Advertisment

ବକେୟା ମୋଟରଯାନ ଟିକସ ଛାଡ଼ କରିବେ ସରକାର, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ବକେୟା ମୋଟର ଯାନ ଟିକସ ଛାଡ଼ କରିବେ ରାଜ୍ୟ ସରକାର। ଗାଡି ସ୍କ୍ରାପ କଲେ ଟିକସ ପୁରା ଛାଡ଼। ଗାଡି ଚଲାଇଲେ ଟିକସ ରିହାତି ମିଳିବା ସହିତ ଜରିମାନା ଛାଡ଼ ହେବ।

ଅଦ୍ୟତନ ହୋଇଛି
undefined

motor vehicle tax

Advertisment

କେଉଁ ସ୍ୱାର୍ଥରେ ଆସିଛି ବକେୟା ମୋଟର ଯାନ ଟିକସ ଛାଡ଼ ନିୟମ ? ପୁରୁଣା ଗାଡ଼ି ସ୍କ୍ରାପ କରିବାକୁ ଅଗ୍ରହ ଦେଖାଉନହନ୍ତି କି ଗାଡ଼ି ମାଲିକ? ନା ବକେୟା ଟିକସ ଆଦାୟରେ ପରିବହନ ବିଭାଗର ଅପାରଗତା ଲୁଚାଇବାକୁ ଉଦ୍ୟମ ? ନିକଟରେ ମୋଟର ଯାନ ବକେୟା ଟିକସ ଛାଡ଼ ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିବା ପରେ ଉଠିଛି ଏଭଳି ପ୍ରଶ୍ନ। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ବାଣିଜ୍ୟିକ ଗାଡି ମାଲିକ ପୁରୁଣା ଗାଡି ସ୍କ୍ରାପ କରିବାକୁ ଚାହିଁଲେ ସେମାନଙ୍କ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ଼ କରିବେ ସରକାର। ସେହିପରି ଯେଉଁମାନେ ଟିକସ ଦେଇ ପୁଣି ଗାଡ଼ି ଚଲାଇବାକୁ ଚାହିଁବେ ସେ କ୍ଷେତ୍ରରେ ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବା ସହିତ ଟିକସ ପରିମାଣ ବି ରିହାତି କରାଯିବ। ହେଲେ ବିଶେଷଜ୍ଞଙ୍କ ମତ ଦୀର୍ଘ ଦିନରୁ ପଡ଼ିରହିଥିବା ଏହି ଟିକସ ଓ ଜରିମାନାର ଆନୁମାନିକ ମୂଲ୍ୟ ୫ ଶହ କୋଟିରୁ ଅଧିକ ହେବ। ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟ ପ୍ରାୟ ୫୦୦ କୋଟିର କ୍ଷତି ସହିବ। ପ୍ରଶ୍ନ ଉଠୁଛି କାହିଁକି ହୋଇପାରୁନାହିଁ ଟିକସ ଆଦାୟ ? ପରିବହନ ଅଧିକାରୀ ଟିକସ କିମ୍ବା ଜରିମାନା ଆଦାୟରେ ପଛୁଆ କାହିଁକି ?

Advertisment

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୫୦ ହଜାରରୁ ଅଧିକ ବାଣିଜିକ ପରିବହନ ମାଲିକଙ୍କ ଉପରେ ମୋଟର ଯାନ ଟିକସ ସହ ଜରିମାନା ରହିଛି। ନୋଟିସ୍ ଏବଂ ସ୍ୱତନ୍ତ୍ର ଡ୍ରାଇଭ ସତ୍ତ୍ୱେ ୨୦୨୨ରେ ମାତ୍ର ୪ ହଜାର ୬୬୮ ଜଣଙ୍କ ବକେୟା ସଂଗ୍ରହ ହୋଇପାରିଛି। ପରିବହନ ବିଭାଗ ନିୟମ ଅନୁସାରେ, ଗାଡି ମାଲିକ ଟିକସ ଭରଣା କରିବାରେ ବିଳମ୍ବ କଲେ ୨ ଶହ ପ୍ରତିଶତ ଜରିମାନା ଆଦାୟ କରାଯାଉଛି। ଜିଜିଆ କର ଭଳି ଜରିମାନା ଯୋଗୁଁ ଥରେ ଖିଲାପ କଲେ ଆଉ ଟିକସ ଭରି ପାରୁନାହଁନ୍ତି ଗାଡି ମାଲିକ।

ଏପଟେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ସ୍କ୍ରାପିଂ ପଲିସିରେ ପୁରୁଣା ଗାଡି ବଦଳରେ ନୂଆ ଗାଡି ଆଣିଲେ ୬ ପ୍ରତିଶତ ରିହାତି ମିଳିବ। ଯାହା ସଠିକ ଭାବେ ଲାଗୁ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ମାଲିକ । ତେବେ ଏହି ନୂଆ ସ୍କ୍ରାପିଂ ନୀତି କିପରି କାର୍ଯ୍ୟକ୍ଷମ ହେଉଛି ତା ଉପରେ ନଜର।

Advertisment
Odisha Cabinet Meeting Motor Vehicle Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ