Advertisment

ମାଡଖାଇ ଭଲ ରୋଜଗାର କରୁଛନ୍ତି ଯୁବକ

ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଡ ଖାଇ ଲୋକଙ୍କୁ କରୁଛନ୍ତି ଚାପମୁକ୍ତ। ଏନେଇ ସେ କରୁ ନାହାନ୍ତି କୌଣସି ପ୍ରତିବାଦ। ଏପରି କରି ସେ ମଧ୍ୟ ବେଶ ଭଲ ରୋଜଗାର କରିପାରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ଅଦ୍ୟତନ ହୋଇଛି
The young man is making a good earning by punched himself

The young man is making a good earning by punched himself

Advertisment

ଦୁନିଆରେ ଯେତେ ଲୋକ ନାହାନ୍ତି ତା’ଠାରୁ ଅଧିକ ରହିଛି ଚାପ। ସମସ୍ତଙ୍କ ପାଖରେ ବିଷାଦ, ବିବ୍ରତ, ଚିନ୍ତା, ଦ୍ୱନ୍ଦ୍ୱ ଆଦି ଥିବା ବେଳେ ଏଥିରୁ ମୁକୁଳିବା ନେଇ ସେମାନେ ଭିନ୍ନ ଭିନ୍ନ ଉପାୟ ଆପଣାନ୍ତି। କେହି କେହି ଯୋଗସାନ, ପ୍ରାଣାୟମ, ଧ୍ୟାନ କରନ୍ତି ତ ପୁଣି କେହି ଗୀତ ଶୁଣନ୍ତି। କିଛି ଲୋକ ମଧ୍ୟ ଶୋଇ ଶୋଇ ସେମାନଙ୍କ ଚାପକୁ ଦୂର କରନ୍ତି।

Advertisment

କିନ୍ତୁ ଏ ଦୁନିଆରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଚିତ୍କାର କରି ବା କାହାକୁ ମାରପିଟ୍ କରି ଚାପମୁକ୍ତ ହେବାରେ ବିଶ୍ୱାର କରନ୍ତି। ତୁର୍କୀର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଏହିପରି ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏନେଇ ତାଙ୍କୁ ମାନବ ପଞ୍ଚିଂ ବ୍ୟାଗ୍ ବୋଲି କୁହାଯାଉଛି।

ତୁର୍କୀର ହାସନ ରିଜା ଗୁନା ଗତ ୧୦ ବର୍ଷ ହେବ ଜଣେ ଚାପ ପ୍ରଶିକ୍ଷକ ଭାବରେ କାମ କରୁଛନ୍ତି। ସେ ତୁର୍କୀର ପ୍ରଥମ ଚାପ ପ୍ରଶିକ୍ଷକ ଭାବରେ ବେଶ ଜଣାଶୁଣା। ଏହା ଶୁଣି ମନେହୁଏ ଯେ ସେ ବୋଧେ ମନୋବୈଜ୍ଞାନୀ ଭଳି ନିଜ ରୋଗୀଙ୍କୁ ଭଲ କରନ୍ତି। କିନ୍ତୁ ସେପରି କିଛି ନୁହେଁ। ତାଙ୍କର ଚିକିତ୍ସା କରିବାର ପଦ୍ଧତି ଏତେ ଭିନ୍ନ ଯେ ଲୋକମାନେ ସେ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ହାସନ ନିଜ ଗ୍ରାହକମାନଙ୍କ ଦ୍ୱାରା ମାଡ ଖାଆନ୍ତି ଆଉ ଏହି ଉପାୟରେ ସେ ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି।

Advertisment

କେବେଠାରୁ ଏମିତି କରୁଛନ୍ତି:

ହାସନ ଭଲଭାବେ ଜାଣନ୍ତି ଯେ ଲୋକଙ୍କ ଜୀବନରେ ଅନେକ ଚାପ ଓ ଅବସାଦ ରହିଛି। ଅନେକ ସମୟରେ ସେମାନେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରିବା ପରେ ମଧ୍ୟ ଏଥିରୁ ମୁକ୍ତି ମିଳୁ ନାହିଁ। ଏପରି କ୍ଷେତ୍ରରେ ହାସନ ସେହି ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି, ଯେଉଁମାନେ ନିଜର କ୍ରୋଧକୁ ମୁକ୍ତି କରି ନ ପାରି ନିଜ ଭିତରେ ଚାପି ରଖି ଡିପ୍ରେସନର ଶିକାର ହୁଅନ୍ତି। ସେ ଏହି କାର୍ଯ୍ୟ ୨୦୧୦ରୁ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସେ ବିନା ପ୍ରତିବାଦରେ ଲୋକମାନଙ୍କ ଠାରୁ ମାଡ ଖାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଭିତରେ ଥିବା ଚାପ ହ୍ରାସ ପାଉଛି।

The young man is making a good earning by punched himselfମାଡଖାଇ ଭଲ ରୋଜଗାର କରୁଛନ୍ତି ଯୁବକ

ଅଧିକ ମହିଳା ହୋଇଥାନ୍ତି ଗ୍ରାହକ:

ହାସନ କହିଛନ୍ତି ଯେ ସେ ପ୍ରତିଦିନ ୩ ରୁ ୪ ଜଣ ଗ୍ରାହକଙ୍କ ସହିତ ୧୦ରୁ ୧୫ ମିନିଟ୍‌ର ଏହି ପ୍ରକ୍ରିୟା କରନ୍ତି। ଏହି ସମୟରେ ସେ ସବୁ ପ୍ରକାରର ସୁରକ୍ଷା ଉପକରଣ ମଧ୍ୟ ପିନ୍ଧନ୍ତି ଯାହା ଦ୍ୱାରା ସେ ଯେପରି ଆହତ ନ ହୁଅନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କେବଳ ମନୋରଞ୍ଜନ ପାଇଁ କାହା ଠାରୁ ମାଡ ଖାଇବାକୁ ଚାହାନ୍ତି ନାହିଁ। ସେ ପ୍ରଥମେ ତାଙ୍କ ରୋଗୀକୁ ପରୀକ୍ଷା କରନ୍ତି ଏବଂ ଯଦି ସେ ଅନୁଭବ କରନ୍ତି ଯେ ବ୍ୟକ୍ତି ଜଣକ ପ୍ରକୃତରେ ଉଦାସୀନ ତେବେ ସେ ତାଙ୍କର ପଞ୍ଚିଂ ଥେରାପି କରନ୍ତି।

Advertisment

ହାସନ କହିଛନ୍ତି ଯେ ତାଙ୍କର ସମସ୍ତ ଗ୍ରାହକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ମହିଳା। ଅନେକ ସମୟରେ ଅଫିସର ଚଞ୍ଜାଳ ଲୋକଙ୍କୁ ସମସ୍ୟାରେ ପକେଇଥାଏ। ଏହି କାମ କରି ସେ କେତେ ଟଙ୍କା ରୋଜଗାର କରୁଛନ୍ତି ଏହାର ଖୁଲାସା କରି ନ ଥିବା ବେଳେ ଅନ୍ୟାନ୍ୟ ସୂଚନା ମାଧ୍ୟମରେ ଜଣାଯାଏ ଯେ ସେ ବହୁତ ଭଲ ରୋଜଗାର କରୁଛନ୍ତି।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ