Advertisment

ଟାୟାର୍‌ରେ କାହିଁକି ଲେଖାଥାଏ L ରୁ Y; ଜାଣନ୍ତୁ ଆପଣଙ୍କ ଟାୟାର ବେଗର କ୍ଷମତା

ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା ସୂଚିତ ହୋଇଥାଏ।

ଅଦ୍ୟତନ ହୋଇଛି
Why different letters mark on tires know meaning of every words

Why different letters mark on tires know meaning of every words

Advertisment

ଆମେ ଦୈନନ୍ଦିନ ଜୀବନରେ ଅନେକ ଜିନିଷ ଦେଖୁ, କିନ୍ତୁ ଆମକୁ ସବୁ ବିଷୟରେ ଅନେକ କଥା ଜଣା ନ ଥାଏ। ଅନେକ ସମୟରେ କିଛି ଜିନିଷ ଅତ୍ୟନ୍ତ ଉପଯୋଗୀ ହୋଇଥାଏ କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ସଚେତନ ନ ଥାଉ। ତେବେ ଏସବୁ ପଛର କାରଣ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ହୋଇଥାଏ।

Advertisment

ଆପଣ ନିଜ କାର୍ କିମ୍ବା ବାଇକ୍‌ର ଟାୟାର୍ ନିଶ୍ଚୟ ଦେଖିଥିବେ। ଏହାକୁ ନିଶ୍ଚିତ ଭାବରେ ଅନେକ ଥର ପରିବର୍ତ୍ତନ ମଧ୍ୟ କରିଥିବେ। ଲୋକେ ପ୍ରାୟତଃ କେବଳ ଦୋକାନକୁ ଯାଆନ୍ତି ଆଉ ଏହାକୁ ପରିବର୍ତ୍ତନ କରିଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆଗକୁ ଟାୟାର କିଣିବା ପୂର୍ବରୁ ଏହାକୁ ପଢିବା ଜରୁରୀ, କାରଣ ଏହା ଅତ୍ୟନ୍ତ ଉପଯୋଗୀ ସୂଚନା।

ଅଧିକ ପଢ଼ନ୍ତୁ: ଆପଣଙ୍କ ଭୋଟର ID କାର୍ଡ ନାହିଁ କି, ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିବାକୁ ଜାଣନ୍ତୁ ଉପାୟ

Advertisment

ପ୍ରାୟ ସମସ୍ତେ ଅନେକ ସମୟରେ ଟାୟାରର ଜୀବନକାଳ ବିଷୟରେ କଥାବାର୍ତ୍ତା କରିଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହାର ଗତି ସହ୍ୟ କରିବାର କ୍ଷମତା ମଧ୍ୟ ଅଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହାକୁ ଜାଣିବା ପାଇଁ ଆପଣଙ୍କୁ କାହା ପାଖକୁ ଯିବାକୁ ପଡିବ ନାହିଁ, କେବଳ ଟାୟାରକୁ ଦେଖିଦେଲେ ଜାଣିହେବ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା ସୂଚିତ ହୋଇଥାଏ।

ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଉଚ୍ଚ ବେଗରେ ଯାଉଥିବା ବେଳେ ଯଦି ଟାୟାର ଫାଟେ ତେବେ ଏହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ମୃତ୍ୟୁ। ଅନେକ ଥର ଟାୟାର ଫାଟିବାର କାରଣ ଏହା ହୋଇଥାଏ ଯେ ଆପଣ ଏହାର କ୍ଷମତାଠାରୁ ଅଧିକ ବେଗରେ ଗାଡି ଚଳାଇବା। ତେଣୁ ପ୍ରଥମେ ଟାୟାରକୁ ଯାଞ୍ଚ କରିବା ଜରୁରୀ। ଏହାର କ୍ଷମତା କ’ଣ ଜାଣିବା ଦରକାର। ଏହା ଆପଣଙ୍କୁ କୌଣସି ଦୁର୍ଘଟଣାରୁ ରକ୍ଷା କରିପାରେ।

Advertisment

ଜାଣନ୍ତୁ କେଉଁ ଅକ୍ଷର ପାରିଁ ଗତି କେତେ:

ଯଦି ଆପଣଙ୍କ ଟାୟାରରେ L ଲେଖାହୋଇଛି, ଏହାର ଅର୍ଥ ହେଉଛି ଆପଣ ଘଣ୍ଟା ପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଗାଡି ଚଲାଇ ପାରିବେ।

ସେହିପରି ଯଦି Y ଲେଖା ହୋଇଛି ତେବେ ଆପଣ ଘଣ୍ଟାକୁ ସର୍ବାଧିକ ୩୦୦ କିଲୋମିଟର ବେଗରେ ଗାଡି ଚଳାଇ ପାରିବେ। ଏହି ସୀମା ପର୍ଯ୍ୟନ୍ତ କୌଣସି ବିସ୍ଫୋରଣ ହେବ ନାହିଁ। ଟାୟାରରେ ଯଦି M ଲେଖାଯାଇଥାଏ ତେବେ ସର୍ବାଧିକ ଗତି ୧୩୦ କିଲୋମିଟର ହୋଇଥିବା ବେଳେ N ଲେଖାଥିଲେ ସର୍ବାଧିକ ଗତି ୧୪୦ କିଲୋମିଟର ହୋଇଥାଏ। ଯଦି P ଲେଖାଯାଇଥାଏ ତେବେ ଗାଡିକୁ ୧୫୦ କିଲୋମିଟରରୁ ଅଧିକ ଦ୍ରୁତ ଗତିରେ ଚଳାନ୍ତୁ ନାହିଁ।

ଯଦି ଟାୟାରରେ Q ଲେଖାଯାଇଥାଏ, ତେବେ ସର୍ବାଧିକ ବେଗକୁ ୧୬୦ କିଲୋମିଟର ଭିତରେ ରଖନ୍ତୁ, ଯଦି R ଲେଖାଯାଇଥାଏ, ତେବେ ୧୭୦ କିଲୋମିଟର, ଯଦି H ଲେଖାଥାଏ, ତେବେ ୨୧୦ କିଲୋମିଟର, ଯଦି V ଲେଖାଥାଏ, ତେବେ ଆପଣ ଗାଡିକୁ ୨୪୦ କିଲୋମିଟର ବେଗ ପର୍ଯ୍ୟନ୍ତ ଚଳାଇପାରିବେ।

ଏହି କାରଣରୁ ବିସ୍ଫୋରଣର କୌଣସି ସମ୍ଭାବନା ରହିବ ନାହିଁ। ଏହି ରିପୋର୍ଟ Xରେ @NCIBHQ ଆକାଉଣ୍ଟରୁ ଶେୟାର କରାଯାଇଛି।

Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ