Advertisment

ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ : କେନାଲ, ଗାଡିଆ, ପୋଖରୀ ସବୁ ଶୁଖିଲା

ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ ଏପରି ସମସ୍ୟା ଦେଖିବା ପାଇଁ ମିଳୁଛି ।

ଅଦ୍ୟତନ ହୋଇଛି
Water Scarcity

Water Scarcity

Advertisment

ଶୁଖିଲା ପଡିଛି କେନାଲ..... ଟାଙ୍ଗରା ଚାଷଜମି... ଝାଉଁଳି ଗଲାଣି ଗଛବୃଚ୍ଛ.... ମୁନ୍ଦେ ପାଣି ପାଇଁ ଚାରିଆଡେ ହାହାକାର ପରିସ୍ଥିତି .... କଟକ ଜିଲ୍ଲା ନିଆଳୀ ଏବଂ କଂଟପଡା ବ୍ଲକରେ ଦେଖିବାକୁ ମିଳିଛି ଜଳ ସମସ୍ୟା । କେନାଲରେ ପାଣି ଆସୁନଥିବାରୁ ଜମି ଚାଷ କରିପାରୁନାହାନ୍ତି ଚାଷୀ । ଏଇ ଅଂଚଳରେ ଚାଷୀ ଡାଳୁଅ ଚାଷ କରୁଥିବାବେଳେ ଗଲା କେଇ ବର୍ଷ ହେଲା କେନାଲରେ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

Advertisment

ଫଳରେ ଜଳସ୍ତର କମିଯିବା ସହ ଗାଡିଆ ପୋଖରୀ ଶୁଖି ଯାଇଛି, ନଳକୂଅରୁ ପାଣି ବାହାରୁନଥିବା ଅଭିଯୋଗ କରିଛନ୍ତି ଲୋକେ। ଉତ୍କଟ ଖରା ପୂର୍ବରୁ ପାଣିର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସେପଟେ ଏନେଇ ଜଳସଂପଦ ଉପଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।...

ସେହିପରି ପୁରୀ ଜିଲ୍ଲା ନିମାପଡା ବ୍ଲକ ତିହୁଳା ଗାଁରେ ବି ପାଣି ପାଇଁ ତ୍ରାହିତ୍ରାହି ଡାକିଲେଣି ଲୋକେ । ଗାଁରେ ୪ଶହ ପରିବାର ଥିବାବେଳେ ନଳକୂଅ ଅଚଳ, ପୋଖରୀ ଶୁଖିଲା ପଡିଥିବାରୁ ପାଣି ପାଇପାରୁନାହାନ୍ତି ଲୋକେ। ପାଣି ଯୋଗାଇବା ପାଇଁ ଗ୍ରାମୀଣ ପାନୀୟ

Advertisment

ଜଳଯୋଗାଣ ବିଭାଗ ଦ୍ୱାରା ଗାଁରେ ଏକ ପାଣି ଟାଙ୍କି ନିର୍ମାଣ କରାଯିବା ସହ ପ୍ରତ୍ୟେକ ଘରକୁ ପାଇପ ସଂଯୋଗ କରାଯାଇଛି । ହେଲେ ବିଦ୍ୟୁତ ସଂଯୋଗ ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଏଣୁ ଗାଁର ଜଣେ ଚାଷୀଙ୍କ ବୋରିଂରୁ ପାଣି ଆଣି ଚଳୁଛନ୍ତି ଗ୍ରାମବାସୀ । ସେପଟେ ଖୁବ ଶୀଘ୍ର ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଆଣି ପିଇବା ପାଣି ଯୋଗାଣ କରାଯିବ ବୋଲି ଅଧିକାରୀ କହିଛନ୍ତି । ...

ଅନ୍ୟପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସିପୁର ଅଂଚଳରେ ମଧ୍ୟ ସମାନ ଚିତ୍ର ଦେଖିବା ପାଇଁ ମିଳିଛି । ଏଠି ଏଇ ଗୋଟିଏ ନଳକୂଅ ଉପରେ ନିର୍ଭରଶୀଳ ୪ଟି ୱାର୍ଡର ଲୋକେ। ସକାଳୁ ସଂଜ ଯାଏ ଏଠି ନଳକୂଅକୁ ଯେମିତି ଫୁରସତ୍ ହିଁ ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ଏଠି ସବୁବେଳେ ଭିଡ଼ ଜମୁଛି । ଗାଁରେ ବି ଅଛି ପାନୀୟ ଜଳ ପ୍ରକଳ୍ପ, ସରକାରୀ ନଳକୂଅ । ହେଲେ ସେଥିରୁ ବାହାରୁଛି ହଳଦିଆ ପାଣି । ଏଣୁ ଏହି ବ୍ୟକ୍ତିଗତ ନଳକୂଅରୁ ଲୋକେ ପାଣି ନେଉଥିବା କହିଛନ୍ତି । ତେଣେ ବିଡିଓ କହିଛନ୍ତି, ସମସ୍ୟାର ସମାଧାନ ଶୀଘ୍ର କରାଯିବ। ....

Advertisment
Water Scarcity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ