Advertisment

୫୬ ବର୍ଷ ତଳେ ହୋଇଥିଲା ପ୍ଲେନ୍ କ୍ରାସ୍‌, ଏବେ ମିଳିଲା ୪ ସୈନିକଙ୍କ ମୃତଦେହ

ବିମାନ ଦୁର୍ଘଟଣାର ୫୬ ବର୍ଷ ପରେ ମିଳିଲା ମୃତଦେହ। ୧୯୬୮ ମସିହାରେ ରୋହତଙ୍ଗ ପାସ୍ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାରେ ଭାରତୀୟ ସେନା ଆଉ ଚାରୋଟି ମୃତଦେହ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
 IAF aircraft crash, 4 more bodies recovered

IAF aircraft crash, 4 more bodies recovered

Advertisment

ବିମାନ ଦୁର୍ଘଟଣାର ୫୬ ବର୍ଷ ପରେ ମିଳିଲା ମୃତଦେହ। ୧୯୬୮ ମସିହାରେ ରୋହତଙ୍ଗ ପାସ୍ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାରେ ଭାରତୀୟ ସେନା ଆଉ ଚାରୋଟି ମୃତଦେହ ଉଦ୍ଧାର କରିଛି। ଏକ ସାମରିକ ଅଭିଯାନ ଦଳ ବରଫ ଆଚ୍ଛାଦିତ ପର୍ବତରୁ ଏହି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଅପରେସନ୍ 'ଚନ୍ଦ୍ରଭାଗା' ନାମକ ଏକ ବୃହତ ଅପରେସନର ଅଂଶ ଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ବାୟୁସେନାର ଥିଲା ଯେଉଁଥିରେ ୧୦୨ ଜଣ ସେନା କର୍ମଚାରୀ ଥିଲେ।

Advertisment

ପେବୃଆରୀ ୭, ୧୯୬୮ରେ ଚଣ୍ଡିଗଡ଼ରୁ ଲେହକୁ ଉଡାଣ ଭରିଥିଲା AN-12 ବିମାନ। ଏଥିରେ ମୋଟ୍ ୧୦୨ଜଣ ସେନା କର୍ମଚାରୀ ଥିଲେ। ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୦୩ ରେ, ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ ପର୍ବତାରୋହୀମାନେ ବିମାନର ଧ୍ୱଂସାବଶେଷ ଆବିଷ୍କାର କରିଥିଲେ। ଏହା ପରେ ସେନା, ବିଶେଷକରି ଡୋଗ୍ରା ସ୍କାଉଟ୍ସ ଅନେକ ଅପରେସନ୍ କରିଥିଲେ। ୨୦୦୫, ୨୦୧୩ ଓ ୨୦୧୯ରେ କରାଯାଇଥିବା ସର୍ଚ୍ଚ ଅପରେସନରେ ଡୋଗ୍ରା ସ୍କାଉଟମାନେ ଆଗରେ ଥିଲେ । ତେବେ ୨୦୧୯ ସୁଦ୍ଧା କେବଳ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା।

ମିଳିଥିବା ଚାରିଟି ମୃତଦେହ ମଧ୍ୟରୁ ତିନୋଟି ସୁରକ୍ଷିତ ଥିବାବେଳେ ଆଉ ଗୋଟିଏ ମୃତଦେହର ଅବଶେଷ ମିଳିଛି। ସେମାନଙ୍କ ନିକଟରୁ ମିଳିଥିବା ଦଲିଲରୁ ତିନିଜଣ ସେନା କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ଏହି ସୈନିକମାନେ ହେଉଛନ୍ତି ସିପାହୀ ନାରାୟଣ ସିଂ (ଏଏମସି), ମଲଖାନ୍ ସିଂ (ପାୟନିଅର୍ କୋର୍) ଏବଂ ଥୋମାସ୍ ଚେରିୟାନ୍ (CEME) । ସେନାର ଜଣେ ଅଧିକାରୀ କହିଛନ୍ତି, 'ମିଳିଥିବା ଦଲିଲରୁ ଚତୁର୍ଥ ବ୍ୟକ୍ତିର ପରିଚୟ ମିଳିପାରିନ, କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଜଣାପଡିଛି। ଚନ୍ଦ୍ରଭାଗା ଅପରେସନ୍ ପୁଣି ଥରେ ପ୍ରମାଣିତ କରିଛି ଯେ ସୈନିକମାନଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଏହା ପ୍ରତିଶ୍ରୁତି ବଦ୍ଧ। ଅଧିକ ଉଚ୍ଚତାରେ ସେମାନଙ୍କର ପାରଦର୍ଶିତା ପାଇଁ ପ୍ରସିଦ୍ଧ ଡୋଗ୍ରା ସ୍କାଉଟ୍ସ ଏହି ଅଭିଯାନର ନେତୃତ୍ୱ ନେଇଛି।

Advertisment

ଏସପି ମୟଙ୍କ ଚୌଧରୀ କହିଛନ୍ତି, ସାଟେଲାଇଟରୁ ମିଳିଥିବା ତଥ୍ୟ ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହାପରେ ଚାରୋଟି ମୃତଦେହ ମିଳିଛି। ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତି କରି ଏହି ମୃତଦେହ ୧୯୬୮ ଭାରତୀୟ ବାୟୁସେନା AN-12 ବିମାନ ଦୁର୍ଘଟଣା ସହ ଜଡିତ ବୋଲି ଜଣାପଡିଛି।ଏହି ସନ୍ଧାନ ଦୀର୍ଘ ଏବଂ କଠିନ ପ୍ରୟାସର ଏକ ଅଂଶ। ଯେଉଁଥିରେ ୧୯୬୮ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଏହି ଦୁର୍ଘଟଣା ଭାରତୀୟ ସାମରିକ ବିମାନ ଇତିହାସର ସବୁଠାରୁ ଦୁଃଖଦ ଘଟଣା। ଖରାପ ପାଗ ହେତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ଷ ବର୍ଷ ଧରି ସର୍ଚ୍ଚ ଅପରେସନ୍ ସତ୍ତ୍ୱେ ତୁଷାରପାତ ଏବଂ ଅଧିକ ଉଚ୍ଚତା ପାଇଁ ଅନେକ ମୃତଦେହ ମିଳି ପାରିନଥିଲା।

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ