ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା

'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା ।  ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ।

Vaccination workshops

News Summary

ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

 ଭାରତ ସରକାରଙ୍କ ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ  ସ୍ଥାନୀୟ ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ଅଶ୍ୱର ଅନୁଷ୍ଠାନ ନିକଟରେ  ଏକ ଦୁଇଦିନିଆ କର୍ମଶାଳା 'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରାକ୍ କାର୍ଯ୍ୟକ୍ରମରେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କ ସହ ସ୍ଥାନୀୟ ଆଦିବାସୀ ଯୋଗ ଦେଇଥିଲେ ।  ତେବେ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରଚନା ଓ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ  SHG ମାଆ ମାନଙ୍କୁ ନେଇ  ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମକୁ ଇଶ୍ୱର ଅନୁଷ୍ଠାନର ମୁଖ୍ୟ  ରବିନ୍ଦ୍ର କୁମାର ବେହେରା ,କେନ୍ଦୁଝର ଜନସଂପର୍କ ଅଧିକାରୀ ପାର୍ଥସାରଥୀ ମଲ୍ଲିକ ଏବଂ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପ୍ରମୁଖ ପରିଚାଳନା କରିଥିଲେ