ସମୁଦ୍ର ଗର୍ଭରେ ପର୍ବତ, ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚତମ

ଆମ ପୃଥିବୀର ୭୦ ପ୍ରତିଶତରୁ ଅଧିକ ଭାଗ ଜଳଭାଗ । ମାନବ ସଭ୍ୟତା ପୃଥିବୀ ପୃଷ୍ଠରେ ମାତ୍ର ୨୦ରୁ ୨୫ ପ୍ରତିଶତ ଭାଗରେ ହି ରହିଥାଆନ୍ତି । ଆଉ ଏହି ସ୍ଥଳ ଭାଗରେ ହିଁ ଜଙ୍ଗଲ, ମରୁଭୂମି, ପାହାଡ ଇତ୍ୟାଦି ରହିଛି । ଆଉ ସେଥିମଧ୍ୟରୁ ଏଭେରେଷ୍ଟ ପର୍ବତ ଦୁନିଆର ସବୁଠାରୁ ଉଚ୍ଚତମ ପର୍ବତ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସମୁଦ୍ର ଗର୍ଭରେ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚତମ ପର୍ବତ ବିଦ୍ୟମାନ । ଆଶ୍ଚର୍ଯ୍ୟ ହେଲେ ନା । ତେବେ ଚାଲନ୍ତୁ ଜାଣିବା ଏହି ପର୍ବତ ସମ୍ପର୍କରେ…

mauna kea

News Summary

ସମୁଦ୍ର ଭିତରେ ରହିଛି 'ମୌନା କିଆ ମାଉଣ୍ଟେନ୍'

ଆମେ ସମସ୍ତେ ଜାଣିଛୁ ଯେ, ଏଭେରେଷ୍ଟ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ । ଯାହା ନେପାଳ ଭାରତ ତିବ୍ଦତ ସୀମାରେ ରହିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚତମ ପର୍ବତ ରହିଛି । ସେ ବି ସମୁଦ୍ର ଗର୍ଭରେ । ସମଗ୍ର ପୃଥିବୀରେ ଥିବା ପର୍ବତୀୟ ଶୃଙ୍ଖଳା ମଧ୍ୟରୁ ଏହା ବିଶାଳକାୟ । ଏହା ପ୍ରାୟ ୭୦ହଜାର କିଲୋମିଟର ଲମ୍ବା ସମୁଦ୍ର ଭିତରେ ଥିବା ପର୍ବତୀୟ କ୍ଷେତ୍ର । ଏଭେରେଷ୍ଟ ପର୍ବତର ଶିଖର ସମୁଦ୍ର ପତ୍ତନ ଠାରୁ ୮ ହଜାର ୮୫୦ ମିଟର ଉଚ୍ଚ । କିନ୍ତୁ ସମୁଦ୍ର ଭିତରେ ଏହାଠାରୁ ବଡ ଆଉ ଉଚ୍ଚ ପର୍ବତ ରହିଛି । ଯାହାକୁ ମୌନା କିଆ ମାଉଣ୍ଟେନ୍ କୁହାଯାଏ ।

ମୌନା କିଆ ମାଉଣ୍ଟେନ୍ ଯୁକ୍ତରାଷ୍ଟ୍ର ଆମେରିକା ହୱାଇ ନିକଟବର୍ତ୍ତି ପ୍ରଶାନ୍ତ ମହାସାଗରର ଏକ ଅଂଶ । ଯୁକ୍ତରାଷ୍ଟ୍ର ‌ଆମେରିକା ଭୂବୈଜ୍ଞାନିକ ସବେର୍କ୍ଷଣ ଅନୁଯାୟୀ ମୌନା କିଆ ମାଉଣ୍ଟେନ୍ ସମୁଦ୍ର ପତ୍ତନ ଠାରୁ ୬ହଜାର ମିଟର ତଳକୁ ଲମ୍ବିଛି । ଶିଖରର ଉଚ୍ଚତା ପାଖାପାଖି ୧୦ହଜାର ୨୧୧ ମିଟର ଉଚ୍ଚ । ତେବେ ଆଉ ଏକ ଆଶ୍ଚର୍ଯ୍ୟ ହେଉଛି ଯେ, ସମୁଦ୍ରର ଏତେ ଗଭୀରତାରେ ଥାଇ ମଧ୍ୟ ମୌନା କିଆ ଏକ ଆଗ୍ନେୟଗିରି ପର୍ବତ । ଯଦି ମୋଟ ଉଚ୍ଚତା କଥା ‌ଆଲୋଚନା କରିବା ତେବେ ମାଉଣ୍ଟ ଏଭେରେଷ୍ଟ ୨୯ ହଜାର ୩୫ ଫୁଟ ଉଚ୍ଚ ଓ ମୌନା ପର୍ବତ ୩୨ହଜାର ୮୮ ଫୁଟ ଉଚ୍ଚ ।

ଏହିଭଳି ସମୁଦ୍ର ଗର୍ଭରେ ଅନେକ ଛୋଟ ବଡ ପର୍ବତ ଦେଖିବାକୁ ମିଳେ । ଆଉ ହୱାଇ ଦ୍ୱୀପର ଜନ୍ମ ମଧ୍ୟ ଏହି ପ୍ରକ୍ରିୟାରେ ହୋଇଥିଲା । ଅନ୍ୟପଟେ ଏହାର ସାଗରେ ଭିତରେ ବହୁତ ବଡ ପାହା଼ଡ ରହିଛି । ମଧ୍ୟ ସାଗରର ମଧ୍ୟରେ ଥିବା ପର୍ବତ ଶୃଙ୍ଖଳ ଦୁନିଆର ସବୁଠାରୁ ବଡ ଶୃଙ୍ଖଳ । ଯାହାର ଲମ୍ବ ୬୪ ହଜାର କିମି । ସେହିଭଳି ପ୍ରଶାନ୍ତ ମହାସାଗରର ଉତ୍ତର ପୂର୍ବ ଭାଗରେ ମଧ୍ୟ ଅନେକ ପର୍ବତ ରହିଛି ଆଉ ଅଧିକାଂଶ ସମୁଦ୍ର ପାଣିରେ ବୁଡି ରହିଛି । ତେବେ ଯେ ହେତୁ ସମୁଦ୍ର ପତ୍ତନ ଠାରୁ ପର୍ବତର ଉଚ୍ଚତା ମପାଯାଇଥାଏ । ତେଣୁ ମୌନା କିଆ ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତ ହେବାରୁ ବାଦ୍‌ ପଡିଥିଲା । ତଥାପି ଏହା ମାଉଣ୍ଟ ଏଭେରେଷ୍ଟ ଠାରୁ ଅଧିକ ଉଚ୍ଚ ।

mauna kea

ମୌନା କିଆ ଏକ ନିଷ୍କ୍ରିୟ ଆଗ୍ନେୟଗିରି । ଏହା ପାଖାପାଖି ୧୦ ଲକ୍ଷ ବର୍ଷ ପୁରୁଣା । ‌ଆଉ ୪ରୁ ୬ ହଜାର ବର୍ଷ ପୂବେର୍ ଏହା ନିଷ୍କ୍ରିୟ ହୋଇଯାଇଥିଲା । ଏହା ହୱାଇ ଦ୍ୱୀପର ସବୁଠାରୁ ଉଚ୍ଚତମ ବିନ୍ଦୁ ମଧ୍ୟ । ଏଠାରେ ଅନେକ ଅ।ଷ୍ଟ୍ରେନୋମିଆଲ ଅବଜରଭେଟୋରୀ ମଧ୍ୟ ରହିଛି । ତେଣୁ ଏହି ସ୍ଥାନଟି ବିଜ୍ଞାନ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି । ହୱାଇ ଦ୍ୱୀପର ପୌରାଣିକ କଥା ଅନୁସାରେ ଏହି ପର୍ବତର ଅନେକ ମହତ୍ତ୍ୱ ରହିଛି । ଏହାକୁ ସ୍ଥାନୀୟ ବାସିନ୍ଦା, ପବିତ୍ର ବୋଲି ମାନିଥା‌ଆନ୍ତି । ଏହାଛଡା ଏହି ପର୍ବତ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ର ମଧ୍ୟ ପାଲଟିସାରିଛି । ଶୀତ ଋତୁରେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ ।