Advertisment

ଭୋଟ୍‌ ବେଳେ ଅନ୍ଧାରରେ ଭୋଟର; ଜାଣିପାରୁନାହାନ୍ତି କ’ଣ ସତ, କ’ଣ ମିଛ ?

କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ସର୍ଭେରୁ ଜଣାପଡିଛି ଯେ ୭୫% ଭାରତୀୟ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି।

ଅଦ୍ୟତନ ହୋଇଛି
Artificial Intelligence (AI)

Artificial Intelligence (AI)

Advertisment

ମୁଣ୍ତ ଉପରେ ସାଧାରାଣ ନିର୍ବାଚନ। ଏପଟେ ନିର୍ବାଚନକୁ ଗୋଳିଆ କରୁଛି ଡିପଫେକ୍‌ ବିଷୟବସ୍ତୁ। କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ରିପୋର୍ଟ ଅନୁଯାୟୀ ୭୫ ପ୍ରତିଶତ ଭାରତୀୟ ଡିପଫେକ ବିଷୟବସ୍ତୁର ସମ୍ମୁଖୀନ ହେଉଛନ୍ତି। ଡିପଫେକ୍‌ରେ ପ୍ରସ୍ତୁତ ବିଷୟବସ୍ତୁ ଏତା ବାସ୍ତବ ଲାଗୁଛି ଯେ କେହି କହିପାରିବେନି ଯେ ଏହା ମିଛ ବୋଲି।

Advertisment

କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ସର୍ଭେରୁ ଜଣାପଡିଛି ଯେ ୭୫% ଭାରତୀୟ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି। ସେହିପରି ୨୨% ଭାରତୀୟ କହିଛନ୍ତି ଯେ ସେମାନେ ଡିଜିଟାଲ୍ ପ୍ଲାଟଫର୍ମରେ ବିକୃତ କରାଯାଇଥିବା ଭିଡିଓ, ଫଟୋ ଓ ରାଜନୀତିକ ପ୍ରାର୍ଥୀଙ୍କ ରେକର୍ଡିଂ ସଂସ୍ପର୍ଶରେ ଆସିଛନ୍ତି।

ବର୍ତ୍ତମାନ ଲୋକସଭା ନିର୍ବାଚନ ସାଙ୍ଗକୁ କ୍ରିକେଟ ଫଟାଫଟ ଆଇପିଏଲ୍ ମଧ୍ୟ ଚାଲିଛି। ଏପରି ସ୍ଥିତିରେ ଲୋକମାନେ ଅଧିକ ମାତ୍ରାରେ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି। ଅନେକ ଭାରତୀୟ ନକଲି ଓ ପ୍ରକୃତ ବିଷୟବସ୍ତୁ କ’ଣ ତାହା ଜାଣିବାକୁ ସକ୍ଷମ ହେଉନାହାନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜିର ଅତ୍ୟାଧୁନିକତା ଯୋଗୁ ସେମାନେ ସତ-ମିଛ ଦ୍ୱନ୍ଦ୍ୱରେ ରହୁଛନ୍ତି।

Advertisment

ସର୍ଭେରୁ ଜଣାପଡ଼ିଛି ପ୍ରାୟ ୪ ଜଣଙ୍କ ମଧ୍ୟରେ ଜଣେ ଅର୍ଥାତ ୨୨ ପ୍ରତିଶତ ଲୋକ ଏମିତି ଭିଡିଓର ସାମ୍ନା କରିଛନ୍ତି ଯାହା ପରବର୍ତ୍ତୀ ସମୟରେ ନକଲି ବୋଲି ଜଣାପଡ଼ିଛି। ସେହପରି ପ୍ରତି ୧୦ ଜଣରୁ ୮ ଜଣ (୮୦%) ଲୋକ ବର୍ଷକ ପୂର୍ବରୁ ଡିପଫେକକୁ ନେଇ ଯେତିକି ଚିନ୍ତିତ ନ ଥିଲେ, ଏବେ ତା’ରୁ ଅଧିକ ଚିନ୍ତିତ। ଅଧାରୁ ଅଧିକ (୬୪ପ୍ରତିଶତ) ଲୋକ କହିଛନ୍ତି ଯେ AI ଯୋଗୁ ଅନଲାଇନ୍ ସ୍କାମ ଚିହ୍ନଟ କରିବା କଷ୍ଟକର ହୋଇପଡିଛି।

ଏହାଛଡ଼ା ୪୦ ପ୍ରତିଶତ ଲୋକ ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କ ସ୍ୱରକୁ ବ୍ୟବହାର କରାଯାଇଛି ବ୍ୟକ୍ତିଗତ ସୂଚନା କିମ୍ବା ଟଙ୍କା ମଗାଯାଇଛି। ୩୯% ପ୍ରତିଶତ ଲୋକ କଲ୍, ଭଏସ୍ ମେଲ୍ କିମ୍ବା ଭଏସ୍ ନୋଟ୍ ଗ୍ରହଣ କରିଥିବା ରିପୋର୍ଟ କରିଛନ୍ତି। McAfee ଅନୁଯାୟୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଆମୀର ଖାନ ଓ ରଣବୀର ସିଂହଙ୍କ ସହ ସମ୍ପୃକ୍ତ ଘଟଣାଗୁଡ଼ିକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଭାରତୀୟମାନେ କହିଛନ୍ତି।

Advertisment
General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ