହାର ସବୁ ଦିନ ଉପଲବ୍ଧ ହେବ । ଏହା ବ୍ୟତୀତ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କ୍‌ ବନ୍ଦ ରହିବ ।

ଛୁଟି ତାଲିକା 

ଅଗଷ୍ଟ ୧ : ଦ୍ରୁପକା ସି-ଜେ (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ)

ଅଗଷ୍ଟ ୭: ପ୍ରଥମ ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୮: ମହରମ (J&K ରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୯: ମହରମ (ଅଗରତାଲା, ଅହମ୍ମଦାବାଦ, ଆଇଜଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ , ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କ୍‌ ବନ୍ଦ)

ଅଗଷ୍ଟ ୧୧ : ରାକ୍ଷୀ ପୂର୍ଣ୍ଣିମା (ସବୁସ୍ଥାନରେ ଛୁଟି ଦିନ )

ଅଗଷ୍ଟ ୧୨ : ରାକ୍ଷୀ ପୂର୍ଣ୍ଣିମା (କାନପୁର-ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୧୩ : ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୧୪ : ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୧୫ : ସ୍ୱାଧୀନତା ଦିବସ

ଅଗଷ୍ଟ ୧୬ : ପାର୍ସୀ ନୂତନ ବର୍ଷ (ମୁମ୍ବାଇ- ନାଗପୁରରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୧୮ : ଜନ୍ମାଷ୍ଟମୀ ( ଛୁଟିଦିନ)

ଅଗଷ୍ଟ ୧୯ : ଜନ୍ମାଷ୍ଟମୀ / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗ୍ୟାଙ୍ଗଟକ, ଜୟପୁର, ଜମ୍ମୁ, ପାଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)

ଅଗଷ୍ଟ ୨୦ : କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦ)

ଅଗଷ୍ଟ ୨୧ : ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୭ : ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୮ : ରବିବାର (ସାପ୍ତାହିକ ଛୁଟି)

ଅଗଷ୍ଟ ୨୯ : ଶ୍ରୀମନ୍ତ ଶଙ୍କରଦେବ ତିଥି (ଗୁଆହାଟି)

ଅଗଷ୍ଟ ୩୧: ଗଣେଶ ଚତୁର୍ଥୀ (ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ)