ଏଲିଏନ୍ସ କାଢିନେଲେ ମହିଳାଙ୍କ ଡିମ୍ବାଣୁ; କରିବେ ହାଇବ୍ରିଡ୍‌ ପିଲା ଜନ୍ମ

ଆମେ ଏଲିୟନ୍ସକୁ ନେଇ ଅନେକ ଗବେଷଣା ପଢିଛେ। ବର୍ତ୍ତମାନ ଏକ ଖବର ଆସିଛି ଯେ କିଛି ଏଲିୟନ୍ସ ଜଣେ ମହିଳାଙ୍କୁ କାବୁ କରି ତାଙ୍କ ଡିମ୍ବାଣୁ କାଢି ନେଇଛନ୍ତି।

ଏଲିଏନ୍ସ କାଢିନେଲେ ମହିଳାଙ୍କ ଡିମ୍ବାଣୁ; କରିବେ ହାଇବ୍ରିଡ୍‌ ପିଲା ଜନ୍ମ

ଆମେ ବୈଜ୍ଞାନିକମାନଙ୍କ ଦ୍ୱାରା ଏଲିଏନ୍ସକୁ ନେଇ କରାଯାଇଥିବା ଅନେକ ଗବେଷଣା ବିଷୟରେ ପଢିଛେ। ଅନେକ ଗବେଷଣାରେ ଏହା ମଧ୍ୟ ଦାବି କରାଯାଇଛି ଯେ କିଛି ବର୍ଷ ମଧ୍ୟରେ ଏଲିଏନ୍ସ ପୃଥିବୀକୁ ଆସିବେ। ଏହାରି ଭିତରେ ଜଣେ ମହିଳା ଏମିତି ଏକ କଥା କହିଛନ୍ତି ଯାହା ବିଶ୍ୱାସ କରିବା ବାହାରେ। ମହିଳା ଜଣକ କହିଛନ୍ତି ଯେ ଏଲିଏନ୍ସ ତାଙ୍କ ଘରକୁ ଆସି ତାଙ୍କୁ କବ୍‌ଜା କରିଥିଲେ ଏବଂ ତାଙ୍କ ଶରୀରରୁ ଡିମ୍ବାଣୁ ବାହାର କରି ନେଇଥିଲେ।

ଶୀରା ଲୁମିରା ରିଜ୍ୱାଇସ୍ ନାମକ ଏହି ମହିଳା ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ନିଜର ଅଭିଜ୍ଞତାକୁ ଦୁନିଆ ଆଗରେ ରଖିଛନ୍ତି। ସେ କହିଛନ୍ତି ଯେ ଏଲିଏନ୍ସ ତାଙ୍କ ଘରକୁ ଆସି ତାଙ୍କୁ ଘେରିଯାଇଥିଲେ ଏବଂ ତା’ ପରେ ହାଇବ୍ରିଡ୍‌ ପିଲା ଜନ୍ମ ଦେବାକୁ ତାଙ୍କଠାରୁ ଡିମ୍ବାଣୁ ବାହାର କରି ନେଇଥିଲେ। ମହିଳାଙ୍କ ଏହି କଥା ଏବଂ ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ମହିଳା ଜଣକ କହିଛନ୍ତି ଯେ ଏଲିଏନ୍ସ ହାଇବ୍ରିଡ୍ ପିଲା ଚାହୁଁଥିବାରୁ ତାଙ୍କ ଶରୀରରୁ ଡିମ୍ବାଣୁ କାଢି ନେଇଥିଲେ। ଶୀରା ଲୁମିରା ରିଜ୍ୱାଇସ୍ ଏହି ଭିଡିଓରେ କହିଛନ୍ତି ଯେ ଏହି ଘଟଣା ତାଙ୍କ ସହିତ ୩ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ଘଟିଥିଲା। ଭାଇରାଲ୍‌ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସେ ଘରେ ବିଛଣାରେ ଗଡୁଥିଲେ। ଯେତେବେଳେ ତାଙ୍କୁ ନିଦ ହୋଇଯାଇଥିଲା ତାଙ୍କ ଶରୀର ନିସ୍ତେଜ ହେବାକୁ ଲାଗିଲା। ସେ ତାଙ୍କ ଦ୍ୱାରଦେଶରେ ମଣିଷ ଭଳି ଏକ ଅଦ୍ଭୁତ କଳା ଛାୟା ଦେଖିଲେ। ଏହି ସମୟରେ ଏଲିୟନ୍ସ ତାଙ୍କ ଶରୀରରୁ ଡିମ୍ବାଣୁ କାଢିନେଇଥିବା ମହିଳା ଜଣକ କହିଛନ୍ତି।

ଏଲିଏନ୍ସ କାଢିନେଲେ ମହିଳାଙ୍କ ଡିମ୍ବାଣୁ

ଏହାର ପ୍ରମାଣଦେବାକୁ ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ସେ ଏହାର ସମାଧାନ ନେଇ ଜଣେ ଯାଦୁଗର ପାଖକୁ ଗଲେ ସେତେବେଳେ ସେ ଏହା ବିଷୟରେ ଜାଣିବାକୁ ପାଇଥିଲେ। ମହିଳା ଜଣକ କହିଛନ୍ତି ଯେ ଅଲ୍‌ଟ୍ରାସାଉଣ୍ଡ୍‌ରେ ମଧ୍ୟ ତାଙ୍କ ଗର୍ଭାଶୟରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଶୀରା କହିଛନ୍ତି ଯେ ଏହି ଅଭିଜ୍ଞତା ପରେ ସେ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛନ୍ତି।

ମହିଳାଙ୍କ ଏ କଥା ଶୁଣିଲା ପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି ଯେ ଏହି ଅଭିଜ୍ଞତା ହେଉଛି ଏକ ଶୟନଜନିତ ପକ୍ଷାଘାତ। ଏହା ଅନେକ ଥର ଲୋକଙ୍କ ସହିତ ହୋଇଥାଏ। ଅନ୍ୟ ଜଣେ ଉପଭୋକ୍ତା ଟ୍ରୋଲ୍ କରି କହିଛନ୍ତି ଯେ ସେମାନେ ମଧ୍ୟ ତୁମର ମସ୍ତିଷ୍କକୁ ନେଇ ଯାଇଛନ୍ତି।