ବ୍ରିଜ୍‌ ନାହିଁ : ବିପଜ୍ଜନକ ଭାବେ ଅଙ୍ଗନବାଡି ଦିଦିଙ୍କ କୋଳରେ ନଦୀ ପାର ହେଉଛନ୍ତି କୁନି କୁନି ପିଲା

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର ଚିତ୍ର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର ଚିତ୍ର

ପାଦେ ପାଦେ ବିପଦ । କେତେବେଳେ କିଛି ବି ଘଟିପାରେ । ପାଠପଢ଼ା ତଥା ପାଠ ପଢ଼ାଇବା ପାଇଁ ବିପଜ୍ଜନକ ନଦୀ ଯାତ୍ରା । ଅଙ୍ଗନବାଡି ଦିଦିଙ୍କ କୋଳରେ ନଦୀ ପାର ହେଉଛନ୍ତି କୁନି କୁନି ଛାତ୍ରଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଛି ଏହି ଖବର । ଭରା ନଈରେ ଜଣେ ଅଙ୍ଗନବାଡି ଦିଦି ଛୋଟ ପିଲାଙ୍କୁ କାଖେଇ ନେଉଥିବାର ଚିତ୍ର ଦେଖିବାକୁ ମିଳିଛି ।

ବ୍ଲକ ହେଡ୍ କ୍ୱାର୍ଟର ଠାରୁ ୧୦ କିଲୋମିଟର ଦୂରରେ ରହିଛି ଓରାଘାଟ ଗାଁର ଗୋପିସାହି । ବର୍ଷା ଋତୁ ଆସିଲେ ମାସ ମାସ ଧରି ଏଠାରେ ଛୋଟ ପିଲାମାନେ ଜୀବନକୁ ବାଜି ଲଗେଇ ନଦୀ ପାର ହୋଇଥାନ୍ତି । ତେବେ ନଈରେ ପାଣି ଅଧିକ ଥିବାରୁ ଅଙ୍ଗନବାଡି ଦିଦି ନିଜର ମାନବିକତା ଦେଖାଇ ପିଲାଙ୍କୁ କାଖରେ ଧରି ନଦୀ ପାର ହେଉଛନ୍ତି । ଏଠାରେ ବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ଶୁଣିବାକୁ ମିଳୁଛି । କିନ୍ତୁ ଆଜିଯାଏଁ ବାଲି ମୁଠେ ମଧ୍ୟ ପଡିନାହିଁ ।

ତେବେ ଏଭଳି ସ୍ଥିତିରେ ବିପଜ୍ଜନକ ଭାବେ ନଦୀ ପାର ହେଉଥିବାରୁ ଯଦି କୌଣସି ଅଘଟଣ ଘଟେ, କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।