Astrospeak
  • Live TV
  • Read In English

ଭାଇରାଲ୍ ହେଉଛି ଟ୍ରକ୍ ଡ୍ରାଇଭରଙ୍କ ଗୀତ

ରାନୁଙ୍କ ମଣ୍ଡଳଙ୍କ ପରି ଆଉ ଜଣେ ଗାୟକ ଆଗକୁ ଆସିଛନ୍ତି, ଯିଏ ବହୁତ ସୁନ୍ଦର ଗୀତ ଗାଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଟ୍ରକ୍‌ ଡାଇଭର ନଜର ଆସିଛନ୍ତି, ଯିଏ ମହମ୍ମଦ ରାଫିଙ୍କ ଗୀତକୁ ଚମତ୍କାର ଭାବେ ଗାଉଛନ୍ତି।

The video of the truck driver shadowed on social media
ଭାଇରାଲ୍ ହେଉଛି ଟ୍ରକ୍ ଡ୍ରାଇଭରଙ୍କ ଗୀତ

ସମସ୍ତେ ଜାଣିଛନ୍ତି ରାନୁ ମଣ୍ଡଳଙ୍କ ଗୀତର ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ତାଙ୍କୁ ରାତାରାତି ଏକ ସୋସିଆଲ ମିଡିଆ ସେନ୍ସେସ୍ କରିଥିଲା ​​ଏବଂ ତା’ପରେ ସେ ଷ୍ଟାର୍‌ ହୋଇଗଲେ। ବର୍ତ୍ତମାନ ରାନୁଙ୍କ ପରି, ଅନ୍ୟ ଜଣେ ଗାୟକ ଆଗକୁ ଆସିଛନ୍ତି, ଯିଏ ବହୁତ ସୁନ୍ଦର ଗୀତ ଗାଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଟ୍ରକ୍‌ ଡାଇଭର ନଜର ଆସିଛନ୍ତି, ଯିଏ ମହମ୍ମଦ ରାଫିଙ୍କ ଗୀତକୁ ଚମତ୍କାର ଭାବେ ଗାଉଛନ୍ତି। ଏହି ବ୍ୟକ୍ତିଙ୍କ ସ୍ୱର ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି ଏବଂ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ଭାସି ଆସୁଥିବା ମଧୁର କଣ୍ଠ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କର। ବିବେକ ବର୍ମା ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି ଯେ 'ଯଦିଓ କମଲେଶ ଅଙ୍କଲ ଟ୍ରକ୍ ଡାଇଭର ଭାବରେ ତାଙ୍କର ସମସ୍ତ ଜୀବନ ବିତାଇଛନ୍ତି, ତଥାପି ସେ ହୃଦୟରୁ ଜଣେ ଭଲ ସଂଗୀତକାର ଏବଂ ମହମ୍ମଦ ରଫିଙ୍କ ପ୍ରଶଂସକ ।

ଏହା ଆହୁରି ଲେଖିଛନ୍ତି ଯେ “ଅନେକ ଥର କହିବା ପରେ ସେ ଏହି ଗୀତକୁ ଦ୍ୱିଧାରେ ଗୁଣୁଗୁଣେଇଛନ୍ତି। ସେ କିପରି ତାଙ୍କର ଗୀତ ଗାଇବାର ସ୍ୱପ୍ନକୁ ପୂରଣ କରିପାରିବେ ତାହା ଦେଖାଇବା ପାଇଁ ମୁଁ ଏହି ଭିଡିଓକୁ ଏକ ପରୀକ୍ଷା ମୂଳକ ଭାବରେ ପୋଷ୍ଟ କରୁଛି। ତାଙ୍କ ଗୀତ ମତେ ବହୁତ ଭଲ ଲାଗିଲା, ତେଣୁ ମୁଁ ଏହାକୁ ଆପଣଙ୍କ ସହ ଶେୟାର କରୁଛି। ଯଦି ମୋତେ ସୁଯୋଗ ମିଳେ, ତେବେ ମୁଁ ତାଙ୍କ ସହିତ ଏକ ଗୀତ ରେକର୍ଡ କରିବି।”

ଭିଡିଓରେ କମଲେଶ ମହମ୍ମଦ ରଫିଙ୍କ ଗୀତ 'ମୁଝେ ଇଶ୍କ ହୈ ତୁଝୀ ସେ' ଗୁଣୁଗୁଣଉଥିବା ଦେଖାଯାଏ। ସେ ଜଣେ ପେସାଦାର ଗାୟକ ନ ହୋଇଥିଲେ ବି ତାଙ୍କ ସ୍ୱର ବହୁତ ସୁନ୍ଦର। ସୋସିଆଲ ମିଡିଆରେ ତାଙ୍କ ସ୍ୱରକୁ ଲୋକମାନେ ପସନ୍ଦ କରୁଛନ୍ତି ଏବଂ ମନ୍ତବ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଲେଖିଛନ୍ତି, 'ଅତ୍ୟନ୍ତ ଚମତ୍କାର ଗୀତ।' ସେହି ସମୟରେ ଆଉ ଜଣେ ଲେଖିଛନ୍ତି, 'ବହୁତ ସୁନ୍ଦର, ତାଙ୍କୁ ଶୁଣିବା ପରେ ମୁଁ ରୋମାଞ୍ଚିତ ହୋଇଉଠିଛି।‘