Advertisment

ଏସବୁ ପାସ୍ଓ୍ୱାର୍ଡ ବ୍ୟବହାର କରୁଛନ୍ତି କି ? ରୁହନ୍ତୁ ସତର୍କ, ନହେଲେ...

ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍‌ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍‌ କରି ଦେଇଥାନ୍ତି।

Password In India

Password In India

Advertisment

ନୂଆଦିଲ୍ଲୀ: ଫୋନ୍, ବ୍ୟାଙ୍କିଂ ଆପ୍, ଇମେଲ୍, ଫେସ୍‌ବୁକ୍‌, ଅବା ଅନ୍ୟ କୌଣସି ସୋସିଆଲ୍ ନେଟ୍‌ଓ୍ୱର୍କିଂ ସାଇଟ୍ ସବୁଠି ବ୍ୟବହାର ପୂର୍ବରୁ ପ୍ରଥମେ ପାସ୍ଓ୍ୱାର୍ଡ ଦେବାକୁ ପଡ଼େ। ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍‌ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍‌ କରି ଦେଇଥାନ୍ତି।

Advertisment

ତେବେ ଆପଣ ଜାଣିଛନ୍ତି କି, ଭାରତରେ ସର୍ବାଧିକ ବ୍ୟବହୃତ ପାସ୍ଓ୍ୱାର୍ଡ କ’ଣ? ଗ୍ଲୋବାଲ୍ ପାସ୍ଓ୍ୱାର୍ଡ ମ୍ୟାନେଜର୍ ନର୍ଡପାସ୍‌(NordPass) ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ, ଭାରତରେ ସର୍ବାଧିକ ବ୍ୟବହୃତ ପାସ୍ଓ୍ୱାର୍ଡ ହେଉଛି ଇଂରାଜୀ ଶବ୍ଦ-  "password"।  ଏହାପରେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି 12345, ଯାହାକି ବିଶ୍ୱର ସବୁଠୁ ଅଧିକ ବ୍ୟବହୃତ ପାସ୍ଓ୍ୱାର୍ଡ।  

Advertisment

ସେହିପରି 123456, 123456789, 12345678, india123, 1234567890, 1234567,abc123 ଆଦି ବି ତାଲିକାରେ ଆଗରେ ରହିଛି। ଏସବୁ ଅତି ଦୁର୍ବଳ ପାସ୍ଓ୍ୱାର୍ଡ ବୋଲି NordPass କହିଛି। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସତର୍କ କରାଯିବା ପରେ ମଧ୍ୟ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ରଖିଛନ୍ତି। ଯାହାକୁ କ୍ରାକ୍ କରିବାକୁ ୧ ସେକେଣ୍ଡ୍‌ରୁ କମ୍‌ ସମୟ ଲାଗିବ। ‘india123’ ପାସ୍‌ୱର୍ଡକୁ କ୍ରାକ୍‌ କରିବା ପାଇଁ ୧୭ ମିନିଟ୍ ସମୟ ଲାଗିବ। 

Advertisment


— Mumbai Police (@MumbaiPolice) May 31, 2020

ତେଣୁ ଏଭଳି ଦୁର୍ବଳ ପାସ୍ଓ୍ୱାର୍ଡ ନଦେଇ ଷ୍ଟ୍ରଙ୍ଗ୍‌ ପାସ୍ଓ୍ୱାର୍ଡ ଦେବା ପାଇଁ ପୋଲିସ୍‌ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯିବା ସହ ପରାମର୍ଶ ଦିଆଯାଇଛି। କାରଣ ଏଭଳି ଦୁର୍ବଳ ପାସ୍‌ୱାର୍ଡ ଦ୍ୱାରା ଅପାଣଙ୍କର ସୋସିଆଲ୍ ନେଟ୍‌ଓ୍ୱର୍କିଂ ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି।

Password Hack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ