Advertisment

ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଭାର ମୁଣ୍ଡାଇଛନ୍ତି ଓଡ଼ିଆ ପୁଅ

ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍‌-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।

ଅଦ୍ୟତନ ହୋଇଛି
Indian Ambassador

Indian Ambassador

Advertisment

ୟୁକ୍ରେନର ଛାତିକୁ ଚିରି ଚାଲିଛି ଋଷ। କିଭକୁ ପ୍ରବେଶ କରିବା ପ‌ରେ ଋଷ ସେନା ୟୁକ୍ରେନର ସାମରିକ ଶକ୍ତିକୁ ଟାର୍ଗେଟ କରୁଛନ୍ତି। ଋଷ ଆକ୍ରମଣରେ ୟୁକ୍ରେନର ସାମରିକ କ୍ଷେତ୍ର ଧ୍ୱଂସ ହୋଇଥିବା ବେଳେ ୟୁକ୍ରେନ ସରକାର ସମସ୍ତ ବନ୍ଦରକୁ ବନ୍ଦ କରି ଦେଇଛନ୍ତି। ଏପରି ସ୍ଥଳେ ବିଭିନ୍ନ ଦେଶ ୟୁକ୍ରେନ୍‌ରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି । କିଛି ଜରୁରୀ କାମ ନ ଥିଲେ ଅସ୍ଥାୟୀ ଭାବେ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ କ୍ୱିଭ୍ ସ୍ଥିତ ଭାରତୀୟ ଦୂତାବାସ ସୂଚନା ଜାରି କରିଛି। ଏପରି ସ୍ଥଳେ ସେଠାରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ ଭାରତୀୟ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଏବଂ ସ୍ୱଦେଶ ଫେରିବାକୁ ଅନେଇ ବସିଛନ୍ତି । ଆଉ ଏପରି ସ୍ଥଳେ ସେମାନଙ୍କ ତ୍ରାଣକର୍ତ୍ତା ସାଜି ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି ଭାରତର ୟୁକ୍ରେନ୍ ରାଷ୍ଟ୍ରଦୂତ ତଥା ଓଡ଼ିଆ ପୁଅ ପାର୍ଥ ଶତପଥୀ ।

Advertisment

ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍‌-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି । ଏହି ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ୧୮ ହଜାର ହେଉଛନ୍ତି କେବଳ ଛାତ୍ରଛାତ୍ରୀ । ୟୁକ୍ରେନ ଶିକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ ୨୪ ପ୍ରତିଶତ ପ୍ରବାସୀ ଛାତ୍ର କେବଳ ଭାରତର । ୟୁକ୍ରେନରେ ମେଡ଼ିକାଲ୍‌, ଡେଣ୍ଟାଲ୍ ଏବଂ ନର୍ସିଂ ପାଠ ପଢ଼ିବା ପାଇଁ ବହୁ ଭାରତୀୟ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥାନ୍ତି । ଏଣୁ ଏବେ ପାର୍ଥଙ୍କ ତତ୍ତ୍ୱାବଧାନରେ ଅଧିକରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ପ୍ରୟାସ କରାଯାଉଛି । ଏଥିପାଇଁ ଭାରତ ସରକାର ୟୁକ୍ରେନ୍‌ରୁ କୌଣସି ପ୍ରକାରେ ଭାରତୀୟଙ୍କୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ପାର୍ଥ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ଲାଟିନ୍ ଆମେରିକା ଏବଂ କାରବିଆନ୍ ଡିଭିଜନ୍ ହେଡ୍ ରହିଥିଲେ । ୨୦୧୬-୧୮ ଯାଏଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଂଘୀୟ ବ୍ୟାପାର ମୁଖ୍ୟ ଥିଲେ ପାର୍ଥ । ରିପବ୍ଲିକ୍ ଅଫ୍ ଦି ଗାମ୍ବିଆର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିସାରିଛନ୍ତି । ମସ୍କୋ, ଭିଏନା, ବ୍ରାସିଲିଆ ଏବଂ ଲିସବନ୍ ସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ସେ କାମ କରିଛନ୍ତି । ତାଙ୍କୁ ଗତ ନଭେମ୍ବର ୩ ତାରିଖରେ ଭାରତ ସରକାର ହଙ୍ଗେରୀ ପାଇଁ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ କରିଥିଲେ । ତେବେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ସମସ୍ୟା ଯୋଗୁଁ ଏଯାଏଁ ହଙ୍ଗେରୀ କାର୍ଯ୍ୟଭାର ଗ୍ରହଣ କରି ନାହାନ୍ତି ।

Advertisment

ପାର୍ଥ ଭୁବନେଶ୍ୱର ଷ୍ଟେୱାର୍ଟ ସ୍କୁଲର ଛାତ୍ର ଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଫିଜିକ୍ସ ଅନର୍ସରେ ପାସ୍ କରିବା ପରେ ଅହମଦାବାଦ ଆଇଆଇଏମରୁ ଏମବିଏ ପଢିଛନ୍ତି। ଭାରତୀୟ ବିଦେଶ ସେବାରେ ଯୋଗଦେଇ ବିଭିନ୍ନ ଦେଶରେ ସଫଳତାର ସହ କାମ କରିଛନ୍ତି ପାର୍ଥ ।

Russia-Ukraine Conflict Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ